ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମାତିଛନ୍ତି ହାଇୱେ ଲୁଟେରା । ଟ୍ରକ ଚାଳକକୁ କଟକରୁ ଅପହରଣ କରି ଲୁଟିନେଲେ ୪୫ଲକ୍ଷ ଟଙ୍କାର ମାଛ । ଡ୍ରାଇଭରଙ୍କୁ ପିଟାମରା କରି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା କାଦୁଆଲବନ୍ଧ ଅଞ୍ଚଳରେ ଛାଡି ଦେଇଛନ୍ତି ଦୁର୍ବୃତ୍ତ । ଅଭିଯୋଗ ହିସାବରେ ଆନ୍ଧ୍ରପ୍ରଦେଶରୁ ଏକ ମାଛ ଭର୍ତ୍ତି ଟ୍ରକ ମାଲଦା ଜିଲ୍ଲାକୁ ଆସୁଥିଲା। କଟକ ଜିଲ୍ଲା ମଙ୍ଗୁଳି ଟୋଲ ଗେଟ ନିକଟରେ ଟ୍ରକକୁ ପାର୍କିଂ କରି ଶୋଇ ପଡ଼ିଥିଲେ ଡ୍ରାଇଭର ଅମୀର ଖାନ । ଅମୀରଙ୍କୁ ଏକୁଟିଆ ପାଇ ପିଟାମରା କରି ଟ୍ରକ କାବୁ କରି ନେଇଥିଲେ ଦୁର୍ବୁତ୍ତ । ଗତକାଲି ଦୁର୍ବୁତ୍ତ ମାନେ ମୟୂରଭଞ୍ଜ ଜିଲ୍ଲାର କାଦୁଆଲବନ୍ଧ ଅଞ୍ଚଳରେ ଛାଡି ଚାଲି ଯାଇଥିବା ଅଭିଯୋଗ କରିଛନ୍ତି ଡ୍ରାଇଭର୍ ଅମୀର । ଘଟଣାସ୍ଥଳରେ ବଡ଼ସାହି ଥାନା ପୋଲିସ ପହଁଚି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଭାରତ-ଚୀନ LAC ଚୁକ୍ତିର ଅର୍ଥ ସମସ୍ୟାର ସମାଧାନ ନୁହେଁ । ସୀମାରୁ ସୈନ୍ୟ ପ୍ରତ୍ୟାହାର ପରବର୍ତ୍ତୀ ପଦକ୍ଷେପ ଉପରେ ବିଚାର କରିବାକୁ ଏହା ସୁଯୋଗ ସୃଷ୍ଟି କରିଥିବା କହିଛନ୍ତି ବୈଦେଶିକି ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ୪ ବର୍ଷରୁ ଅଧିକ ସମୟ ଧରି ଲଦାଖ ସୀମାବର୍ତ୍ତୀ ଏଲ୍ଏସିରେ ଲାଗି ରହିଥିବା ଅଶାନ୍ତକୁ ଦୂର କରିବା ପାଇଁ ଏହି ବୁଝାମଣା ଉଭୟ ଦେଶ ପାଇଁ ଶୁଭଙ୍କର ହେବ ବୋଲି ପୁଣେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଜୟଶଙ୍କର । ଚୁକ୍ତି ଅନୁଯାୟୀ ଉଭୟ ଦେଶର ସେନା ପଛକୁ ହଟିବା ଆରମ୍ଭ କରିଛନ୍ତି। ଭାରତ-ଚୀନ୍ ଲାଇନ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ଚୁକ୍ତିର ସଫଳତା ପାଇଁ ସେନା ଓ କୂଟନୀତିଜ୍ଞକୁ ଶ୍ରେୟ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ।
ଅଧିକ ପଢନ୍ତୁ ଭାରତ ଖବର
ଭାରତ-ଚୀନ ମଧ୍ୟକେ ବିଶ୍ୱାସ ବୃଦ୍ଧି ଏବଂ ଏକତ୍ର କାର୍ଯ୍ୟ କରିବା ପରି ସ୍ଥିତି ପାଇଁ ଅଧିକ ସମୟ ଲାଗିବ ବୋଲି ସେ କହିଛନ୍ତି। ଉଭୟ ଦେଶର ସେନା ପଛକୁ ହଟିବା ନେଇ ଅକ୍ଟୋବର ୨୧ ତାରିଖରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଚୁକ୍ତି ଅନୁଯାୟୀ ଡେପସାଙ୍ଗ ଓ ଡେମଚୋକରେ 4 ବର୍ଷ ପୂର୍ବରୁ ଯେପରି ପାଟ୍ରୋଲିଂ ହେଉଥିଲା, ସେହି ଧାରା ପୁନଃ ଆରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ମଧ୍ୟରେ ଗତ ୨୩ ତାରିଖରେ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଥିଲା ବୋଲି ଜୟଶଙ୍କର କହିଛନ୍ତି । ବୁଝାମଣା ଅନୁଯାୟୀ ଆସନ୍ତା ୨୯ ତାରିଖ ସୁଦ୍ଧା ଡେପ୍ସାଙ୍ଗ ଏବଂ ଡେମ୍ଚୋକ୍ରୁ ସେନା ପ୍ରତ୍ୟାହାର ଶେଷ ହେବ । ୩୧ତାରିଖ ସୁଦ୍ଧା ଉଭୟ ପକ୍ଷ ପାଟ୍ରୋଲିଂ ଆରମ୍ଭ କରିବାକୁ ଯାଉଛନ୍ତି।
