ଅଧିକ ପଢନ୍ତୁ : ବିଜେପି ଅଭିଯୋଗ କଲା, ନିର୍ବାଚନ କମିଶନ ଆକ୍ସନ ନେଲେ
କିଛି ଦିନ ତଳେ ସି - ଭିଜିଲ ଆପରେ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ 5T ଅଧ୍ୟକ୍ଷ ପଦରୁ ବିଜେଡ଼ି ନେତା ଭି.କେ. ପାଣ୍ଡିଆନଙ୍କୁ ହଟାଇଥିଲେ ରାଜ୍ୟ ସରକାର ।
ଅର୍ଗସ ବ୍ୟୁରୋ :କୁଆଡେ ଗଲା ଭିଜନ 5T । ରାଜ୍ୟ ସରକାରଙ୍କ ୱେବସାଇଟରୁ ଭିଜନ 5Tର ସବୁ ତଥ୍ୟ ଉଭାନ । ୱେବସାଇଟରେ କ୍ଲିକ କଲେ କୌଣସି ଡାଟା ସୋ କରୁନି । ଯାହାକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ୱେବସାଇଟରୁ 5T ତଥ୍ୟ ଡିଲିଟ କରିବାକୁ କାହିଁକି ବାଧ୍ୟ ହେଲେ ରାଜ୍ୟ ସରକାର ? ଏହାକୁ ନେଇ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ସରକାରଙ୍କୁ କଟାକ୍ଷ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ମୁଖପାତ୍ର ଅନିଲ ବିଶ୍ଵାଳ
ଅଧିକ ପଢନ୍ତୁ : ବିଜେପି ଅଭିଯୋଗ କଲା, ନିର୍ବାଚନ କମିଶନ ଆକ୍ସନ ନେଲେ
କିଛି ଦିନ ତଳେ ସି - ଭିଜିଲ ଆପରେ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ 5T ଅଧ୍ୟକ୍ଷ ପଦରୁ ବିଜେଡ଼ି ନେତା ଭି.କେ. ପାଣ୍ଡିଆନଙ୍କୁ ହଟାଇଥିଲେ ରାଜ୍ୟ ସରକାର ।
ଅର୍ଗସ ବ୍ୟୁରୋ: ହିଞ୍ଜିଳି ପରେ କଣ୍ଟାବାଞ୍ଜି। ଏଠାରୁ ଆଜି ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଏ ସେହି କଣ୍ଟାବାଞ୍ଜି ଯାହା ଓଡ଼ିଶାର ଆଉ ଏକ ପ୍ରମୁଖ ଦାଦନ ହବ୍ । ଯେଉଁଠାରୁ ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ନିର୍ଯାତିତ ହେଉଛନ୍ତି ହଜାର ହଜାର ଓଡ଼ିଆ ଶ୍ରମିକ। ଆଜି କଣ୍ଟାବାଞ୍ଜିରେ ପ୍ରାର୍ଥିପତ୍ର ଦାଖଲ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆଉ ଦିନକ ପୂର୍ବରୁ ସାମ୍ନାକୁ ଆସିଛି ତେଲେଙ୍ଗାନାରେ ନିର୍ଯାତିତ କଣ୍ଟାବାଞ୍ଜିର 5 ଦାଦନ ପରିବାରଙ୍କ ଭିଡିଓ । 5-5 ଥର ହିଞ୍ଜିଳିରୁ ନିର୍ବାଚିତ ହୋଇ ଅଞ୍ଚଳକୁ କରିଛନ୍ତି ଦାଦନ କେନ୍ଦ୍ରସ୍ଥଳ । 2019ରେ ବିଜେପୁରରୁ ଜିତିବା ପରେ ନବୀନ କରିଥିଲେ ପ୍ରତାରଣା । 2024ରେ ଆଉ ଏକ ଦାଦନ ହବ୍ କଣ୍ଟାବାଞ୍ଜିରେ କି ପ୍ରତିଶ୍ରୁତି ଦେବେ ବିଜେଡି ସୁପ୍ରିମୋ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଆଦର୍ଶ ଆଚରଣ ଵିଧି ଉଲଘଂନ ଅଭିଯୋଗରେ ଦୁଇ ଜଣ ମିଶନଶକ୍ତିର ସିଆରପିଙ୍କୁ ନିଲମ୍ବିତ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ । ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳସଙ୍ଗା ପଞ୍ଚାୟତରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରୋଡ଼ ସୋ ଓ ଶକ୍ତି ପ୍ରଦର୍ଶନ ପ୍ରଦର୍ଶନ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏଥିରେ ସିଆରପି ନର୍ମଦା ବସନ୍ତିଆ ଓ ପୁଷ୍ପାଞ୍ଜଳୀ ମହାନ୍ତି ଅତନୁଙ୍କୁ ପୁଷ୍ପ ଗୁଚ୍ଛ ଦେବା ସହ ହୁଳହୁଳି ପକାଇ ଥିଲେ । ଏହି ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ।
ଅର୍ଗସ ବ୍ୟୁରୋ : ଢେଙ୍କାନାଳ ପଲ୍ଲିଶ୍ରୀ ପଡିଆରେ ଅଜଣା ହେଲିକପ୍ଟର । ଢ଼େଙ୍କାନାଳ ମହିଶାପାଟ ସ୍ଥିତ ପଡ଼ିଆରେ ଏକ ହେଲିକପ୍ଟର ଅବତରଣ କରିଛି । କିନ୍ତୁ ଏଥିରେ କିଏ ଆସିଛନ୍ତି କାହିଁକି ଆସିଛନ୍ତି ଜଣାପଡିନାହିଁ । ଏନେଇ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ପାଖରେ କୌଣସି ସୂଚନା ନାହିଁ । କେନ୍ଦ୍ରର କୌଣସି ନେତା ପ୍ରଚାର ପାଇଁ ଆସି ପାରନ୍ତି ବୋଲି ଅନୁମାନ କରାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର