ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ସବୁ ଦଳ ନିଜ ନିଜ ଏଜେଣ୍ଟା ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି। ଏହାରି ଭିତରେ ଆଜି ଆସିପାରେ ବିଜେପିର ପ୍ରାର୍ଥୀ ତାଲିକା। 20ରୁ 22 ଆସନ ପାଇଁ ଘୋଷଣା ହେବ ପ୍ରାର୍ଥୀ । ରାଉରକେଲା ଗସ୍ତ ଅବସରରେ bjp ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାରଙ୍କ ସୂଚନା। ସୁନ୍ଦରଗଡର ସମସ୍ତ ଲୋକସଭା ଓ ବିଧାନସଭା ଆସନରେ ଜିତିବେ ବୋଲି ତୋମାରଙ୍କ ଦମ୍ଭୋକ୍ତି । ଲୋକେ ସତର୍କ ହେଲେଣି, ସବୁ ସତ ଜାଣିଲେଣି। ତେବେ ଚଳିତ ନିର୍ବାଚନ ପାଇଁ ଏବେଠୁ ସବୁଠି ଦେଖିବାକୁ ମିଳିଲାଣି ନିର୍ବାଚନୀ ମାହୋଲ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପାଣି ହେବ କି 24 ମହାଲଢେଇରେ ବିଜେଡିକୁ କାଳ । ମିଶନ ଶକ୍ତି ନାଁ ରେ ମହିଳା ଏକତ୍ରିକରଣ ଫସର ଫାଟିବ କି ହାଣ୍ଡି ମାଠିଆ ଧର ମହିଳାଙ୍କ ଦ୍ବାରା ପାଣି ପାଇଁ ବଡ ବିଜେଡି ନେତା ହଟହଟା । ନିଜ ଦଳର କର୍ମୀଙ୍କ ପ୍ରଶ୍ନରେ ଘାଇଲା ପ୍ରସନ୍ନ ।
ରେଢାଖୋଲରୁ ନିର୍ବାଚନ ଲଢୁଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ । ନାକଟି ଦେଉଳିରେ ଭୋଟ ମାଗିବାକୁ ଗଲା ବେଳେ ନିଜ ଦଳର କର୍ମୀ ପ୍ରସନ୍ନଙ୍କୁ ପଚାରିଥିଲେ ପାଣି ପ୍ରଶ୍ନ । ପାଣି ସମସ୍ୟା ଦୁର ହେଲେ ଭୋଟ ଦେବେ ବୋଲି କହୁଛନ୍ତି ଯୁବକ ।
କିଛି ଦିନ ପୂର୍ବରୁ ବିଜେଡିର ବରିଷ୍ଠ ନେତା ବଦ୍ରିପାତ୍ରଙ୍କୁ ପାଣି ପାଇଁ ଘେରିଥିଲେ ମହିଳା । ଆନନ୍ଦପୁର ଉପଖଣ୍ଡ କେଶଦୁରାପାଳ ଗାଁର ମହିଳାଙ୍କ ପାଣି ପ୍ରଶ୍ନରେ ଘାଇଲା ହୋଇଥିଲେ ବଦ୍ରି । କୁଶେଇ ନ ଦୀରେ ଚୁଆ କରି ପାଣି ଆଣି ପିଉଛନ୍ତି ମହିଳା ।
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବି ପାଣି ପାଇଁ ହାହାକାର । ଗଞ୍ଜାମ ସୋରଡ଼ାରେ ଘର ଆଗରେ ଖାଲି ହାଣ୍ଡି, ମାଠିଆ, ବାଲଟି ରଖି ନେତାଙ୍କୁ ବିରୋଧ କରୁଛନ୍ତି ଜନତା । ହଟହଟା ହୋଇଥିଲେ ପ୍ରଚାର କରିବାକୁ ଯାଇଥିବା ବିଜେଡି ବିଧାୟକ ପୂର୍ଣ ସ୍ବାଇଁ । ଏଥର ପୂର୍ଣ୍ଣଙ୍କ ପତ୍ନୀଙ୍କୁ ମିଳିଛି ଟିକେଟ୍ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି ବଡ଼ଖଣ୍ଡି ପଂଚାୟତର ଦୃଶ୍ୟ। ଯେଉଁଠି ଲୋକେ ଭୋଗୁଛନ୍ତି ଜଳ ଦୁର୍ଦ୍ଦଶା ।
