ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଟିଟିଲାଗଡ଼ ପରେ ସୁନ୍ଦରଗଡ଼ । ଡାକ୍ତରଖାନାରୁ ଫେରାର ମାରିଲା କଏଦୀ । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବିଚାରାଧୀନ କଏଦୀ ଫେରାର ମାରିଛି । ଗତ ଡିସେମ୍ବର ମାସରେ ଭସ୍ମା ଥାନା ଅଞ୍ଚଳରେ ଘଟିଥିବା ଏକ ହତ୍ୟକାଣ୍ଡ ମାମଲାରେ ଗିରଫ ହୋଇ ଜେଲ୍ରେ ଥିଲା କଏଦୀ ଅର୍ଜୁନ ମୁଣ୍ଡା । ଗତ ୨୯ ତାରିଖରେ ଏକ ଅସ୍ତ୍ରୋପଚାର ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲା । ଆଜି ସେ ଫେରାର ମାରିବା ପରେ ଟାଉନ ପୋଲିସ ତଦନ୍ତ କରୁଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ୫ରେ ପୁଣି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଗସ୍ତ ନେଇ ବିଜେପି ଉପ ସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ପୂର୍ବରୁ ଏପ୍ରିଲ ୨୮ ତାରିଖରେ ଓଡିଶା ଆସି ହାଇ ଭୋଲ୍ଟେଜ ପ୍ରଚାର କରିଥିଲେ ।୨୪ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିଲା ବେଳେ ନିର୍ବାଚନ ରଣକ୍ଷେତ୍ରକୁ ଆହୁରି ଦୃଢ କରିବାକୁ ପୁଣି ଓଡିଶାରେ ରଣହୁଙ୍କାର ଦେବେ ନଡ୍ଡା । ଭୁବନେଶ୍ବରରେ ରହିଛି ଦଳୀୟ କାର୍ଯ୍ୟକ୍ରମ ।
ଅଧିକ ପଢନ୍ତୁ : ସୁପର Sundayରେ ସୁପର ସୋ'
୨୮ରେ ଓଡିଶା ଆସି ପ୍ରଚାର ମୈଦାନରେ ଓଡିଶାବାସୀଙ୍କ ପାଇଁ ନିଜର ଓଜସ୍ବିନୀ ଭାଷଣ ରଖିଥିଲେ ନଡ୍ଡା । ମୋଦିଙ୍କ ବିକାଶକୁ ଓଡିଶାରେ ପହଞ୍ଚାଇ ବିକାଶ ପଥରେ ଓଡିଶାକୁ ଆଗେଇ ନେବାକୁ ହେଲେ ବିଜେପି ସରକାର ଆସିବା ଦରକାର ବୋଲି ସେ କହିଥିଲେ । ମୋଦିଙ୍କର ଅନେକ ଯୋଜନା ଏପର୍ଯ୍ୟନ୍ତ ଓଡ଼ିଶାରେ ପହଞ୍ଚିପାରିନାହିଁ । ଯେଉଁ ରାଜ୍ୟର ସରକାର ସେମାନଙ୍କ ପାଖକୁ କେନ୍ଦ୍ରର ଯୋଜନା ପହଞ୍ଚାଇ ପାରୁନାହାନ୍ତି, ସେପରି ସରକାର ବଦଳିବା ଦରକାର ବୋଲି କହିଥିଲେ ନଡ୍ଡା । ଯଦି ବିଜେପି ସରକାର ଆଶେ ତେବେ ମୋଦିଙ୍କର ସମସ୍ତ ଯୋଜନାର ଲାଭ ଉଠାଇପାରିବେ ଓଡିଶାବାସୀ । ଚିଟଫଣ୍ଡ ଦୁର୍ନିତୀରେ ବୁଡିରହିଥିବା ସରକାରକୁ ଓଡିଶାବାସୀ ବଦଳାଇବା ଦରକାର ବୋଲି ସେ କହିଥିଲେ । ନିର୍ବାଚନ ସରଗରମ ଥିବାବେଳେ ଓଡିଶାକୁ କେନ୍ଦ୍ରୀୟ ନେତାଙ୍କ ତୋଫାନୀ ଗସ୍ତ ହେଉଥିବା ଦେଖିବାକୁ ମିଳିଛି ।
ଅର୍ଗସ ବ୍ୟୁରୋ: ଶବ୍ଦର ଚଞ୍ଚକତା କରି ବିଜେଡି ନେତା ପାଣ୍ଡିଆନ କହିଛନ୍ତି ସେ ହିଁ ନବୀନ ପଟ୍ଟନାୟକଙ୍କ ଶବ୍ଦର ଚଞ୍ଚକତା କରି ବିଜେଡି ନେତା ଭି.କେ. ପାଣ୍ଡିଆନ କହିଛନ୍ତି ସେ ହିଁ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ । ସିଧା ସିଧା ଉତ୍ତରାଧିକାରୀ ବଦଳରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରେ କହିଛନ୍ତି, ସେ ନବୀନ ପଟ୍ଟନାୟକଙ୍କ ମୂଳବୋଧର ଉତ୍ତରାଧିକାରୀ । ଦଳ ଓ ନିର୍ବାଚନ ପରିଚାଳନାରେ ସେ ସର୍ବେସର୍ବା ଏକଥା ଅଛପା ନାହିଁ । ପ୍ରଚାର ମଇଦାନରେ ଦୁଇ ନମ୍ବର । ପୂର୍ବରୁ ଓଡିଶା ଲୋକ ତାଙ୍କର ଉତ୍ତରାଧିକାରୀ ବାଛିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କହିଥିଲେ । କିନ୍ତୁ ବିଜେଡିର ନିର୍ବାଚନ ପରିଚାଳନା, ନବୀନଙ୍କ ଇସାରା ଓ ପାଣ୍ଡିଆନଙ୍କ ବୟାନ ସ୍ପଷ୍ଟ କରୁଛି ସେ ଉତ୍ତରାଧିକାରୀ । ଖୋଦ ପାଣ୍ଡିଆନ ପ୍ରଥମ ପୁରୁଷ ଏକ ବଚନରେ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ସେ ହିଁ ନବୀନ ପଟ୍ଟନାୟକଙ୍କ ମୂଲ୍ୟବୋଧର ଉତ୍ତରାଧିକାରୀ ।
ସମଝଦାରୋ କୋ ଇସାରା କାଫି ହୈ । କିନ୍ତୁ ଉତ୍ତରାଧିକାରୀ ଏଥର ନିର୍ବାଚନ ଲଢୁନାହାନ୍ତି । କାରଣ ପାଣ୍ଡିଆନ୍ ଓଡିଶାର ମୂଳ ବାସିନ୍ଦା ନୁହନ୍ତି । ଅନ୍ୟପକ୍ଷରେ ନିର୍ବାଚନରେ ଓଡିଆ ଅସ୍ମିତା, ସ୍ବାଭିମାନ ଓ ସଂସ୍କୃତିକୁ ବିଜେପି ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ କରିଛି । ଖୋଦ ପ୍ରଧାନମନ୍ତ୍ରୀ କହିଛନ୍ତି ଓଡିଆ ଭାଷା ଓ ସଂସ୍କୃତି ସଙ୍କଟରେ ପଡିଛି। ପାଣ୍ଡିଆନ ନିର୍ବାଚନ ଲଢିଲେ ଓଡିଆ ସ୍ବାଭିମାନ ସହ ହୋଇପାରେ ଲଢେଇ । ଦୁଇ ଆସନରୁ ଲଢୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଆସନରୁ ଉପନିର୍ବାଚନ କରିବାକୁ ହେଉଛି ଷଡଯନ୍ତ୍ର । ଏବେ ପ୍ରଶ୍ନ ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ଖଣ୍ଡି ଓଡିଆକୁ ଓଡିଶାବାସୀ ଗ୍ରହଣ କରିଛନ୍ତି । ମାତ୍ର ଅଣ ଓଡିଆ ଅଫିସରଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ଓଡିଶାବାସୀ ଗ୍ରହଣ କରିବେ କି ପ୍ରତ୍ୟାଖାନ କରିବେ ତାକୁ ଅପେକ୍ଷା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର