ଅର୍ଗସ ବ୍ୟୁରୋ: ଭୁବନେଶ୍ବର ବିମାନ ବନ୍ଦର ଡମ୍ପିୟାର୍ଡ ନିକଟରେ ବାଘ ଦେଖା ଯିବା ଘଟଣାରେ ତତ୍ପରତା ଦେଖାଇଛି ବନ ବିଭାଗ। ବାଘକୁ ଧରିବାକୁ ବନବିଭାଗ ଡମ୍ପିୟାର୍ଡ ନିକଟ ଜଙ୍ଗଲରେ 4ଟି ଟ୍ରାପ କ୍ୟାମେରା ଲଗାଯାଇଛି। ଏ ସମସ୍ତ କ୍ୟାମେରା ନନ୍ଦନକାନନରୁ ଆସିଛି। ଫରେଷ୍ଟ ରେଞ୍ଜରଙ୍କ ସମେତ, ଫରେଷ୍ଟ ଟେକ୍ନିକାଲର 5 ଜଣିଆ ଟିମ କ୍ୟାମେରା ଲଗାଇଛନ୍ତି। ରାତି ସାରା କ୍ୟାମେରାକୁ ମନିଟରିଙ୍ଗ କରାଯିବା ସହ ଯନ୍ତା ଉପରେ ନଜର ରଖିବ ବନ ବିଭାଗ। ଏନେଇ ପ୍ରତିକ୍ରିୟା ରଖି ରେଞ୍ଜର କହିଛନ୍ତି ବାଘ ଅଛି ବୋଲି କୌଣସି ସ୍ପଷ୍ଟତା ମିଳିନି। ତଥାପି ଆମେ ଟ୍ରାପ ଜାରିରଖିଛୁ।
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେଜ ଛାତ୍ରଛାତ୍ରୀ ଅସୁବିଧା ସମ୍ମୁଖୀନ ହେଉଥିବା ଦେଖାଦେଇଛି।
ପାଗ ପରିବର୍ତ୍ତନ ହୋଇଥିବା ବେଳେ ସକାଳ ୮ ଟା ପର୍ଯ୍ୟନ୍ତ କୁହୁଡ଼ି ଘେରରେ ନୀଳଗିରି ରହିଥିବା ଦେଖାଦେଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତି ରେକର୍ଡ । ସେ ପ୍ରତି ଘଣ୍ଟାକୁ ପାଖାପାଖି ୭୫୦ ରୁ ୮୦୦ ଦୋଷା ପ୍ରସ୍ତୁତ କରୁଛନ୍ତି ଏବଂ ୨୪ ଘଣ୍ଟାରେ ୧୦ ହଜାର ଦୋଷା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛନ୍ତି।
ମନୋହରଙ୍କ ବାପା କହୁଥିଲେ ଯେ ଖାଦ୍ୟ ଦାନ ଠାରୁ ମହତ୍ବ ଦାନ କିଛି ନାହିଁ। ସେ ତାଙ୍କ ବାପାଙ୍କ କଥା ମାନି ଏଭଳି ଖାଦ୍ୟ ପ୍ରସ୍ତୁତି କରୁଥିବା ପ୍ରକାଶ କରିଛନ୍ତି। ଚଳିତ ବର୍ଷକୁ ମିଶାଇ ଏହା ମନୋହରଙ୍କ ୨୬ ତମ ରେକର୍ଡ।
ଅଧିକ ପଢନ୍ତୁ ଭାରତ ଖବର