ରାଜ୍ୟ ସରା ବିଜେଡି ବିଧାୟକଙ୍କ ବିରୋଧରେ ତେଜୁଛି ଜନ ଆକ୍ରୋଶ । ଗୁରୁବାର ଏହାର ଶିକାର ହୋଇଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ । ମହିଳାଙ୍କ ପ୍ରଶ୍ନ ବାଣରେ ଅଡୁଆରେ ପଡିଥିଲେ ବିଧାୟକ । ତାଳଚୁଆ ଠାରେ ରୋ -ପାକ୍ସ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ସ୍ଥାନୀୟ ବିଜେଡି ବିଧାୟକଙ୍କୁ ମୌଳିକ ସମସ୍ୟା ନେଇ ପ୍ରଶ୍ନ କରିଥିଲେ ଉପସ୍ଥିତ ମହିଳା । କହିଛନ୍ତି, ୫ ବର୍ଷ ଶାସନ କାଳ ଭିତରେ ଯାହା କଲେ କେବଳ ତାଙ୍କ କର୍ମୀଙ୍କ ପାଇଁ । ଆମ ମାନଙ୍କ ପାଇଁ କିଛି କଲେ ନାହିଁ । ଆଉ ସବୁ ଦୁର୍ନୀତିର ସୀମା ପାର କରିଛନ୍ତି ବିଧାୟକ ।
ଶିଳାନ୍ୟାସ କାର୍ଯ୍ୟକ୍ରମ ସରିବା ପରେ ବିଧାୟକ ଧ୍ରୁବ ସାହୁଙ୍କ ପାଇଁ ତାଳଚୁଆ ପୋର୍ଟ ଠାରେ ଏକ ଜନସଭା ଆୟୋଜିତ ହୋଇଥିଲା । ସେଠାରେ ବିଧାୟକ ଧ୍ରୁବ ସାହୁ ଷ୍ଟେଜ୍ ଉପରେ ଭାଷଣ ଦେଉଥିବା ସମୟରେ ହଟାତ୍ ଷ୍ଟେଜ୍ ଆଗରେ ବସିଥିବା କିଛି ମହିଳା ମାନେ ବିଧାୟକ ଧ୍ରୁବ ସାହୁଙ୍କୁ ପ୍ରଶ୍ନ କରି ହୋ ହାଲ୍ଲା କରିଥିଲେ ।
ସେହି ଘଟଣାର କିଛି ସମୟ ପରେ ମହିଳା ମାନଙ୍କୁ ବିଧାୟକ ଧ୍ରୁବ ସାହୁ କଥା ଦେଇଥିଲେ ଯେ, ସେ ସବୁ ଅଭାବ ପୂରଣ କରିବେ । କଥାରେ ଅଛି ବାହାଘର ବେଳେ ବାଇଗଣ ରୁହା । ଅର୍ଥାତ ୫ ବର୍ଷ ଶାସନ ସମୟରେ ଏହି ସବୁ ଅଭାବ ପୂରଣ କରି ପାରିଲେନି ବିଧାୟକ । କିନ୍ତୁ ଆଜି ବିଧାୟକ ଟିକେଟ ଲୋଭରେ ଏହି ଅଭାବକୁ ତୁରନ୍ତ ପୂରଣ କରିବାକୁ ଜବାବ ଦେଉଛନ୍ତି ।