ଅର୍ଗସ ବ୍ୟୁରୋ : ଗୁଜରାଟ ପରେ ଲକ୍ଷ୍ନୌରେ 10 ହୋଟେଲ ଓ ରେଲୱେ ଷ୍ଟେସନକୁ ବୋମା ଧମକ । ଗତକାଲି ରାଜକୋଟର ପଞ୍ଚତାରକା ହୋଟେଲ ସହ 10 ହୋଟେଲରେ ବିସ୍ଫୋରଣ କରିବାକୁ ଧମକପୂର୍ଣ୍ଣ ଇମେଲ ମିଳିଥିଲା । ଆଜି ଲକ୍ଷ୍ନୌର ହୋଟେଲ ଫର୍ଚୁନ, ହୋଟେଲ ଲେମନ ଟ୍ରି, ହୋଟେଲ ମ୍ୟାରିଅନ ସହ ବିଭିନ୍ନ ସ୍କୁଲ, କଲେଜ, ରେଲୱେ ଷ୍ଟେସନ ଓ ବିମାନ ବନ୍ଦରକୁ ମିଳିଥିଲା ବୋମା ଧମକ । ଇମେଲରେ ଧମକ ମିଳିବା ସହ ବିସ୍ଫୋରଣରୁ ବର୍ତ୍ତିବାକୁ ମୋଟା ଅଙ୍କର ଟଙ୍କା ଦାବି କରିଥିଲେ ସାଇବର ଠକ । ଧମକ ମିଳିବା ପରେ ତୁରନ୍ତ ପୋଲିସ ପକ୍ଷରୁ କଡ଼ା ଯାଞ୍ଚ ହୋଇଥିଲା । ଲୋକଙ୍କୁ ଆତଙ୍କିତ ନହେବାକୁ ପୋଲିସ ପରାମର୍ଶ ଦେଇଥିଲା ।
ଅଧିକ ପଢନ୍ତୁ ଭାରତ ଖବର
କିନ୍ତୁ ଧମକ ଅନୁଜାୟୀ କୌଣସି ସ୍ଥାନରେ ବି କୌଣସି ଅଘଟଣ ଘଟିନାହିଁ । ଲୋକେ ସୁରକ୍ଷିତ ଭାବେ ଲକ୍ଷ୍ନୌ, ଅଯୋଧ୍ୟା ବିମାନ ବନ୍ଦରରେ ଅବତରଣ କରିଛନ୍ତି । ଗତ କିଛିଦିନ ଧରି ଲଗାତାର ଏପରି ଘଟଣା ସାମ୍ନାକୁ ଆସୁଛି । ଗତ ସପ୍ତାହରେ ଫେକ୍ କଲ୍ କୁ ନେଇ ଇଣ୍ଡିଗୋ , ଆକାଶା ଏୟାରଲାଇନ୍ସ ବିପୁଳ କ୍ଷତି ସହିଛନ୍ତି । ଅନୁସନ୍ଧାନରୁ ଏହା ଫେକ୍ କଲ୍ ହୋଇଥିବା ଜଣାପଡ଼ିଥିଲା ।
ଅର୍ଗସ ବ୍ୟୁରୋ : ସ୍ବଦେଶୀ ସ୍ପେଶ ଷ୍ଟାର୍ଟଅପକୁ ମୋଦି ସରକାରଙ୍କ ପ୍ରୋତ୍ସାହନ । ଭାରତୀୟ ସେନାକୁ ହାଇଟେକ କରିବା ସହ ଆଗାମୀ ସମୟର ଆହ୍ବାନକୁ ମୁକାବିଲା କରିବାକୁ ସମର୍ଥ କରିବାକୁ ବଡ଼ ଯୋଜନା ହୋଇଥିବା କହିଛନ୍ତି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ । ଦେଶରେ ସ୍ପେଶ ଷ୍ଟାର୍ଟଅପ ଗୁଡ଼ିକୁ ବଳ ଦେବାକୁ ମୋଦି ସରକାର 1 ହଜାର କୋଟିର ଫଣ୍ଡ ଯୋଗାଇ ଦେଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଅଧିକ ପଢନ୍ତୁ : ୧୧୫ତମ ‘ମନ କୀ ବାତ୍’ରେ ଆନିମେସନ ଉପରେ କହିଲେ ପ୍ରଧାନମନ୍ତ୍ରୀ ମୋଦି
ଏଥିପାଇଁ ବାୟୋ ଇକୋନୋମି ବୃଦ୍ଧି କରିବାକୁ ସରକାର ବାୟୋ-ଇ-ଥ୍ରୀ ପଲିସି ପ୍ରଣୟନ କରିବା ସହ ଷ୍ଟାର୍ଟଅପ ଗୁଡ଼ିକୁ ପ୍ରଥମ ଶହେ ଦିନର ଟାର୍ଗେଟ୍ ଦେଇଛନ୍ତି । ଏହି ଯୋଜନାରେ ଭାରତୀୟ ସେନାକୁ ବିଶ୍ବସ୍ତରୀୟ ଯୁଦ୍ଧାସ୍ତ୍ର ସହ ରୋବୋଟିକ ଯାନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ।