ରାଜନଗର ବିଧାୟକଙ୍କୁ ଘାରିଛି ଫଳକ ଉଦଘାଟନ ନିଶା । ଯେଉଁ ପ୍ରକଳ୍ପକୁ ୨୦୧୯ରେ ମନ୍ତ୍ରୀ ପ୍ରତାପ ଜେନା ଶିଳାନ୍ୟାସ କରିଥିଲେ ସେହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ୨୦୨୩ରେ ଭିସି ଜରିଆରେ ପୁଣି ଥରେ ଶିଳାନ୍ୟାସ କରିଥିଲେ ଓ ସେ ସମୟରେ ବିଧାୟକ ରାଜନଗର ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ଗତ କାଲି ସେହି ଫଳକକୁ ରାତି ଅଧିଆ ପୁଣି ଥରେ ଉଦଘାଟଲ କରିଛନ୍ତି ବିଧାୟକ ଧ୍ରୁବ ସାହୁ । ଏଠି ପ୍ରଶ୍ନ ଉଠୁଛି, କଣ ପାଇଁ ବିଜେଡ଼ି ନାତାଙ୍କୁ ଘାରିଛି ଫଳକ ଉଦଘାଟନ ନିଶା । ନିର୍ବାଚନ ସରିଗଲେ ଏ ନିଶା ରହିବ ତ ବିଜେଡ଼ି ନେତାଙ୍କର ।
ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟ ବ୍ଲକରେ ବସଷ୍ଟାଣ୍ଡ ଥିବା ବେଳେ ୨୦୧୯ରେ ଶିଳାନ୍ୟାସ ହୋଇଥିଲେ ମଧ୍ୟ ୨୦୨୪ ଯାଏ ନିଦ ଭାଙ୍ଗି ନଥିଲା ବିଧାୟକଙ୍କର । କିନ୍ତୁ ଆଜି ନିର୍ବାଚନୀ ଥୋପ ଦେଇ ପୁଣି ଶିଳାନ୍ୟାସର ନାଟକ କରିଛନ୍ତି ବିଧାୟକ । ଦୀର୍ଘ ବର୍ଷ ହେବ ପଟ୍ଟାମୁଣ୍ଡାଇରେ ବସଷ୍ଟାଣ୍ଡ ଟିଏ ନାହିଁ । ଷ୍ଟାଣ୍ଡକୁ ବସ୍ ଗୁଡ଼ିକ ନ ଆସିବା ଯୋଗୁ ଦୂର ଦୂରଦୂରାନ୍ତରୁ ବସରେ ଯାଉଥିବା ଯାତ୍ରୀମାନେ ବର୍ଷା ଓ ଖରାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଆଳି ଓ ରାଜନଗରରୁ ଆସୁଥିବା ବସ ଗୁଡିକ ନୂଆ ବାଇପାସ ରାସ୍ତାରେ ଠିଆ ହୋଇ ଲୋକ ଉଠାଉଛନ୍ତି । ଯେଉଁଠି ସାମାନ୍ୟ ଯାତ୍ରୀ ବିଶ୍ରାମାଗାର ଟିଏ କି ଶୌଚାଳୟ ଟିଏ ନାହିଁ ।