ସେ କହିଛନ୍ତି କ୍ୟାରିୟରର ଶେଷ କିଛି ବର୍ଷ ଏଞ୍ଜୟ କରିବାକୁ ଚାହୁଁଛି । ତେବେ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୫ ମେଗା ଅକ୍ସନ ପୂର୍ବରୁ ଏକ ଘରୋଇ ପ୍ରମୋସନାଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମାହି । ଏହି ସମୟରେ ତାଙ୍କୁ ତାଙ୍କ ଆଇପିଏଲର କ୍ୟାରିୟରକୁ ନେଇ କିଛି ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ରଖିଥିଲେ ଧୋନୀ।
ଏହି କାର୍ଯ୍ୟକ୍ରମରେ ଧୋନି କହିଛନ୍ତି, 'ମୁଁ ମୋ କ୍ୟାରିୟରର ଶେଷ କିଛି ବର୍ଷର ଆନନ୍ଦ ନେବାକୁ ଚାହୁଁଛି।' ଏଥିରୁ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ମାହିଙ୍କୁ ଆଉ କିଛି ବର୍ଷ କ୍ରିକେଟ ମୈଦାନରେ ଦେଖିବାକୁ ମିଳିପାରେ। ଏପରି ମଧ୍ୟ ସମ୍ଭାବନା ରହିଛି ଯେ ଧୋନି ଆହୁରି ୩ ବର୍ଷ ପର୍ଯ୍ୟନ୍ତ ସିଏସକେ ଜର୍ସିରେ ଖେଳି ପାରନ୍ତି। କାରଣ ମେଗା ଅକ୍ସନରେ ରିଟେନ କରାଯାଇଥିବା ଖେଳାଳିଙ୍କ ପାଖରେ ସେହି ଦଳରେ ଅତି କମରେ ୩ ବର୍ଷ ପର୍ଯ୍ୟନ୍ତ ଖେଳିବା ପାଇଁ ସୁଯୋଗ ରହିଥାଏ ।
ଧୋନି ଆଉ ମଧ୍ୟ କହିଛନ୍ତି, 'ଯଦି ଆପଣ କ୍ରିକେଟକୁ ଉପଭୋଗ କରି ଖେଳୁଛନ୍ତି, ତେବେ ଉଭୟ ଖେଳାଳି ଓ ଟିମକୁ ଏହାର ଫାଇଦା ମିଳିଥାଏ। ମୁଁ ଏବେଠାରୁ କ୍ରିକେଟକୁ ଆହୁରି ଅଧିକା ଏଞ୍ଜୟ କରିବାକୁ ଚାହୁଁଛି। ଯେତେବେଳେ ମୁଁ ଇଣ୍ଡିଆ ଟିମରେ ଥିଲି ସେତେବେଳେ ବହୁତ ବଡ଼ ଦାୟିତ୍ବ ଥିଲା। ପୁରା ଦେଶର ଦାୟିତ୍ବ ଏବଂ ଖେଳାଳିଙ୍କ responsibility ମୋ ଉପରେ ଥିଲା। ସେତେବେଳେ ମୁଁ କ୍ରିକେଟକୁ ଏଞ୍ଜୟ କରିପାରୁ ନ ଥିଲି। ଏବେ ମୁଁ ସବୁ ଟେନସନରୁ ମୁକ୍ତି ପାଇଯାଇଛି। ମୁଁ ଏହି ସବୁକୁ ଅଲଗା ରଖି ପରବର୍ତ୍ତୀ ନଅ ମାସ ନିଜକୁ ଫିଟ୍ ରଖିବାକୁ ଚାହୁଁଛି। ତେବେ ଗୋଟିଏ କଥା ସ୍ପଷ୍ଟ ଯେ, CSK ଫ୍ୟାନ୍ସ ମାନେ ଧୋନୀଙ୍କୁ ଛକା ଚଉକା ମାରୁଥିବାର ଦେଖିବାକୁ ପାଇବେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର