ସିସିଟିଭି ଲାଗିଥିବା ଦେଖି ସୁଦ୍ଧା ସେମାନେ ଭୟ ନକରି ସିସିଟିଭିକୁ ଚାହିଁଚାହିଁ ଯାଉଛନ୍ତି. କିଏ ଖଣ୍ଡା ତ କିଏ ହାତରେ ଶାବଳ ଧରିଛନ୍ତି. ଏହି ସିସିଟିଭି ଭାଇରାଲ ହେବାପରେ ସ୍ଥାନୀୟ ଲୋକେ ଭୟବୀତ ହେବାରେ ଲାଗିଛନ୍ତି. ଏନେଇ ସାଲେପୁର ପୋଲିସ ଖବର ଦେବାପରେ ଗାଁ ରେ ପହଞ୍ଚି ତଦନ୍ତ କରୁଛି ପୋଲିସ. ହେଲେ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କ ଟେର ପାଇ ପାରିନି ପୋଲିସ. ତେବେ କେଉଁ ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ବୁଲୁଛନ୍ତି ତାକୁ ନେଇ ତଦନ୍ତ କରୁଛି ପୋଲିସ . ତେବେ ଏ ଘଟଣା କେବଳ ନୁହେଁ ଏହା ପୂର୍ବରୁ ମଧ୍ୟ ଆହୁରି ଅନେକ ଥର ଏପରି ଭିଡିଓ ସିସିଟିଭିରେ କଏଦ ହେବା ନଜର ଆସିଛି. ଦୁର୍ବୃତ୍ତମାନେ ବିନା ଭୟରେ ରାତିରେ ମାରଣାସ୍ତ୍ର ଧରି ବୁଲୁଥାନ୍ତି. ତେବେ ଏହାପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି.