କେବଳ ମହିଳା କମିଶନ ଚେୟାରମ୍ୟାନଙ୍କୁ ଛାଡିଦେଲେ କେହି ସଦସ୍ୟା ନାହାନ୍ତି । 6ଟି ଯାକ ପଦ ଖାଲି ପଡିଛି ମାସ ମାସ ଧରି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ଏ ନେଇ ରାଜ୍ୟ ମହିଳା ଶିଶୁ ବିକାଶ ସଚିବଙ୍କ ଜବାବ ତଲବ କରିଛନ୍ତି ହାଇକୋର୍ଟ । ସଦସ୍ୟ ପଦ ପୂରଣ ସମ୍ପର୍କିତ ମାମଲା ଷ୍ଟାଟସ୍ ମେ ୧ ତାରିଖ ସୁଦ୍ଧା ସତ୍ୟପାଠ ଜରିଆରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ମହିଳା ନିର୍ଯାତନାରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା । ନିର୍ଯାତନା, ଘରୋଇ ହିଂସା, ଦୁଷ୍କର୍ମ ବଢିଚାଲିଛି । ନ୍ୟାସନାଲ୍ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ କହୁଛି ମହିଳା ନିର୍ଯାତନାରେ ଓଡ଼ିଶାରେ ଦଣ୍ଡବିଧାନ ହାର ମାତ୍ର 8.3 ପ୍ରତିଶତ। ପୋଲିସ ଫେଲ୍, ମହିଳା କମିଶନରେ ବି ନିରାଶ ହେଉଛନ୍ତି ପୀଡିତା ।
ମହିଳାଙ୍କ ନ୍ୟାୟ ପାଇଁ ସମ୍ବେଦନହୀନ କି ସରକାର, କାହିଁକି ମାସ ମାସ ହେଲା ପୂରଣ ହେଉନାହିଁ ମହିଳା କମିଶନରେ ଖାଲି ପଡିଥିବା ପୋଷ୍ଟ, କାହିଁକି ପଡି ରହିଛି ହଜାର ହଜାର ମାମଲା, କେବେ ମିଳିବ ନ୍ୟାୟ ?
ଆହୁରି ପଢନ୍ତୁ ଓଡିଶା ଖବର...