ଅଧିକ ପଢନ୍ତୁ : କାଲିଠୁ ଆରମ୍ଭ ହେବ ଧାନକିଣାର ମହାପର୍ବ
ବରଗଡ଼ ଜିଲ୍ଲାରେ 1 ଲକ୍ଷ 55 ହଜାର 367 ଜଣ ଚାଷୀ ପଞ୍ଜିକରଣ କରାଇଥିବା ବେଳେ 229ଟି ପେଡି ପ୍ରକ୍ୟୋରମେଣ୍ଟ ସେଣ୍ଟରରେ କିଣା ଯାଉଛି ଧାନ। ପ୍ରତିଟି ସେଣ୍ଟରେ ଜଣେ ଜଣେ ନୋଡାଲ ଅଫିସର ନିଯୁକ୍ତ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ବିଭିନ୍ନ ମଣ୍ଡି ବୁଲି ଦେଖୁଛନ୍ତି। ସେପଟେ ମିଲର୍ସଙ୍କ ବେଆଇନ୍ ଧାନ କିଣା ଉପରେ ରୋକ୍ ଲଗାଇବା ପାଇଁ ରେଡ୍ କରୁଛି ଜିଲ୍ଲା ପ୍ରଶାସାନ। ମଣ୍ଡି ନଖୋଲିବା ପୂର୍ବରୁ ବିଭିନ୍ନ ମିଲର୍ ଚାଷୀଙ୍କଠାରୁ ଧାନ କିଣୁଛନ୍ତି। ନୂଆପଡ଼ାର ଅନ୍ନପୂର୍ଣା ମିଲରେ ଚଢ଼ାଉ କରାଯାଇ 500 କ୍ବିଣ୍ଟାଲରୁ ଅଧିକ ଧାନ ଜବତ କରାଯାଇଛି।
ନୂଆପଡ଼ାରେ 22 ତାରିଖରେ ମଣ୍ଡି ଖୋଲିବାକୁ ଥିବା ବେଳେ କଳାବଜାରି ରୋକିବା ପାଇଁ ପ୍ରଶାସନ ସଜାଗ ରହିଛି। ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ବିଟ୍ କରି ଦଲାଲ ମୁକ୍ତ ଧାନ କିଣା କଟନୀ ଛଟନୀ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା କହିଛନ୍ତି। ଏପଟେ ବାହାର ରାଜ୍ୟ ଚାଷୀ ଓ ବ୍ୟବସାୟୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର । ସୀମାରେ ପୋଲିସ ପାଟ୍ରୋଲିଂ ନିରନ୍ତର ଚାଲିଛି । ଯେମିତି ଅନ୍ୟ ରାଜ୍ୟର ଚାଷୀ ଓଡ଼ିଶାରେ ଆସି ଧାନ ବିକ୍ରି କରିବେ ନାହିଁ, ସେଥିପାଇଁ ପଦକ୍ଷେପ ନେଇଛନ୍ତି ସରକାର । ନୂଆ ରୁପରେ ନୂଆ ଡାଞ୍ଚାରେ ଧାନ କିଣା ସଫଳ ହେଲେ ବଢିବ ଚାଷୀର ଅର୍ଥନୀତି.. ଧାନ ବିକିବା ପାଇଁ ପଞ୍ଜିକରଣ କରିଥିବା 17 ଲକ୍ଷ 49 ହଜାର ଚାଷୀ ପରିବାର ଏମଏସପି ଉପରେ 800 ଟଙ୍କା ପାଇଲେ ଅର୍ଥନୀତି ଉପରେ ପଡିବ ସକାରତ୍ମକ ପ୍ରଭାବ ।
24 ବର୍ଷ ଧରି ରାଜ୍ୟରେ ଚାଲିଥିବା ଚାଷୀଙ୍କ ଦୁର୍ଦ୍ଦିନର ଅନ୍ତ ଘଟିଛି। ନୂଆ ସରକାର, ନୂଆ ଯୁଗର ପରିକଳ୍ପନା କରି ସେହି ଦିଗରେ ଆଜି ପ୍ରଥମ ପର୍ଯ୍ୟାୟ ପାର୍ କରିଛନ୍ତି। କାଲିର ଲୁହ ବତୁରା ଆଖି, ଆଜିର ହସହସ ଚେହେରାରେ ପରିଣତ ହୋଇଛି। ଏପଟେ ଡିସେମ୍ବର 8ରେ ମୁଖ୍ୟମନ୍ତ୍ରୀ ସୋହେଲା ଆସି ବରଗଡ଼ବାସୀ ତଥା ଓଡ଼ିଶାବାସୀଙ୍କୁ ବଡ଼ ଉପହାର ଭେଟିଦେଇଯିବେ।