ସେହିପରି ବିଜୟ ପରେ କାନ୍ଦି ପାକାଇଥିଲେ ବିରାଟ ଏବଂ ରୋହିତ । ପଡିଆରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ। ଯେ ସମସ୍ତ ପ୍ଲେୟାର୍ସଙ୍କ ଆଖିରେ ଥିଲା ଖୁସିର ଲୁହ। ପଡିଆରେ ଖେଳାଳୀଙ୍କ ଆଖିରେ ଲୁହ ଦେଖି ବ୍ୟଥିତ ହୋଇପଡିଥିଲେ ବିରାଟଙ୍କ ଝିଅ। ଅନୁଷ୍କା ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ମୋ ଝିଅ ଯେତେବେଳେ ଟିଭିରେ ଦେଖିଲା ଖେଳାଳୀ ମାନେ କାନ୍ଦୁଛନ୍ତି ସେତେବେଳେ ତାର ବଡ ଚିନ୍ତା ହେଉଥିଲା ଖେଳାଳୀମାନଙ୍କୁ କଣ ହଗ୍ କରିବାକୁ କେହି ନାହାଁନ୍ତି। ଅନୁଷ୍କା ତାଙ୍କ ଝିଅକୁ କହିଥିଲେ ତାଙ୍କୁ ୧୫୦ କୋଟି ଲୋକ ହଗ କରୁଛନ୍ତି ।
ତେବେ ୨୦୨୪ ବିଶ୍ୱକପରେ କିନ୍ତୁ ବାଜି ମାରି ନୂଆ ଇତିହାସ ଲେଖିଛି ରୋହିତ ବାହିନ॥ ଏହି ବିଜୟରେ କିଛି ପ୍ଲେୟାରର୍ସ ମହତ୍ୱପୂର୍ତ୍ତ ଭୁମିକା ନିଭାଇଥିଲେ। ସେଥିମଧ୍ୟରୁ ଯଶପ୍ରୀତ ବୁମରା ଫାଇନାଲରେ କରିଥିଲେ ମ୍ୟାଜିକ । ଇଣ୍ଡିଆ ହାରୁଥିବା ବାଜିକୁ ଜିତାଇ ବିଶ୍ୱକପ ଟ୍ରଫିକୁ ଭେଟି ଦେଇଛନ୍ତି ଯଶପ୍ରୀତ । ତାହାସହ ପ୍ଲେୟାର ଅପ ଦି ଟୁର୍ଣ୍ଣାମେଣ୍ଟ ବି ହୋଇଛନ୍ତି । ଏହି ବିଶ୍ୱକପରେ ୮ ମ୍ୟାଚରେ ବୁମରା ୧୫ ଟି ୱିକେଟ ନେଇଥିଲେ ଓ ଭାରତ ପାଇଁ ବ୍ରହ୍ମାସ୍ତ୍ର ସାବ୍ୟସ୍ତ ହୋଇଛନ୍ତି । ସେହିପରି କୁହାଯାଏ କ୍ୟାଚ୍ ଜିତାଏ ମ୍ୟାଚ୍ ..ସୂର୍ଯ୍ୟଙ୍କ କ୍ୟାଚ୍ କଲା କମାଲ । ଟି- ୨୦ ବିଶ୍ୱକପ୍ ଫାଇନାଲରେ ସୂର୍ଯ୍ୟ କୁମାର ଯାଦବଙ୍କ କ୍ୟାଚ୍ ଭାରତକୁ ଦେଖାଇଲା ବିଜୟର ବାଟ। ବିରାଟ କୋହଲି ଏବଂ ଅକ୍ଷର ପଟେଲ ଙ୍କ ସାନଦାର ବ୍ୟାଟିଂ ସହ ଗେମର ମୋଡ ବଦଳାଇଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଟିମ୍ ଇଣ୍ଡିଆକୁ ଏହି ବୃହତ ବିଜୟ ଦେବାରେ ବଡ ଭୁମିକା ଏହିପ୍ଲୟାସଙ୍କର। ଟିମ୍ ଇଣ୍ଡିଆର ଐତିହାସିକ ବିଜୟରେ ଝୁମୁଛି ସାରା ଦେଶ।
ଅଧିକ ଦେଖନ୍ତୁ :