ଘର
ଓଡ଼ିଶା
ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା, ଦୁର୍ଗମବାସୀଙ୍କୁ ସେତୁ ଧୋକା
ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା, ଦୁର୍ଗମବାସୀଙ୍କୁ ସେତୁ ଧୋକା
by Banajyotshna Ray
ଅର୍ଗସ ବ୍ୟୁରୋ: କଥା ଦେଇଥିଲେ ଶୀଘ୍ର ପୋଲ ନିର୍ମାଣ କରିବେ ମାତ୍ର ବର୍ଷ ପରେ ବର୍ଷ ବିତିଲା ଦୁର୍ବଳିଆ ଅଣ ଓସାରିଆ ପୋଲ ଉପରେ ଲୋକେ କରୁଛନ୍ତି ଯାତାୟାତ l ଦୁର୍ଗମ ବାସୀଙ୍କ ପାଇଁ ଏହି ରାସ୍ତା ପାଲଟିଛି ମରଣଯନ୍ତା l ନୂଆପଡା ବୋଡେ଼ନ ଠାରୁ ଭଇଁସାଦାନୀ ପଞ୍ଚାୟତ ଓ ବୋଏରଗାଁ ପଞ୍ଚାୟତକୁ ଯିବାକୁ ରାସ୍ତା। ଦୁଇଟି ପଞ୍ଚାୟତ ବାସୀଙ୍କ ପାଇଁ ଏହି ପୋଲ ଲାଇଫ୍ ଲାଇନ୍। ମାତ୍ର ନିମ୍ନମାନର ପୋଲ ଞ୍ଚଳବାସୀଙ୍କ ପାଇଁ ସାଜିଛ ଚିନ୍ତାର କାରଣ।
ରାସ୍ତା ବଣ ପାହାଡ଼ ଘେରା ଭଇସାଦାନୀ ପଞ୍ଚାୟତ ର ମୁଖ୍ୟ ରାସ୍ତା l ପଞ୍ଚାୟତ ଯିବା ବାଟରେ ପଡେ ଯୁଜଘାଟ ନାଳ । ତା ଉପରେ ତିଆରି ହୋଇଛି ଏହି ଦୁର୍ବଳିଆ ପୋଲ l ଦୀର୍ଘ ବର୍ଷ ହେଲା ଏହା ଉପରେ ସୁଉଚ୍ଚ ପୋଲ ନିର୍ମାଣ କରିବାକୁ ଲୋକେ ଦାବୀ କରୁଥିବା ବେଳେ ପ୍ରଶାସନ ଦାବି ପୁରଣ କରୁ ନଥିବା ଅଭିଯୋଗ ହୋଇଛି।ପ୍ରତିଶ୍ରୁତି ଦେଇଥିଲେ ସ୍ଥାୟୀ ପୋଲ କରିବେ । ମାତ୍ର ଦୁର୍ଗମବାସୀଙ୍କ ଦୁରାବସ୍ଥ କଥା ଭୁଲିଗଲା ପ୍ରଶାସନ। ଏବେ ଦୁର୍ବଳ ପୋଲ ଉପରେ ବିପଦପୁର୍ଣ୍ଣ ଅବସ୍ଥାରେ ଯିବାଆସିବା କରୁଛନ୍ତି ଅଞ୍ଚଳବାସୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: