ଘର
ଓଡ଼ିଶା
ଗାଁ ରେ ନାଲିପିମ୍ପୁଡି ଆତଙ୍କ, ଚିନ୍ତାରେ ଗ୍ରାମବାସୀ
ଗାଁ ରେ ନାଲିପିମ୍ପୁଡି ଆତଙ୍କ, ଚିନ୍ତାରେ ଗ୍ରାମବାସୀ
by Swayangprajna Mishra
ପୁରୀ : ଗାଁରେ ଏବେ ଆତଙ୍କ ଖେଳାଇଛନ୍ତି ନାଲି ପିମ୍ପୁଡି। ଲୋକେ ଏବେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ନାଲି ପିମ୍ପୁଡି ପାଇଁ ଚିନ୍ତାରେ ଗ୍ରାମବାସୀ I ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ସାହାଡାପଡା ଗ୍ରାମରେ । ପିମ୍ପୁଡି ମାନଙ୍କ ଆତଙ୍କ ଏଭଳି ପରିସ୍ଥିତି ହୋଇଛି ଯେ ପିମ୍ପୁଡି ଚିନ୍ତାରେ ଗ୍ରାମବାସୀଙ୍କ ନିଦ ହଜିଗଲାଣି । ନା ଭଲରେ ଗଣ୍ଡେ ଖାଇପାରୁଛନ୍ତି , ନା ଶାନ୍ତିରେ ଶୋଇପାରୁଛନ୍ତି । ଖାଲି ମଣିଷ ନୁହନ୍ତି ପିମ୍ପୁଡି ମାନଙ୍କ ପାଇଁ ଗୃହପାଳିତ ପଶୁମାନେ ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଯେତେ ଯାହା କଲେ କୌଣସି ପ୍ରତିକାର ହେଇପାରୁନି । ପିମ୍ପୁଡି ପାଇଁ ପାଦରେ ଜରିବାନ୍ଧି ଯିବା ଆସିବା କରୁଛନ୍ତି ଗ୍ରାମବାସୀ । ପ୍ରଶାସନ ପକ୍ଷରୁ ତୁରନ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହୋଇଛି। ଗତ ୩ମାସ ହେଲା ଗ୍ରାମରେ ନାଲିପିମ୍ପୁଡି ପ୍ରଥମେ ଦେଖୁବାକୁ ମିଳିଥିଲା ।
ଅଧିକ ପଢନ୍ତୁ ଓଡିଶା ଖବର
ଏହି ପିମ୍ପୁଡି ଗୁଡିକ କାମୁଡ଼ୁନଥିଲା ବେଳେ ଗୋଡ ହାତରେ ଖୁବଶିଘ୍ର ଚଢିଯାଉଛନ୍ତି । ଚଢିବା ସମୟରେ କେହି ଯଦି ତାକୁ ହାତରେ ଘଷି ଦିଏ । ପିମ୍ପୁଡି ଦେହରୁ ବାହାରୁଥିବା ବିଷାକ୍ତ ନାଳଯୋଗୁଁ ଗୋଡ ହାତରେ ଘା ହେଇଯାଉଛି । ସହିଭଳି ଏହିପିମ୍ପୁଡି ମାନଙ୍କର ଅଣ୍ଡା ଧାରଣା କ୍ଷମତାଅଧିକ । । ରହୁଥିବାରୁ ସେମାନେ ଅନାୟାଶରେ ବଂଶବିସ୍ତାର କରିଚାଲିଛନ୍ତି। ଯୁଆଡେ ଦେଖୁବ ପୁଳାପୁଳା ହୋଇ ଯିବା ଆସିବାକରୁଛନ୍ତି I ଏମାନଙ୍କ ପାଦୃଭାବ ପାଇଁ ଗ୍ରାମରେ ଗୃହପାଳିତ ପଶୁ ମାନେ ପଡିଆରେ ଚରିବା କଷ୍ଟକର ହୋଇପଡ଼ୁଛି କାରଣ ପିମ୍ପୁଡି ଗୁଡିକ ଆଖୁ କାନ କରେ ପଶିଯାଉଥିବାରୁ ବନ୍ଧା ହେଉଥିବା ଗୃହ ପାଳିତ ପଶୁଗୁଡିକ ଥୟ ହୋଇ ପାରୁନାହାନ୍ତି । ପିମ୍ପୁଡିରୁ ବଂଚିବା ପାଇଁ ଗ୍ରାମବାସୀ ମାନେ ଗ୍ରାମାସିନ ଛିଞ୍ଚନ କରୁଥିଲା ବେଳେ ତାହ କୌଣସି କାମ ଦେଉନଥିବାରୁ ଗ୍ରାମବାସୀ ମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି ।