ଶକ୍ତି ସମୀକ୍ଷକଙ୍କ ମତରେ ରାଜ୍ୟରେ ଥିବା ବିଦ୍ୟୁତ ଭିତ୍ତିଭୂମି ନଷ୍ଟ ହୋଇ ଯାଇଥିବା ହେତୁ ଅଧିକ ଲୋଡ ସହିପାରୁନାହିଁ । ତେଣୁ ବିଦ୍ୟୁତ କାଟ ବଢି ଚାଲିଛି । ୨୦୦୯ ମସିହାରୁ ଓଇଆରସିର ତତ୍କାଳୀନ ଅଧ୍ୟକ୍ଷ ମଧ୍ୟ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ୫୦ରୁ ୬୦ ବର୍ଷ ପୁରୁଣା ଲାଇନ ଓ ସବଷ୍ଟେସନରେ ଏବେ ଯାଏଁ କାମ ଚଳୁଛି । ଏହାଦ୍ଵାରା କ୍ଵାଲିଟି ପାୱାର ସପ୍ଲାଇରେ ବାଧା ଉପୁଜଛି ଏବଂ ବାରମ୍ବାର ପାୱାର କଟ୍ ହେଉଛି ବୋଲି କହିଛନ୍ତି ଶକ୍ତି ସମୀକ୍ଷକ । ଅନ୍ୟପଟେ ବାରମ୍ବାର ବିଜୁଳି କାଟକୁ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।
ଓଡିଶା ବିଦ୍ୟୁତ ଉତ୍ପାଦନରେ ବଳକା ରାଜ୍ୟ । ଓଡିଶାରେ ପିକ୍ ସମୟରେ ୫ ହଜାର ୨୦୦ ମେଗାୱାଟ ବିଜୁଳି ଆବଶ୍ୟକ ହେଉଛି । ଆଉ ରାଜ୍ୟର ଉତ୍ପାଦନ କ୍ଷମତା ୧୦ ହଜାର ମେଗାୱାଟ । କିନ୍ତୁ ଏହା ସତ୍ଵେ କାହିଁକି ଅଘୋଷିତ ବିଜୁଳି କାଟ ହେଉଛି ତାହାକୁ ନେଇ ଉଠିଛି ପ୍ରଶ୍ନ ।