ହେଲେ ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ କୌଣସି ଜଣେ ହେଲେ ଡାକ୍ତର ବ୍ୟବଚ୍ଛେଦ କରିବାକୁ ନ ଆସିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ତୁରନ୍ତ ବ୍ୟବଚ୍ଛେଦ କରିବା ଦାବିରେ ହୋହାଲା କରିଥିଲେ। ତଥାପି ଡାକ୍ତର ଆସି ନ ଥିଲେ। ଉତ୍ତ୍ୟକ୍ତ ଗ୍ରାମବାସୀ ଓ ମୃତକଙ୍କ ସମ୍ପର୍କୀୟ ମାନେ ଡାକ୍ତରଖାନାରେ ଭଙ୍ଗାରୁଜା ଆରମ୍ଭ କରିବାକୁ ଲାଗିଲେ। ଡାକ୍ତରଖାନା ପରିସରଏକ ପ୍ରକାର ଅଶାନ୍ତ ହୋଇ ପଡ଼ିଥିଲା। ଭଙ୍ଗାରୁଜା ଦେଖି ଜଣେ ଡାକ୍ତର ବ୍ୟବଚ୍ଛେଦ କରିବା ପାଇଁ ଆସି ପହଞ୍ଚିଛନ୍ତି। ଘଟଣା ସ୍ଥଳରେ ବାଙ୍କି ପୋଲିସ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣଧୀନ ହୋଇଛି।
ଶବ ବ୍ୟବଚ୍ଛେଦ ବିଳମ୍ବିତକୁ ନେଇ ଡାକ୍ତରଖାନାରେ ଭଙ୍ଗାରୁଜା
ଅର୍ଗସ ବ୍ୟୁରୋ: ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ଶବକୁ ବ୍ୟବଚ୍ଛେଦ କରିବାରେ ବହୁ ବିଳମ୍ବ ଘଟିବାରୁ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ମାନେ ଉତ୍ତ୍ୟକ୍ତ ହୋଇ ଡାକ୍ତରଖାନାରେ ଭଙ୍ଗାରୁଜା କରିଛନ୍ତି। ଟଣାଟି ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ ଶିମିଳିପୁର ଗ୍ରାମର ପ୍ରଦୀପ କୁମାର ନାୟକ ନାମକ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ଗତ ଶୁକ୍ରବାର ରାତିରେ ଦୁର୍ଘଟଣା ଗ୍ରସ୍ତ ହୋଇ ସେ ପ୍ରାଣ ହରାଇ ଥିଲେ।ହେଲେ। ମୃତକ ଙ୍କ ଶବ ବ୍ୟବଚ୍ଛେଦ କରାଯିବା ପାଇଁ ବାଙ୍କୀ ଡାକ୍ତରଖାନାରେ ରଖାଯାଇଛି।
Download Argus News App
