ଫଳରେ ପଡିଆ ପଡୁଛି ଶହ ଶହ ଏକର ଚାଷ ଜମି । ଏ ଚିତ୍ର ହେଉଛି ଢେଙ୍କାନାଳ ଦେଇ ଯାଇଥିବା ରେଙ୍ଗାଳୀ ଦକ୍ଷିଣପଟ ଦର୍ପଣି ବ୍ରାଞ୍ଚ କେନାଲର । ଚାଷ କରିବାକୁ ଚାତକ ପରି ପାଣିକୁ ଅପେକ୍ଷା କରିଛନ୍ତି ଚାଷୀ । ହେଲେ ପାଣି ଆସୁ ନଥିବାରୁ ଚାଷୀ ହତାଶ ।
କେବଳ ରେଙ୍ଗାଳୀ ଦକ୍ଷିଣ କି ବାମ ନୁହେଁ ସମାକୋଇ ନଦୀରେ ଚକ୍ରଧର ବ୍ୟାରେଜ ପାଇଁ ସ୍ବପ୍ନ ଦେଖାଇଥିଲେ ସରକାର । ହେଲେ ଏ ସ୍ବପ୍ନ ବି ଅଧୁରା । ଅନୁଗୁଳ ଓ ଢେଙ୍କାନାଳରେ ଚାଷୀଙ୍କୁ ଜଳସେଚନ ଧୋକାକୁ ନେଇ ଗରିବ କଲ୍ୟାଣ ସମାବେଶରେ ଏମିତି ଢଙ୍ଗରେ ନିଶାନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ଵ କେନାଲର ଲମ୍ବ ୯୫ କିଲୋମିଟର । ଏଥରୁ ତିନୋଟି ବ୍ରାଞ୍ଚ କେନାଲ ଯାଇ ୮୪ ହଜାର ୪୦୬ ହେକ୍ଟର ଜମିକୁ ଜଳସେଚନ ହେବାର ଲକ୍ଷ ରଖାଯାଇଥିଲା । ପ୍ରଥମେ ବ୍ୟୟ ଅଟକଳ ଥିଲା 784 କୋଟି । ଏବେ ଏବା 4824 କୋଟିରେ ପହଁଞ୍ଚିଲାଣି । ସରକାରୀ ତଥ୍ୟ ଅନୁସାରେ ଗନ୍ଦିଆ ବ୍ରାଞ୍ଚ କେନାଲ ଓ ମୁଖ୍ୟ ବ୍ରାଞ୍ଚ କେନାଲରୁ ୧୭ ହଜାର ୬୦୬ ହେକ୍ଟର ଜମି ଜଳସେଚନ ହେଉଛି । ଦର୍ପଣି ଓ ନରସିଂହ ପୁର ବ୍ରାଞ୍ଚ କେନାଲରୁ ୨୬ ହଜାର ୩୩୪ ହେକ୍ଟର ଜମିକୁ ପାଣି ଦେବା ପାଇଁ କାମ ଚାଲିଛି ବାକି କାମରେ ବାଧକ ସାଜିଛି ଜଙ୍ଗଲ ଜମି ଅନୁମୋଦନ । ଯେଉଁଥି ପାଇଁ ତେଜୁଛି ଚାଷୀଙ୍କ ଅସନ୍ତୋଷ ।
ସେହିପରି ରେଙ୍ଗାଳୀ ବାମ ବନ୍ଧ କେନାଲ ସମଲରୁ ଡୁବୁରୀ ପର୍ଯନ୍ତ 39ହଜାର248ସତ ହେକ୍ଟର ଚାଷଜମି କୁ ପାଣି ମାଡିବ ବୋଲି ଲକ୍ଷ୍ୟ ରହିଛି । ହେଲେ...ଏ କାମ ବି ଅଧାପନ୍ତରିଆ ହୋଇ ପଡିଛି । ପାଲଲହଡା ଜାମ୍ବୁଆ ଓ କେନ୍ଦୁଝରର ଚକ୍ରଧର ପୁର ମଝିରେ ସମୋକୋଇ ନଦୀରେ ଡ୍ୟାମ ପାଇଁ 1971ର ପ୍ରସ୍ତାବ ଆଜି ବି ସ୍ବପ୍ନ ହୋଇ ରହିଛି । 2000 ରେ ଏହାକୁ CWC ର ଅନୁମୋଦନ ମିଳିବା ପରେ 125 କୋଟି ମଞ୍ଜୁର ହୋଇଥିଲା । ଏଠି ସ୍ବତନ୍ତ୍ର କଲୋନୀ ହେଲା , ହସପିଟାଲ ଓ ଡାକଘର ବି ଖୋଲିଥିଲା । ହେଲେ ଏ ସବୁ ଆଜି ଭୁତକୋଠି ।
ଆହୁରି ପଢନ୍ତୁ ଓଡିଶା ଖବର...