ଏହାପରଠୁ ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏ ସ୍କୁଲ ଖୋଲିବ । ତେବେ କେନ୍ଦୁଝର ଓ ଦେବଗଡରେ ଆସନ୍ତାକାଲିଠୁ ସକାଳୁ ସ୍କୁଲ୍ ହେବ ବୋଲି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । ଝାରସୁଗୁଡା ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଛୁଟି ରହିବ । ୧୯, ୨୦ ଦୁଇ ଦିନ ସକାଳୁଆ ସ୍କୁଲ ହେବ । ସେହିପରି ଯାଜପୁର ଜିଲ୍ଲାରେ ଆସନ୍ତା ୪ ଦିନ ସକାଳୁଆ ସ୍କୁଲ ହେବ ବୋଲି ଜିଲ୍ଲାପାଳ ନିଖୀଲ ପବନ କଲ୍ୟାଣ ନିଷ୍ପତ୍ତି ନେଇଛନ୍ତି । ଏବେ ଆସନ୍ତୁ ନଜର ପକାଇବା ରାଜ୍ୟର କେଉଁ ଜିଲ୍ଲାରେ ସ୍କୁଲ ଖୋଲା ରହିବ ଓ ବନ୍ଦ ରହିବ।
କେଉଁଠି ଛୁଟି, କେଉଁଠି ଖୋଲା?
ଖୋର୍ଦ୍ଧା, କଟକ, ଜଗତସିଂହପୁର, ଢେଙ୍କାନାଳ, ନବରଙ୍ଗପୁର ସକାଳୁଆ ସ୍କୁଲ
ନୟାଗଡ଼ ଜିଲ୍ଲାରେ ୧୮, ୧୯ ଛୁଟି, ୨୦ରୁ ୨୨ ସକାଳୁଆ
ବାଲେଶ୍ବରରେ କାଲି ବନ୍ଦ ରହିବ ସ୍କୁଲ
ଭଦ୍ରକ, ସୁନ୍ଦରଗଡ଼, ଗଜପତି, ମୟୂରଭଞ୍ଜରେ ୨୦ ଯାଏ ସ୍କୁଲ ଛୁଟି
କେନ୍ଦୁଝର ୧୮ରୁ ୨୦ ସକାଳୁଆ ସ୍କୁଲ
ବଲାଙ୍ଗୀର, ସମ୍ବଲୁପରରେ ୨୦ ଯାଏ ସ୍କୁଲ ବନ୍ଦ
କେନ୍ଦ୍ରାପଡ଼ା ୧୮ରେ ଛୁଟି ୧୯ରୁ ସକାଳୁଆ
ବୌଦ୍ଧ ଜିଲ୍ଲାରେ କାଲି ସ୍କୁଲ ଛୁଟି, ପରବର୍ତ୍ତୀ ନିଷ୍ପତ୍ତି ହୋଇନି
ଝାରସୁଗୁଡ଼ାରେ ସବୁ ସ୍କୁଲ ୧୯ରୁ ଖୋଲିବ