ଘର
ଓଡ଼ିଶା
ପୂର୍ବ ବିଜେଡି ସରକାରରେ ହୋଇ ପାରିଲାନି ସ୍କୁଲର ଉନ୍ନତିକରଣ
ପୂର୍ବ ବିଜେଡି ସରକାରରେ ହୋଇ ପାରିଲାନି ସ୍କୁଲର ଉନ୍ନତିକରଣ
by Manini Pattanayak
କଳାହାଣ୍ଡି: ଅବ୍ୟବସ୍ଥାରେ ମାଣ୍ଡେଲ ପ୍ରାଥମିକ ବିଦ୍ୟାଳୟ । ବିଗତ 25ବର୍ଷର ସ୍ଥିର ସରକାର ସ୍କୁଲମାନଙ୍କର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ମାଣ୍ଡେଲ ଗ୍ରାମ ରେ ରହିଥିବା ପ୍ରାଥମିକ ବିଦ୍ୟାଳୟ ରେ ବ୍ୟତିକ୍ରମ ଦେଖିବାକୁ ମିଳିଛି l ଏ ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ମାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସ୍କୁଲରେ 150ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ହେଲେ ନା ରହିଛି ଛାତ୍ରଛାତ୍ରୀଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ନା ରହିଛି ଶୌଚାଳୟ ବ୍ୟବସ୍ଥା । ରୋଷେଇ ଘରର କଥା ନ କହିବା ଭଲ । ଏମିତିକି ବିଦ୍ୟାଳୟ ପରିସର ଆର୍ବଜନା ଅଳିଆରେ ଭର୍ତ୍ତି । ତେଣୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ।
ବିଦ୍ୟାଳୟର ନଳକୂଅ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ସମୟ ହେବ ଅଚଳ ଅବସ୍ଥାରେ ପଡ଼ିରହିଛି । ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରୋଷେୟା ବାହାରୁ ପାଣି ଆଣି ରୋଷେଇ କରୁଥିବା ବେଳେ ଛାତ୍ରଛାତ୍ରୀମାନେ ପିଇବା ପାଣି ପାଇଁ ବାହାର ନଳକୂପ ଉପରେ ନିର୍ଭର କରୁଛନ୍ତି । ଯେଉଁ ଶୌଚାଳୟ ଅଛି ତାହା ସମ୍ପୂର୍ଣ ଭାବେ ଭାଙ୍ଗିଯାଇଛି । ସ୍କୁଲରେ ଥିବା ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି । ତେବେ ଏନେଇ ନର୍ଲା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଶୌଚାଳୟ, ପିଇବା ପାଣି ଓ ରୋଷେଇ ଘର ନିର୍ମାଣ ଓ ମରାମତି କାମ ଆମ ଅଧୀନରେ ଆସୁନାହିଁ । ପୂର୍ବ ବିଜେଡି ସରକାରରେ ହୋଇ ପାରିଲା ନାହିଁ ବିଦ୍ୟାଳୟର ଉନ୍ନତି । ନୂଆ ସରକାରଙ୍କ ପାଖରେ ସମସ୍ୟା ସମାଧାନ ହେବ ବୋଲି ଆଶା ରଖିଛନ୍ତି ଅଭିଭାବକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର