ଅଧିକ ପଢନ୍ତୁ ଓଡ଼ିଶା ଖବର
ମଧ୍ୟପ୍ରଦେଶର ସଞ୍ଜୟ ଡୁବ୍ରି ଟାଇଗର ରିଜର୍ଭରୁ ଆସିଥିବା କହିଲେ ପିସିସିଏଫ୍ । ନିଜର ସ୍ବତନ୍ତ୍ର ଇଲାକା ପ୍ରସ୍ତୁତ ପାଇଁ ମଧ୍ୟପ୍ରଦେଶରୁ ଶହଶହ କିଲୋମିଟର ଅତିକ୍ରମ କରି, ସୁନ୍ଦରଗଡ ଜଙ୍ଗଲକୁ ଆସିଥିବା Xରେ କହିଲେ ପିସିସିଏଫ୍ ସୁଶାନ୍ତ ନନ୍ଦ ।
ଅର୍ଗସ ବ୍ୟୁରୋ : ଓଡ଼ିଶା ଜଙ୍ଗଲରେ ଦେଖାଦେଲା ମହାବଳ ବାଘ । ଜଙ୍ଗଲ ବିଭାଗ ଟ୍ରାପ କ୍ୟାମେରାରେ ଧରାପଡିଲା ମହାବଳ । ୨୦ବର୍ଷ ପରେ ସୁନ୍ଦରଗଡ ଜଙ୍ଗଲରେ ରୟାଲ ବେଙ୍ଗଲ ଟାଇଗର ଆସିଥିବା ସ୍ବୀକାର କଲା ଏନଟିସିଏ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମଧ୍ୟପ୍ରଦେଶର ସଞ୍ଜୟ ଡୁବ୍ରି ଟାଇଗର ରିଜର୍ଭରୁ ଆସିଥିବା କହିଲେ ପିସିସିଏଫ୍ । ନିଜର ସ୍ବତନ୍ତ୍ର ଇଲାକା ପ୍ରସ୍ତୁତ ପାଇଁ ମଧ୍ୟପ୍ରଦେଶରୁ ଶହଶହ କିଲୋମିଟର ଅତିକ୍ରମ କରି, ସୁନ୍ଦରଗଡ ଜଙ୍ଗଲକୁ ଆସିଥିବା Xରେ କହିଲେ ପିସିସିଏଫ୍ ସୁଶାନ୍ତ ନନ୍ଦ ।
ଅର୍ଗସ ବ୍ୟୁରୋ: ଆଜିକାଲି କେଶର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଝିଅମାନେ ବିଭିନ୍ନ ପଦ୍ଧତି ଆପଣାଉଛନ୍ତି ଯେମିତି କି କେଶ ସିଧା କରିବା,କେରାଟିନ୍ ଟ୍ରିଟମେଣ୍ଟ ,ସ୍ପା ଆଦି । ଏସବୁ କଲେ କେଶରେ ବିଭିନ୍ନ କେମିକାଲ କ୍ରିମ ପ୍ରୟୋଗ କରାଯାଏ ଯାହା ଦ୍ବାରା ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ କେଶର ଚମକ ତ ବଢ଼େ ହେଲେ ତା'ର ସାଇଡ଼ ଇଫେକ୍ଟ ବି ଥାଏ ଯାହା ସ୍ବାସ୍ଥ୍ୟ ପାଇଁ ହାନିକାରକ।
ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯେ କେରାଟିନ୍ ଟ୍ରୀଟମେଣ୍ଟ ଦ୍ବାରା କିଡ଼ନୀ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ସୁଚନା ଅନୁଯାୟୀ କେରାଟିନ୍ ପାଇଁ ବ୍ୟବହୃତ ହେଉଥିବା ପ୍ରଡ଼କ୍ଟସରେ ଗ୍ଲାଇଅକ୍ସିଲିକ ଏସିଡ଼ ମିଶାଯାଇଥାଏ। ଯେତେବେଳେ ଏହା କେଶରେ ପ୍ରୟୋଗ କରାଯାଏ ତାହା ଅକ୍ସାଲେଟ୍ ସ୍ଫଟିକରେ ପରିଣତ ହୋଇଥାଏ ଯାହାଦ୍ବାରା କିଡ଼ନୀ ଖରାପ ହେବାର ଆଂଶକା ବଢ଼ିଯାଏ।
ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ଗ୍ଲାଇକୋଲିକ୍ ଏସିଡ୍ ମେଟାବୋଲାଇଜ୍ ହୁଏ,ତାହା ଗ୍ଲାଇଅକ୍ସିଲିକ୍ ଏସିଡ୍ ହୋଇଯାଏ ଏବଂ ଅକ୍ସାଲେଟ୍ ସୃଷ୍ଟି କରିଥାଏ। ଏହା କିଡନୀକୁ କ୍ଷତି ପହଞ୍ଚାଇଥାଏ। ଏହି ଗ୍ଲାଇକୋଲିକ୍ ଏସିଡ୍ ରକ୍ତରେ ତରଳିଯାଏ ଏବଂ ଅକ୍ସାଲେଟ୍ ରେ ପରିଣତ ହୁଏ ଯାହାଦ୍ବାରା କିଡନୀ ନଷ୍ଟ ହୋଇପାରେ। ତେବେ ଏହି ଗ୍ଲାଇକୋଲିକ୍ ଏସିଡ଼ ଅନେକ ବ୍ୟୁଟି ପ୍ରଡ଼କଟ୍ସ ଯେମିତି କି ଟୋନର, ସିରମ, ମଇଶ୍ଚରାଇଜରରେ ମଧ୍ୟ ବ୍ୟବହାର କରାଯାଇଥାଏ।
ଧ୍ୟାନ ରଖନ୍ତୁ କେରାଟିନ୍ ଟ୍ରୀଟମେଣ୍ଟ ସମୟରେ ଗ୍ଲୋଭସ୍ ଏବଂ ମାସ୍କ ପିନ୍ଧନ୍ତୁ। କୌଣସି ବି ପ୍ରକାରେ ଯେମିତି ଏହି ଏସିଡ଼ ଆପଣଙ୍କ ଶରୀର ଭିତରକୁ ପ୍ରବେଶ ନକରୁ ସେ ପ୍ରତି ସଚେତନ ରୁହନ୍ତୁ।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର
ଅର୍ଗସ ବ୍ୟୁରୋ : ୫ରେ ପୁଣି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଗସ୍ତ ନେଇ ବିଜେପି ଉପ ସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ପୂର୍ବରୁ ଏପ୍ରିଲ ୨୮ ତାରିଖରେ ଓଡିଶା ଆସି ହାଇ ଭୋଲ୍ଟେଜ ପ୍ରଚାର କରିଥିଲେ ।୨୪ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିଲା ବେଳେ ନିର୍ବାଚନ ରଣକ୍ଷେତ୍ରକୁ ଆହୁରି ଦୃଢ କରିବାକୁ ପୁଣି ଓଡିଶାରେ ରଣହୁଙ୍କାର ଦେବେ ନଡ୍ଡା । ଭୁବନେଶ୍ବରରେ ରହିଛି ଦଳୀୟ କାର୍ଯ୍ୟକ୍ରମ ।
ଅଧିକ ପଢନ୍ତୁ : ସୁପର Sundayରେ ସୁପର ସୋ'
୨୮ରେ ଓଡିଶା ଆସି ପ୍ରଚାର ମୈଦାନରେ ଓଡିଶାବାସୀଙ୍କ ପାଇଁ ନିଜର ଓଜସ୍ବିନୀ ଭାଷଣ ରଖିଥିଲେ ନଡ୍ଡା । ମୋଦିଙ୍କ ବିକାଶକୁ ଓଡିଶାରେ ପହଞ୍ଚାଇ ବିକାଶ ପଥରେ ଓଡିଶାକୁ ଆଗେଇ ନେବାକୁ ହେଲେ ବିଜେପି ସରକାର ଆସିବା ଦରକାର ବୋଲି ସେ କହିଥିଲେ । ମୋଦିଙ୍କର ଅନେକ ଯୋଜନା ଏପର୍ଯ୍ୟନ୍ତ ଓଡ଼ିଶାରେ ପହଞ୍ଚିପାରିନାହିଁ । ଯେଉଁ ରାଜ୍ୟର ସରକାର ସେମାନଙ୍କ ପାଖକୁ କେନ୍ଦ୍ରର ଯୋଜନା ପହଞ୍ଚାଇ ପାରୁନାହାନ୍ତି, ସେପରି ସରକାର ବଦଳିବା ଦରକାର ବୋଲି କହିଥିଲେ ନଡ୍ଡା । ଯଦି ବିଜେପି ସରକାର ଆଶେ ତେବେ ମୋଦିଙ୍କର ସମସ୍ତ ଯୋଜନାର ଲାଭ ଉଠାଇପାରିବେ ଓଡିଶାବାସୀ । ଚିଟଫଣ୍ଡ ଦୁର୍ନିତୀରେ ବୁଡିରହିଥିବା ସରକାରକୁ ଓଡିଶାବାସୀ ବଦଳାଇବା ଦରକାର ବୋଲି ସେ କହିଥିଲେ । ନିର୍ବାଚନ ସରଗରମ ଥିବାବେଳେ ଓଡିଶାକୁ କେନ୍ଦ୍ରୀୟ ନେତାଙ୍କ ତୋଫାନୀ ଗସ୍ତ ହେଉଥିବା ଦେଖିବାକୁ ମିଳିଛି ।