ପାଠ ପଢିବା ପାଇଁ ଗାଁରେ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଯେଉଁଠି କାଗଜ କଲମରେ 70ରୁ ଅଧିକ ପିଲା ପାଠ ପଢୁଛନ୍ତି। ମାତ୍ର ବିଦ୍ୟାଳୟର ଅବସ୍ଥା ଭୂତକୋଠି ସହଗ ସମାନ। ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ପ୍ରାଥମିକ ବିଦ୍ୟାଳୟ। ଶ୍ରେଣୀଗୃହ ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ। ଏନେକ ସ୍ଥାନରେତ ସିମେଣ୍ଟ ଖସି ରଡ଼ ଦେଖା ଗଲାଣି। ବର୍ଷା ଦିନେ ଛାତ ଉପରେ ଜରିପାଲ ପକାଇବା ସହ ପିଲା ଙ୍କ ମୁଣ୍ଡରେ ଯେମିତି ସିମେଣ୍ଟ ଖଣ୍ଡ ନ ପଡେ ସେଥିପାଇଁ ଛାତ ତଳେବି ଜରିାପଲ ବନ୍ଧା ହୋଇଛି। ମାତ୍ର ଶ୍ରେଣୀଗୃହ ଅଭାବରୁ ଏଠାରେ ଚାଲିଛି ପାଠପଢା। ଆଠଟି ଶ୍ରେଣୀ ପାଇଁ ଦୁଇଟି ଶିକ୍ଷକ ଥିବା ଏହି ସ୍କୁଲର ପାଠପଢଆ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ଶୁଦ୍ଧା ପ୍ରଶାସନ କିଛି ପଦକ୍ଷଏପ ନେଉ ନଥିବା ଅଭିଯୋଗ ହୋଇଛି।
ଗାଁରେ ଫୋନ ପାଇଁ ଟାୱାର ଲାଗିଛି ସତ ହେଲେ ନେଟୱର୍କ ଆସୁନି । ଏଭଳି ବହୁ ମୌଳିକ ସୁବିଧାରୁ ବଞ୍ଚିତ କଡମୁଢିହିବାସୀ । ବର୍ଷ ବର୍ଷ ଧରି ସମସ୍ୟା ଭିତରେ ରହି ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। ମାତ୍ର ପ୍ରଶାସନ ପାଖରେ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ବାହାରିନି। ଫଳରେ ନାହିଁନାହିଁରେ କଟୁଛି ଜୀବନ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: