SCBର ଛାତ୍ରାବାସରେ ରହୁଥିବା ଜଗମୋହନ ଗତ ବର୍ଷ ବିବାହ କରିଥିଲେ । ଗତକାଲି ସନ୍ଧ୍ୟାରେ ତାଙ୍କର କାର୍ ନଦୀ ବନ୍ଧ ଉପରେ ଥିବା ପୋଲିସ ଜାଣିବାକୁ ପାଇଥିଲା । ଆଜି ସକାଳୁ ଜଗମୋହନଙ୍କ ମୃତଦେହ ମହାନଦୀ ପଠାରୁ ମିଳିଥିଲା । ତେବେ ଜଗମୋହନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ତାଙ୍କ ମୃତଦେହ ନିକଟରୁ ଏକ ବ୍ୟାଗ ସହିତ କିଛି ସିରିଂଜ ଓ ହାତ ଲେଖା ଚିଠି ପୋଲିସ ଜବତ କରିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
SCB ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ: କଟକ CDA ନିକଟରେ ଥିବା ଫାଶୀଦିଆ ନଦୀ ପଠାରୁ SCB ଡାକ୍ତରଙ୍କ ମୃତଦେହ ଉଦ୍ଧାର । ମୃତ ଡାକ୍ତରଙ୍କ ନାଁ ଜଗମୋହନ ସେଠୀ, ସେ SCB ସର୍ଜରୀ ବିଭାଗ PG ଶେଷ ବର୍ଷର ଛାତ୍ର । CDA ଫେଜ୍-2 ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପୋଷ୍ଟମୋର୍ଟମ ପାଇଁ ପଠାଇଛି ।
Download Argus News App
