ସନ୍ତୋଷଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ଗାଁରେ। ସନ୍ତୋଷ ୨୦୦୬ ମସିହାରେ ସେନାରେ ଯୋଗ ଦେଇଥିଲେ। ବାପା ହାଡିବନ୍ଧୁ ବେହେରା ଓ ମାଆ ପିତା ବେହେରାଙ୍କର ବଡ଼ ପୁଅ ହେଉଛନ୍ତି ସନ୍ତୋଷ। ତାଙ୍କ ମୃତ୍ୟୁରେ ଭାଙ୍ଗି ପଡିଛି ସମ୍ପୂର୍ଣ୍ଣ ପରିବାର।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଢେଙ୍କାନଳ : ଉତ୍ତରପ୍ରଦେଶ ବରୈଲିରେ ସହୀଦ ହେଲେ ଓଡ଼ିଆ ବୀର ଯବାନ ସନ୍ତୋଷ କୁମାର ବେହେରା। ମନ୍ଦିର ଭୋଗ ଖାଇ ମୃତ୍ୟୁ ହୋଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ତେବେ ଗତ ଶନିବାର ଦିନ ବରୈଲିରେ ଏକ ମନ୍ଦିରରେ ଯବାନ ମାନେ ଭୋଗ ଖାଇବା ପରେ ସେମାନଙ୍କ ମଧ୍ୟରୁ ୨୨ ଜଣ ଯବାନ ଅସୁସ୍ଥ ହୋଇଥିଲେ। ଚିକିତ୍ସିତ ଅବସ୍ଥାରେ ସନ୍ତୋଷଙ୍କର ମୃତ୍ୟୁ ହୋଇଛି ।
ସନ୍ତୋଷଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ଗାଁରେ। ସନ୍ତୋଷ ୨୦୦୬ ମସିହାରେ ସେନାରେ ଯୋଗ ଦେଇଥିଲେ। ବାପା ହାଡିବନ୍ଧୁ ବେହେରା ଓ ମାଆ ପିତା ବେହେରାଙ୍କର ବଡ଼ ପୁଅ ହେଉଛନ୍ତି ସନ୍ତୋଷ। ତାଙ୍କ ମୃତ୍ୟୁରେ ଭାଙ୍ଗି ପଡିଛି ସମ୍ପୂର୍ଣ୍ଣ ପରିବାର।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଆଜି ବିଶ୍ବବିନ୍ଧାଣୀ ବିଶ୍ବକର୍ମାଙ୍କ ପୂଜା । ସାରା ରାଜ୍ୟରେ ଦେବ ଶିଳ୍ପୀ ବିଶ୍ବକର୍ମାଙ୍କ ପୂଜାକୁ ନେଇ ଉତ୍ସାହ । ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପରେ ଛୋଟବଡ ପ୍ରାୟ ୩୦ଟି ମଣ୍ଡପରେ ପୂଜା ଆୟୋଜନ ହେଉଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିଭଳି ଅନୁଗୁଳ ନାଲକୋ ନଗରରେ ବେଶ ଧୁମଧାମରେ ପାଳନ ହେଉଛି ବିଶ୍ବକର୍ମା ପୂଜା ।
ଅଧିକ ପଢନ୍ତୁ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ
ଚଳିତ ବର୍ଷ ନାଲକୋ ନଗରରେ ୧୯ଟି ପୂଜା ମଣ୍ଡପରେ କରାଯିବ ଦେବଶିଳ୍ପୀଙ୍କ ଆବାହନ । କେଉଁଠି ସାମ୍ପ୍ରତିକ ଘଟଣାବଳୀକୁ ନେଇ ତ ଆଉ କେଉଁଠି ପୌରାଣିକ କଥାବସ୍ତୁକୁ ନେଇ ହୋଇଛି ମୂର୍ତ୍ତି ନିର୍ମାଣ। ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ଦେବ ଶିଳ୍ପୀ ବିଶ୍ବକର୍ମା ।
ଅର୍ଗସ ବ୍ୟୁରୋ : ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ । ଫ୍ଲୋରିଡାରେ ଗଲ୍ଫ ଖେଳୁଥିବା ବେଳେ ନିକଟରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲା । ଟ୍ରମ୍ପଙ୍କ ଦେହରେ ଗୁଳି ବାଜିନି, ସେ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଗୁଳିମାଡ ପରେ ସନ୍ଦିଗ୍ଧ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ମଧ୍ୟ ପରେ ତାକୁ ଗିରଫ କରାଯାଇଛି । ତା ନିକଟରୁ ଗୋଟିଏ AK 47 ଜବତ ଜବତ ହୋଇଛି । ପୂର୍ବରୁ ଜୁଲାଇ ୧୩ରେ ପେନସିଲଭାନିଆରେ ଟ୍ରମ୍ପଙ୍କୁ ଟାର୍ଗେଟ୍ କରି ଗୁଳିମାଡ ହୋଇଥିଲା ।
ଅଧିକ ପଢନ୍ତୁ : ୨୦ ବର୍ଷ ବୟସର ଯୁବକ କାହିଁକି ଟ୍ରମ୍ପଙ୍କୁ ମାରିଲା ଗୁଳି ?
ସେପଟେ ଟ୍ରମ୍ପଙ୍କ ଉପରେ ହତ୍ୟା ଉଦ୍ୟମକୁ ଗୁରୁତର ସହ ନେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଟ୍ରମ୍ପ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାରୁ ସେ ଆଶ୍ବସ୍ତ ହୋଇଛନ୍ତି । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆମେରିକାରେ ରାଜନୈତିକ ହିଂସାର କୌଣସି ସ୍ଥାନ ନାହିଁ । ଟ୍ରମ୍ପଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ ସୂଚନା ଦେଇଛନ୍ତି ।
ଅର୍ଗସ ବ୍ୟୁରୋ : ୫୦ କେଜି ଗଞ୍ଜେଇ ସହ ଦୁଇଟି କାର ଜବତ , ଗଞ୍ଜେଇ ମାଫିଆ ଗିରଫ । ବୌଦ୍ଧ ଥାନା ପୋଲିସ ପକ୍ଷରୁ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ରଂଜିତ କୁମାର ମୁନୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ପୋଲିସ ଟିମ ଗଠନ କରି ମୂର୍ଷୁଣ୍ଡି ନିକଟରେ ଚାଲାଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ମାଡି ବସିଲା l
ଅଧିକ ପଢନ୍ତୁ : ଦେଢ଼ କୁଇଣ୍ଟାଲ ଗଞ୍ଜେଇ ସହ ଦୁଇ ଗିରଫ
ଘଟଣା ସ୍ତଳରେ 50କେଜି ଗଞ୍ଜଇ ଜବତ କରିବା ସହ ଦୁଇଟି କାର ଜବତ ଓ ସମ୍ପୃକ୍ତ ଗଞ୍ଜେଇ ମାଫିଆ କୁ ଗିରଫ କରାଯାଇଛି l ଅଭିଯୁକ୍ତ ଜଣକ ସମ୍ବଲପୁର ଜିଲ୍ଲା ରେଢ଼ା ଖୋଲ ଥାନା ଶିମିଳିପାଳ ଗ୍ରାମର ଜିତେନ୍ଦ୍ର ସାହୁ ବୋଲି ଜଣା ପଡିଛି l