ରାଜନଗର ନିର୍ବାଚନ ମଣ୍ଡଳୀରୁ କିଏ ଟିକଟ ପାଇବ ଏନେଇ ଚର୍ଚ୍ଚା ଜୋର୍ ଧରିଛି । ଯେହେତୁ ବିଧାୟକ ଧ୍ରୁବ ସାହୁ ସଂଗଠନ ସହ ଅଛନ୍ତି ଓ ଲୋକଙ୍କ ସହ ଅଛନ୍ତି ବିଜେଡିରୁ ଟିକଟ ପାଇବାକୁ ଆଶା ବାନ୍ଧିଛନ୍ତି । ଏଣେ ଅଂଶୁମାନ ବିଜେଡିରେ ମିଶିବା ଦିନ ଠାରୁ ନିଜକୁ ଟିକେଟ ଦାବିଦାର ବୋଲି ଭାବୁଛନ୍ତି ।
ଧ୍ରୁବ ସମର୍ଥକ ଓ ଅଂଶୁମାନ ସମର୍ଥକଙ୍କ ଭିତରେ ଲାଗିଛି ଶୀତଳ ଯୁଦ୍ଧ । ଧ୍ରୁବଙ୍କ ସମର୍ଥକ ସମସ୍ତଙ୍କ ସୁଖ ଦୁଃଖର ସାଥୀ ଆମ ଭାଇ ", "ପୁଣି ଧ୍ରୁବ ଭାଇ", ବୋଲି ପ୍ରଚାର ଚଳାଇଥିବା ବେଳେ ଅଂଶୁମାନଙ୍କ ସମର୍ଥକ ମାନେ ସୋସିଆଲ ମିଡିଆରେ "ସମସ୍ତଙ୍କ ପ୍ରିୟ ନେତା ", "ନିର୍ବିବାଦୀୟ ନେତା "ଅଂଶୁମାନ ଭାଇ ଏଥର ନେତା " ବୋଲି ଲେଖି ଚାଲିଛନ୍ତି ।
ଧ୍ରୁବଙ୍କ ସମର୍ଥକମାନେ ଅଂଶୁମାନ ଏମପି ଟିକେଟ ପାଇବେ ଓ ଆମ ଭାଇ ପୁଣି ବିଧାୟକ ବୋଲି ପୋଷ୍ଟ କରିଚାଲିଛନ୍ତି । ରାଜନଗରରେ ଏଥର ମୋ ଭାଇ ଅଂଶୁମାନ ବିଧାୟକ ବୋଲି ଅଂଶୁମାନ ସମର୍ଥକ କହୁଛନ୍ତି ତ ଧ୍ରୁବ ଭାଇ ଆମର ବିଧାୟକ ହୋଇସାରିଲେଣି ବୋଲି ଧ୍ରୁବଙ୍କ ସମର୍ଥକ କହୁଛନ୍ତି । ଅଂଶୁମାନଙ୍କ ସମର୍ଥକ ମାନେ ବାଣ ଫୁଟାଇ ଖୁସି ମନାଉଥିବା ବେଳେ ଧ୍ରୁବଙ୍କ ସମର୍ଥକମାନେ ଆଗକୁ ଧ୍ରୁବ ବୋଲି କହି ବୁଲୁଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...