ଇଏ ସାରା ରାଜ୍ୟର ସ୍ଥିତି । ଖରା ଦିନରେ ସାରା ଓଡ଼ିଶାରେ ମହିଳାଙ୍କ ମୁଣ୍ଡ ଓ କାଖରେ ଗରା-ମାଠିଆ । ଲୋକଙ୍କୁ ପାଣି ନ ମିଳିବା ପଛରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ । ରାଜ୍ୟର 207ଟି ମେଗା ପାଇପ୍ ଜଳ ପ୍ରକଳ୍ପ ମଧ୍ୟରୁ ମାତ୍ର 16ଟି ପ୍ରକଳ୍ପ ହିଁ କାର୍ଯ୍ୟକ୍ଷମ ହୋଇଛି । 2 ମାସ ତଳେ ବିଧାନସଭାରେ ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁସାରେ । ରାଜ୍ୟର ମୋଟ 30,615 ଗାଁକୁ ହୋଇନାହିଁ ପାଣି ଟ୍ୟାପ୍ ସଂଯୋଗ । ବିଜେଡି ସରକାରର ଅପାରଗତା କାରଣରୁ ଓଡ଼ିଶାବାସୀ ଭୋଗୁଛନ୍ତି ଜଳ ଦୁର୍ଦ୍ଦଶା। ଅନ୍ୟପଟେ ଅପରାଗତା ଲୁଚାଇବାକୁ ସରକାର ମାଳ ମାଳ ମିଛ ପ୍ରଚାରରେ ବ୍ୟସ୍ତ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ : ତାତିରୁ ନାହିଁ ନିସ୍ତାର । ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁସାରେ ବାଲେଶ୍ବର ସହର ସବୁଠୁ ଉତ୍ତପ୍ତ । ବାଲେଶ୍ବରରେ ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏହା ଏପ୍ରିଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ । ଏହା ପୂର୍ବରୁ ୨୦ ଏପ୍ରିଲ ୨୦୧୦ ରେ ୪୫ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ରାଜଧାନୀ ଭୁବନେଶ୍ବରରେ ୪୫.୪ ଡିଗ୍ରୀ ଛୁଇଁଛି ପାରଦ । ଏହା ଏପ୍ରିଲ ମାସର ଦ୍ବିତୀୟ ସର୍ବାଧିକ ତାପମାତ୍ରା ।
୧୧ ଏପ୍ରିଲ ୨୦୧୬ରେ ଭୁବନେଶ୍ବରରେ ସର୍ବୋଚ୍ଚ ତାପମାତ୍ରା ୪୫.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । କଟକ, ଭୁବନେଶ୍ବର ଓ ବାଲେଶ୍ବରକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଅଗାମୀ ୨୪ ଘଣ୍ଟା ପାଇଁ ସିଭିୟର ହିଟୱେଭ୍ ଜାରି ରହିବ । ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଅଧିକ ପଢନ୍ତୁ ପାଣିପାଗ ଖବର
ସେପପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ବଢୁଛି ଅଂଶୁଘାତ । ଆଜି ସୁଦ୍ଧା ୩୬୭ ଅଂଶୁଘାତ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୁନ୍ଦରଗଡ଼ରୁ ୬୦, ମୟୂରଭଞ୍ଜରୁ ୫୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଅଂଶୁଘାତରେ ଏ ପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅତ୍ୟଧିକ ଖରା ଯୋଗୁଁ ସନ୍ ବର୍ଣ୍ଣ ଭଳି ଚର୍ମ ରୋଗ ହୋଇପାରେ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପିକ୍ ଆୱାରରେ ଘରେ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ମୁଣ୍ଡ ବୁଲେଇଲେ କିମ୍ବା ଗଳା ଶୁଖିଲେ ତୁରନ୍ତ ଡାକ୍ତରଖାନା ଯିବାକୁ ପରାମର୍ଶ । ଛୋଟ ପିଲା, ବୃଦ୍ଧ, ବୃଦ୍ଧା, ଗର୍ଭବତୀ ମହିଳା ଅଧିକ ସତର୍କ ରହିବାକୁ ଜନ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।