ଅର୍ଗସ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ରହିଥିବା ରାଇଘର ଠାରୁ ରାଉରକେଲା କୁ ପ୍ରଥମ ଥର କରି ଏକ ବୋଲଭୋ ବସ ଆଜି ଯାତ୍ରା ଆରମ୍ଭ କରିଛି । ରାଜ୍ୟ ସରକାରଙ୍କ ଜଗନ୍ନାଥ ଏକ୍ସପ୍ରେସ ଭାବେ ଏହି ବସ ଉଭୟ ଆଡ଼ୁ ପ୍ରତିଦିନ ଯାତାୟତ କରିବ l ଏହି ଅବସରରେ ସ୍ଥାନୀୟ ବିଜେପି ପକ୍ଷରୁ "କଥା ଦେଇ କଥା ରଖିଲେ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ପୂର୍ବରୁ ଏହି ରୁଟ୍ ନିମନ୍ତେ ଲୋକେ ଦାବୀ କରି ଆସୁଥିବା ବେଳେ ପ୍ରଥମ କରି ଏ ଅଂଚଳରୁ ବଲଭୋ ବସ ସେବା ଯୋଗାଇ ଦେଇଥିବାରୁ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଜେନା ଙ୍କୁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ଧନ୍ୟବାଦ ଜଣାଇଥିଲେ । ଏଥିସହିତ ବନ୍ଦ ରହିଥିବା ରାଇଘର - ବିଶାଖାପଟନମ୍ ବସ ମଧ୍ୟ ଅତିଶୀଘ୍ର ଚାଲିବା ଆରମ୍ଭ ହେବ ବୋଲି କହିଛନ୍ତି । ଏହି ବସ ପ୍ରତିଦିନ ରାଇଘର ଠାରୁ ସନ୍ଧ୍ୟା ୬ ଟା ସମୟରୁ ବାହାରି ତା ପରଦିନ ସକାଳ ପ୍ରାୟ ସାଢେ ୬ ଟା ସମୟରେ ପହଞ୍ଚିବାର ସମୟ ଧାର୍ଯ୍ୟ ରହିଛି । ଏଥିସହିତ ଏହି ବସ ରାଇଘରରୁ ବାହାରି ନବରଙ୍ଗପୁର , ଜୁନାଗଡ଼ , ଭବାନୀପାଟଣା , ବଲାଙ୍ଗିର , ବରଗଡ଼ , ସମ୍ବଲପୁର , ଝାରସୁଗୁଡ଼ା ଦେଇ ରାଉରକେଲା ପହଞ୍ଚିବ l ପ୍ରାୟ ସାଢେ ୧୨ ଘଣ୍ଟା ସମୟ ଧରି ଏହି ବସ ଯାତ୍ରୀଙ୍କ ବିଳାସପୂର୍ଣ୍ଣ ଯାତ୍ରା ଯୋଗାଇ ଦେବାର ବ୍ୟବସ୍ଥା ରହିଛି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେଜ ଛାତ୍ରଛାତ୍ରୀ ଅସୁବିଧା ସମ୍ମୁଖୀନ ହେଉଥିବା ଦେଖାଦେଇଛି।
ପାଗ ପରିବର୍ତ୍ତନ ହୋଇଥିବା ବେଳେ ସକାଳ ୮ ଟା ପର୍ଯ୍ୟନ୍ତ କୁହୁଡ଼ି ଘେରରେ ନୀଳଗିରି ରହିଥିବା ଦେଖାଦେଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତି ରେକର୍ଡ । ସେ ପ୍ରତି ଘଣ୍ଟାକୁ ପାଖାପାଖି ୭୫୦ ରୁ ୮୦୦ ଦୋଷା ପ୍ରସ୍ତୁତ କରୁଛନ୍ତି ଏବଂ ୨୪ ଘଣ୍ଟାରେ ୧୦ ହଜାର ଦୋଷା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛନ୍ତି।
ମନୋହରଙ୍କ ବାପା କହୁଥିଲେ ଯେ ଖାଦ୍ୟ ଦାନ ଠାରୁ ମହତ୍ବ ଦାନ କିଛି ନାହିଁ। ସେ ତାଙ୍କ ବାପାଙ୍କ କଥା ମାନି ଏଭଳି ଖାଦ୍ୟ ପ୍ରସ୍ତୁତି କରୁଥିବା ପ୍ରକାଶ କରିଛନ୍ତି। ଚଳିତ ବର୍ଷକୁ ମିଶାଇ ଏହା ମନୋହରଙ୍କ ୨୬ ତମ ରେକର୍ଡ।
ଅଧିକ ପଢନ୍ତୁ ଭାରତ ଖବର