ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇ PRM ମେଡିକାଲ୍ ସ୍ଥାନାନ୍ତର ହୋଇଛନ୍ତି । ମୃତକ ଶିଳଘାଟୀ ଗାଁର ଛୋଟରାୟ ସିଂ, ତପନ ମୁର୍ମୁ ।
ଆହୁରି ପଢନ୍ତୁ ଓଡିଶା ଖବର...
ମୟୂରଭଞ୍ଜ: ଅଜଣା ଗାଡି ଧକ୍କାରେ ଗଲା ଦୁଇ ଜୀବନ । ମୟୂରଭଞ୍ଜ ଜିଲ୍ଲା ଶିଳାଘାଟି ରାସ୍ତାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଖୁଣ୍ଟା ପଟୁ ଏକ ବାଇକ ଯୋଗେ ଶିଳଘାଟୀ ଗାଁ ଅଭିମୁଖେ ଯାଉଥିବାବେଳେ ଘଟିଥିଲା ଅଘଟଣ । ଅଜଣା ଗାଡି ଧକ୍କାରେ ବାଇକରେ ଥିବା ୩ ଯୁବକ ଗୁରୁତର ହୋଇ ରାସ୍ତା ଉପରେ ପଡ଼ି ରହିଥିଲେ । ଖବର ପାଇ ଖୁଣ୍ଟା ଥାନା ପୋଲିସ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ୩ ଯୁବକଙ୍କୁ ଉଦ୍ଧାର କରି ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।
ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇ PRM ମେଡିକାଲ୍ ସ୍ଥାନାନ୍ତର ହୋଇଛନ୍ତି । ମୃତକ ଶିଳଘାଟୀ ଗାଁର ଛୋଟରାୟ ସିଂ, ତପନ ମୁର୍ମୁ ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ : ୫୯ ବର୍ଷରେ ବି ବେଶ ଫିଟ୍ ଏବଂ ସ୍ମାର୍ଟ ଲାଗନ୍ତି ବଲିଉଡ ଅଭିନେତା ଅମୀର ଖାନ । ନିଜ ଫିଟ ଚେହେରା ପାଇଁ ସେ ଅନେକଙ୍କ ଠାରୁ ପ୍ରଶଂସା ପାଇଛନ୍ତି । ଯେଉଁ ବୟସରେ ସାଧାରଣତଃ ମଣିଷ ଥକ୍କାପଣ ଅବସ୍ଥାକୁ ଚାଲିଆସେ, ସେହି ବୟସରେ ସେ ଅନ୍ୟ କୌଣସି ୟଙ୍ଗ ହିରୋଙ୍କ ଠାରୁ ମଧ୍ୟ କମ ଲାଗନ୍ତିନି ଅମୀର । ତେବେ ଗତ କିଛିଦିନ ତଳେ କପିଲ ଶର୍ମାଙ୍କ ଶୋ ରେ ନିଜ ଫିଟନେସର ରାଜ ଖୋଲିଥିଲେ ଅମୀର ଖାନ ।
ଅଧିକ ପଢନ୍ତୁ : ଜେଲରେ ଷ୍ଟାଫଙ୍କ ଅବହେଳା ଯୋଗୁଁ ଚାଲିଗଲା ଅଭିଯୁକ୍ତ ଅନୁଜ ଥାପନଙ୍କ ଜୀବନ
ସେ କହିଥିଲେ ନିଜକୁ ଫିଟ ରଖିବା ପାଇଁ ସେ କିଛି କରନ୍ତିନି । ଜିମ କି ବ୍ୟାୟାମ କରନ୍ତିନି ଅମିର । କୌଣସି ବିଶେଷ କ୍ରିମ ମଧ୍ୟ ବ୍ୟବହାର କରନ୍ତିନି। ତାଙ୍କ ଜିନ ଯୋଗୁଁ ହିଁ ସେ ସବୁବେଳେ ଫିଟ ଏବଂ ସ୍ମାର୍ଟ ରହିଥାନ୍ତି । ତାଙ୍କ ବାପା ବି ସେପରି ଥିଲେ । ତେଣୁ ତାଙ୍କୁ ସୁସ୍ଥ ରହିବା ପାଇଁ ବିଶେଷ କିଛି କରିବାକୁ ପଡେନି ।
ଅର୍ଗସ ବ୍ୟୁରୋ : ରାଜଧାନୀରେ ସିରିଜ ଦୁର୍ଘଟଣା । ମଦ୍ୟପ ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ। ଦୁଇଟି ଅଟୋ, ଗୋଟିଏ କାର ଓ ଗୋଟିଏ ସ୍କୁଟିକୁ ଧକ୍କା ଦେଲା ମଦ୍ୟପ ଡ୍ରାଇଭର । ଆପୋଲୋ ହସ୍ପିଟାଲ ସମ୍ମୁଖରେ ଘଟିଛି ଏହି ଦୁର୍ଘଟଣା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଦୁର୍ଘଟଣା ପରେ ଗାଡିକୁ ଅଟକାଇ ଭଙ୍ଗାରୁଜା କଲେ ସ୍ଥାନୀୟ ଲୋକେ । ଡ୍ରାଇଭର ପ୍ରଚୁର ମଦ ପିଇ ଗାଡି ଚଲାଉଥିବା ନେଇ ଅଭିଯୋଗ । ଏହା ସହ ଗାଡିଟି ଜଣେ ଡାକ୍ତରଙ୍କର ହୋଇଥିବା ନେଇ ମିଳିଛି ସୂଚନା । ଆହତ ୪ ଜଣଙ୍କୁ ହସ୍ପିଟାଲ ନିଆଯାଇଛି ।