ମା'ଙ୍କର ନାହିଁ ମସ୍ତକ.. ନା ଅଛି ତାଙ୍କର କୌଣସି ମୂର୍ତ୍ତି ନା ଆଉ କିଛି । କେବଳ ଖମ୍ବରେ ପୂଜା ପାଉଛନ୍ତି ମାଆ ମାଣିକେଶ୍ଵରୀ । କିନ୍ତୁ ପ୍ରତ୍ୟେକ ବର୍ଷ ମାଆଙ୍କୁ ନୂଆ ମୁଣ୍ଡ ଲାଗି ହୁଏ । ଗୁପ୍ତରେ ପୂଜା ପାଆନ୍ତି ମାଆ । କଳାହାଣ୍ଡିର ଭବାନୀପାଟଣରେ ଅବସ୍ଥିତି ମାଆ ମାଣୀକେଶ୍ୱରୀଙ୍କ ଭବ୍ୟ ମନ୍ଦିର । ନାଗବଂଶ ଦ୍ୱାରା ପ୍ରତିଷ୍ଠା ହୋଇଥିଲା ମାଆଙ୍କ ମନ୍ଦିର । ମାଆ ମାଣୀକେଣଶ୍ୱରୀଙ୍କ ପ୍ରସିଦ୍ଧ ଯାତ୍ରା ହେଉଛି ଛତର ଯାତ୍ରା। ଯାତ୍ରାରେ ଲକ୍ଷାଧିକ ଭକ୍ତ ସମାଗମ ହେବା ସହ ମାଆଙ୍କୁ ପଶୁ ପକ୍ଷୀ ବଳି ଦିଆଯିବାର ପରମ୍ପରା ରହିଛି । ଲକ୍ଷାଧିକ ଭକ୍ତଙ୍କ ସମାଗମ ମଧ୍ୟରେ ମାଆ ଏକ ଖମ୍ବରେ ନାଲି ଓଢଣୀ ଘୋଡାଇ ହୋଇ ଆସନ୍ତି । ଆଉ ମାଆଙ୍କ ଖମ୍ବର ଅଗ୍ର ଭାଗରେ ବସିଥାନ୍ତି ଦୁଇଟି ପାରା।
ପ୍ରତିବର୍ଷ ଛତର ଯାତ୍ରାରେ ଏହି ପାରାଙ୍କୁ ମାଆ ମାଣୀକେଶ୍ୱରୀଙ୍କ ସହ ଦେଖିବାକୁ ମିଳିଥାଏ । ଏମାନେ କେବଳ ଖମ୍ବରେ ବସନ୍ତି ତାହା ନୁହେଁ ବରଂ ମାଆଙ୍କ ଯାତ୍ରାରେ ଭକ୍ତଙ୍କ ସହ ବୁଲନ୍ତି ।
କୁହାଯାଏ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହେଲେ ମାଆଙ୍କ ମନ୍ଦିରରେ ପାରା ଛାଡିଥାନ୍ତି ଭକ୍ତ । ଆଉ ସେହି ପାରା ମାନେ ମାଆଙ୍କ ସହ ଛତର ଯାତ୍ରା କରନ୍ତି । ଭକ୍ତ ମାଆଙ୍କ ପାଖରେ ଶାନ୍ତିର ପ୍ରତୀକ ପାରାକୁ ଉଡାନ୍ତି, ଦୁଃଖ ଜଣାଇ ମାଆଙ୍କୁ କହନ୍ତି , ମାଆ ଲୋ... ମୋ ପରିବାରକୁ ଶାନ୍ତି ଫେରିଆସୁ । ପାରା ମଧ୍ୟ ମା ଙ୍କ ପଣତକାନିର ଆଶରା କରିଥାଏ । ଇଏ ତ ଥିଲା, ମାଆ ମାଣୀକେଶ୍ଵରୀଙ୍କର କଥା । ଏବେ ଆସନ୍ତୁ ଜାଣିବା ଆମ୍ବ ଗଛରୁ କେମିତି କ୍ଷୀର ବାହାରୁଛି । ଇଏ ହେଉଛି ସେହି ରହସ୍ୟମୟୀ ଆମ୍ବ ଗଛ । ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟକର ଏହି ଗଛ । କାରଣ ଅନବରତ ଏହି ଗଛରୁ ଝରୁଛି କ୍ଷୀର । ଏହିଭଳି ଘଟଣା ଦେଖିବାକୁ ମିଳିଛି ବୋଲଗଡ ବ୍ଲକ ଏକଡାଳିଆ ଗାଁରେ ।
ଯୋଗମାୟା ମନ୍ଦିର ପାଖରେ ଥିବା ବହୁ ବର୍ଷର ଏହି ଆମ୍ବ ଗଛରୁ କ୍ଷୀର ବାହାରୁଛି । ଏହି ଖବର ପ୍ରଚାର ହେବା ପରେ ସେଠାରେ ଲୋକମାନଙ୍କ ଭିଡ ଜମିବା ସହିତ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରୁଛନ୍ତି । କେହି କେହି ଏହାକୁ ମହାପ୍ରଭୁଙ୍କ ମାହାତ୍ମ୍ୟ ବୋଲି କହୁଥିବା ବେଳେ କେହି କେହି ଚମତ୍କାର କହୁଛନ୍ତି ।
ଅଧିକ ଦେଖନ୍ତୁ :