ଘର
ଓଡ଼ିଶା
୩ ହାତୀ ମୃତ୍ୟୁ ଘଟଣା ; ୩ କ୍ଷେତ୍ର ବନ କର୍ମଚାରୀ ନିଲମ୍ବିତ
୩ ହାତୀ ମୃତ୍ୟୁ ଘଟଣା ; ୩ କ୍ଷେତ୍ର ବନ କର୍ମଚାରୀ ନିଲମ୍ବିତ
by Smruti Parija
ସମ୍ବଲପୁର: ସମ୍ବଲପୁରରେ ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣା । ବନ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ । ୩ କ୍ଷେତ୍ର ବନ କର୍ମଚାରୀ ହେଲେ ନିଲମ୍ବିତ । ଦୁଇ ବରିଷ୍ଠ ବନ ଅଧିକାରୀ- ରେଢାଖୋଲ DFO ଓ ନାକଟିଦେଉଳ ରେଞ୍ଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ କରାଯାଇଛି ସୁପାରିସ । ଅନ୍ୟ ପକ୍ଷରେ ଚିହ୍ନଟ ୪ ଶିକାରୀଙ୍କ ମଧ୍ୟରୁ ୩ ଜଣ ଗିରଫ ହୋଇଥିବା ବେଳେ, ଅନ୍ୟ ଜଣେ ଫେରାର ଅଭିଯୁକ୍ତଙ୍କୁ ପୋଲିସ ସହାୟତାରେ ଖୋଜୁଛି ବନ ବିଭାଗ ।
ବିଜେପି ସରକାରର କଡା କାଯ୍ୟାନୁଷ୍ଠାନ। ପୂର୍ବରୁ ହାତୀ ମୃତ୍ୟୁକୁ ନେଇ ରାଜ୍ୟର ସରକାର ରିପୋର୍ଟ କରି ଚୁପ୍ ରହୁଥିଲେ । ଏବେ ବନ ବିଭାଗ ଘଟଣାକୁ ଗୁରୁତର ସହ ନେବ । ସମ୍ବଲପୁର ନାକଟିଦେଉଳ ରେଞ୍ଜରେ ଶିକାରୀଙ୍କ ଦ୍ବାରା ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ଟି ହାତୀଙ୍କ ଜୀବନ ଯାଇଥିଲା ।....ହାତୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ନୂଆ ପଦକ୍ଷେପ ଲାଗୁହେବ । ଏନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ପ୍ରତିକ୍ରିୟାରେ କହିଛନ୍ତି ଖାଦ୍ୟ ଶୃଙ୍ଖଳ ଉପରେ ଗୁରୁତ୍ବ ଦିଆଯିବ । କୃତ୍ରିମ ହିସାବରେ ହାତୀଙ୍କୁ ସୁରକ୍ଷା ଦିଆଯିବ ।