ଅନ୍ୟପଟେ ବିଜେଡି ଛାଡ଼ିଲେ ଦେବେନ୍ଦ୍ର କହଁର । ବିଜେଡିରୁ ଇସ୍ତଫା ଦେଲେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । କୌଣସି ଆଗାମୀ ନିର୍ବାଚନରେ କୌଣସି ଦଳକୁ ନ ଯାଇ ସ୍ୱାଧୀନ ଭାବେ ମଧ୍ୟ୍ୟ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ଦେବେନ୍ଦ୍ର କହ୍ନର । ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଦେବେନ୍ଦ୍ର ଫୁଲବାଣୀ ଆସନରେ ବିଜେଡି ବିଧାୟକ ଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେପଟେ ବିଜେଡି ଛାଡ଼ିଛନ୍ତି ଜଗତସିଂହପୁର ଜିଲ୍ଲାର ପୂର୍ବତନ ବିଜେଡି ସଭାପତି ଅମରେନ୍ଦ୍ର ଦାସ । ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । ବିଜେଡି ପ୍ରଶାନ୍ତ ମୁଦୁଲିଙ୍କୁ ଟିକେଟ୍ ଦେବା ପରେ ଅସନ୍ତୁଷ୍ଟ ଥିଲେ ଅମରେନ୍ଦ୍ର । ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ସେହିପରି ବିଜେଡ଼ିରୁ ଇସ୍ତଫା ଦେଲେ ଅସିତ ପଟ୍ଟନାୟକ । ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟନାୟକ ପୁଅ ଅସିତ । ସେ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାର ଉପଦେଷ୍ଟା ଥିଲେ ।