ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୋଲିସକୁ ସଫଳତା। କର୍ଲାବାହାଲି ଗାଁରୁ ଦାଦନ ଚାଲାଣ ବେଳେ ୧୪ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ। ବିଳମ୍ବିତ ରାତିରେ କଣ୍ଟାବାଞ୍ଜିରୁ ବାହାର ରାଜ୍ୟକୁ ଚାଲାଣ ବେଳେ କର୍ଲାବାହାଲି ଗାଁ ଛକରୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୋଲିସ । ଏମାନଙ୍କ ମଧ୍ୟରେ ୮ ଜଣ ପୁରୁଷ,୩ ଜଣ ମହିଳା ଓ ୩ ଜଣ ଶିଶୁ ରହିଛନ୍ତି । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାରେ ସଂମ୍ପୃକ୍ତ ରୋହିତ ହିଆଲ ଓ ଅଲେଖ ସୁନାକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେଜ ଛାତ୍ରଛାତ୍ରୀ ଅସୁବିଧା ସମ୍ମୁଖୀନ ହେଉଥିବା ଦେଖାଦେଇଛି।
ପାଗ ପରିବର୍ତ୍ତନ ହୋଇଥିବା ବେଳେ ସକାଳ ୮ ଟା ପର୍ଯ୍ୟନ୍ତ କୁହୁଡ଼ି ଘେରରେ ନୀଳଗିରି ରହିଥିବା ଦେଖାଦେଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତି ରେକର୍ଡ । ସେ ପ୍ରତି ଘଣ୍ଟାକୁ ପାଖାପାଖି ୭୫୦ ରୁ ୮୦୦ ଦୋଷା ପ୍ରସ୍ତୁତ କରୁଛନ୍ତି ଏବଂ ୨୪ ଘଣ୍ଟାରେ ୧୦ ହଜାର ଦୋଷା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛନ୍ତି।
ମନୋହରଙ୍କ ବାପା କହୁଥିଲେ ଯେ ଖାଦ୍ୟ ଦାନ ଠାରୁ ମହତ୍ବ ଦାନ କିଛି ନାହିଁ। ସେ ତାଙ୍କ ବାପାଙ୍କ କଥା ମାନି ଏଭଳି ଖାଦ୍ୟ ପ୍ରସ୍ତୁତି କରୁଥିବା ପ୍ରକାଶ କରିଛନ୍ତି। ଚଳିତ ବର୍ଷକୁ ମିଶାଇ ଏହା ମନୋହରଙ୍କ ୨୬ ତମ ରେକର୍ଡ।
ଅଧିକ ପଢନ୍ତୁ ଭାରତ ଖବର