'ଛୁଟି ଦିନ ଥିବାରୁ ସଂଖ୍ୟାଧିକ ଭକ୍ତଙ୍କ ଭିଡ ଥିଲା'
ପଣ୍ଡା ଦ୍ଵାର ଖୋଲିବା , ଜଗମୋହନ ତଳୁ ଅବରୋଧ ହଟିବା , ଆନନ୍ଦ ବଜାର ପଟୁ ବାଇଶି ପାହାଚ କୁ ପ୍ରସ୍ଥାନ ଗେଟ୍ ଖୋଲିବା ଉପରେ ହୋଇପାରେ ଆଲୋଚନା । ସେପଟେ ପୁରୀ ଏସପି ମଧ୍ୟ ଏ ବାବଦରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଚାରି ଦିନ ଛୁଟି ଯୋଗୁଁ ଶ୍ରୀକ୍ଷେତ୍ରରେ ଦୁଇଗୁଣା ଭକ୍ତଙ୍କ ଭିଡ ବଢ଼ିଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ସହ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି ହୋଇଛି ।
ଏନେଇ ବ୍ୟାପକ ପୋଲିସ ମୁତୟନ ସହ ବରିଷ୍ଠ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି । ନୂତନ ନିର୍ଦ୍ଦେଶନାମା ଅନୁସାରେ ଦର୍ଶନ ବ୍ୟବସ୍ଥାରେ ଆହୁରି ଶୃଙ୍ଖଳିତ ହେବାକୁ କିଛିଦିନ ସମୟ ଲାଗିବ । ଛୁଟି ଦିନ ମାନଙ୍କରେ ଅହେତୁକ ଭିଡ ଯୋଗୁଁ ଭକ୍ତ ମାନଙ୍କୁ ଧର୍ଯ୍ୟ ଓ ସଂଜମତା ରକ୍ଷା କରିବାକୁ ପଡ଼ିବ ।
ଆହୁରି ପଢନ୍ତୁ ଓଡିଶା ଖବର...