ଗାଁରେ ନଳକୂପ ଅଛି ମାତ୍ର ସେଥିରୁ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁଥିବା ଅଭିଯୋଗ ହୋଇଛି। ଏହାକୁ ଦୁଷ୍ଟିରେ ରଖି ଗାଁକୁ ପାଇପଯୋଗେ ପାଣଇ ସଂଯୋଗ ହୋଇଥିଲା। ମାତ୍ର ବସୁଧା ଯୋଜନାର ହୋଇଥିବା କାମ ନିମ୍ନ ମାନର ହୋଇଥିବାରୁ କାମର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଏବେ ଗାଁ ଦାଣ୍ଡ ଅବସ୍ଥା ଏମିତି ଯେ ଦେଖିଲେ ଲାଗୁଛି ଚାରିଆଡ ନର୍ଦ୍ଦମାମୟ। ଗାଁ ର ଏହି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ । ମୁନ୍ଦାଏ ପିଇବା ପାଣି ଯୋଗାଇ ଦେବା ପାଇଁ ସରକାରଙ୍କ ପାଖରେ ଦାବି କରିଥିଲେ। ହେଲେ ପ୍ରଶାସନ ପାଣିତ ଯୋଗାଇ ଦେଲେ ତା ସହଦେଲେ ନର୍ଦ୍ଦମା ବୋନସ। ଏବେ ପାଣି ସମସ୍ୟାରୁ ବଳିଗଲାଣି ନର୍ଦ୍ଦମା ସମସ୍ୟା। କାରଣ ଗାଁ ଦାଣ୍ଡର ଏଭଳି ଅସ୍ବାସ୍ଥ୍ୟକର ପରିବେଶ ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: