ଭୁବନେଶ୍ୱର: ମୋଦିଙ୍କ ମନ୍ତ୍ରିମଣ୍ଡଳରେ 2 ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ସ୍ଥାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିଜ ଟ୍ୱିଟର ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ପ୍ରତାପ ଓ ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଶୁଭେଚ୍ଛା ଜଣାଇବା ସହ ଟ୍ୱିଟ୍ ଜରିଆରେ ନବୀନ ଏହି ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଓଡିଶାର ସ୍ୱର ଦିଲ୍ଲୀରେ ପହଁଚାଇବା ପାଇଁ କହିଛନ୍ତି । ନବୀନ ଟ୍ୱିଟ୍ କରି କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଢଙ୍ଗୀଙ୍କୁ ଅଭିନନ୍ଦନ । ସେମାନେ ଜନତାଙ୍କ ଆଶାକୁ ପୂରଣ କରିବା ଦିରେ ସଫଳତା ଲାଭ କରନ୍ତୁ । ଏହାସହ ଓଡିଶାର ସ୍ୱରକୁ କେନ୍ଦ୍ରରେ ପହଁଚାଇବା ପାଇଁ ଏହି ଦୁଇନେତା କାର୍ଯ୍ୟ କରନ୍ତୁ ।
ସୂଚନା ଥାଉ କି, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାର ଦୁଇ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ୟାବିନେଟ୍ ଏବଂ ପ୍ରତାପଙ୍କୁ ରାଷ୍ଟ୍ର ପାହ୍ୟା ଦିଆଯାଇଛି ।Congratulate @dpradhanbjp ji and @pcsarangi ji on being sworn in as Union ministers. Wish you success in living upto the aspirations of every single Indian and presenting the voice of #Odisha at Center.
— Naveen Patnaik (@Naveen_Odisha) May 31, 2019
