ବାଲିଗୁଡ଼ା ବ୍ଲକ ସଦର ମହକୁମାରୁ ମାତ୍ର 15 କିଲୋ ମିଟର ଦୂରରେ ରହିଛି ତଗାପକାଲି । ଗାଁ ର ପ୍ରତ୍ୟେକ ପରିବାର ଡଙ୍ଗର ଗୁଡ଼ିଆ , ହଳଦୀ ଚାଷ ଓ ଦିନ ମଜୁରିଆ ଭାବେ କାମ କରନ୍ତି। ମାତ୍ର ଗାଁକୁ ନାହିଁ ରାସ୍ତା। ସ୍ଥାନୀୟ ଲୋକ ବାଧ୍ୟ ହୋଇ ରାସ୍ତାକୁ ସଫା କରି ମାଟି ପକାଇ ଯିବା ଆସିବା କରୁଛନ୍ତି। ଗାଁ ରେ ଗୋଟିଏ ବି ସରକାରୀ ନଳ କୂଅ ନାହିଁ । ରହିଛିତ ଏକ ମାତ୍ର ଚୁଆ, ଯାହାକି ଦୀର୍ଘ କୋଡ଼ିଏ ବର୍ଷ ପୂର୍ବେ ଜଳ ଛାୟା ଦ୍ଵାରା ନିର୍ମାଣ କରା ଯାଇଥିଲା। ଗାଁ ଲୋକେ ପିଇବା ପାଣି ପାଇଁ ଚୁଆ ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି। ଯେଉଁ ଚୂଆ ରେ ଗୋଧୋଇବା କଥା ସେ ଚୁଆ ପାଣି ହିଁ ପାନୀୟ ଜଳ ଭାବ ରେ ବ୍ୟବହାର କରୁଛନ୍ତି। ରାଜ୍ୟ ସରକାରଙ୍କ ରେକର୍ଡ ଅନୁସାରେ 12 ଟି ନିପଟ ଜଙ୍ଗଲି ଆଦିବାସୀ ପରିବାର ବସବାସ କରନ୍ତି। ହେଲେ ଗାଁ ରେ ଅଙ୍ଗନୱାଡ଼ି ଟିଏ ବି ନାହିଁ।
2019 ନିର୍ବାଚନ ପୂର୍ବରୁ ଏଇ ଆଦିବାସୀ ଗାଁକୁ ରାସ୍ତା ହେବ, ବିଜୁଳି ସଂଯୋଗ ହେବ ଓ ପାନୀୟ ଜଳର ଉତ୍କଟ ସମସ୍ୟା ଦୂର ହେବ ବୋଲି ନେତା ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏଭିତରେ ୫ ବର୍ଷ ବିତି ଯାଇଥିବା ବେଳେ ଏବେବି ବଦଳିନି ତଗାପକାଲିର ଭାଗ୍ୟ। ଏବେବି ଗାଁରେ ସରକାରୀ ଯୋଜନା ସାତ ସପନ। ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ଭଳି ସମସ୍ୟା ଗ୍ରାମବାସୀଙ୍କ ମୁଖ୍ୟ ସମସ୍ୟା। ଯଦି ସୂର୍ଯ୍ୟାଲୋକ ରେ ଚିତ୍ର ଏମିତି , ରାତି ର ଚିତ୍ର ସହଜ ରେ ଅନୁମେୟ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: