ସୁନ୍ଦରଗଡ଼: ସ୍କୁଲ ବସ୍ କୁ ୧ ଲକ୍ଷ ୨୨ ହଜାର ଟଙ୍କା ଫାଇନ୍ । ବିନା କାଗଜପତ୍ରରେ ବସ୍ ଚାଲୁଥିବାରୁ ଫାଇନ କଲେ ସୁନ୍ଦରଗଡ଼ ଆରଟିଓ । ସ୍ଥାନୀୟ ସ୍ପୋର୍ଟସ ହଷ୍ଟେଲରୁ ଟାଉନ୍ ହାଇସ୍କୁଲ୍ ଚାଲୁଥିଲା ଏହି ସ୍କୁଲ ବସ । ଗତ ମାର୍ଚ୍ଚ ମାସରୁ ବସର ଫିଟନେସ୍ ସରିଯାଇଥିବା ସୂଚନା ମିଳିଛି । ଏହାଛଡା ଯାଞ୍ଚ ସମୟରେ ବସ୍ ର ପରମିଟ୍, insurance, ଟ୍ୟାକ୍ସ ଆଦି କାଗଜପତ୍ର ନଥିଲା । ଏପରିକି ବସ ଡ୍ରାଇଭରଙ୍କର ସଠିକ୍ ଲାଇସେନ୍ସ ମଧ୍ୟ ନଥିଲା । ସ୍କୁଲ ଛାତ୍ରଛାତ୍ରୀଙ୍କ ପରିବହନରେ ନିୟୋଜିତ ଏହି ବସକୁ ଜବତ କରିଛି ସୁନ୍ଦରଗଡ଼ ଆରଟିଓ ।