ପର୍ଥ ଟେଷ୍ଟରେ ଭାରତର ଦ୍ବିତୀୟ ପାଳିରେ ଦମଦାର ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଓପନର ଯଶସ୍ବୀ ଜୈସୱାଲ। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ବ୍ୟାଟର ହୋଇଛନ୍ତି ଯଶସ୍ବୀ ଜୈସୱାଲ। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଏପର୍ଯ୍ୟନ୍ତ ୩୪ଟି ଛକା ମାରି ସାରିଛନ୍ତି ଜୈସୱାଲ। ସେପଟେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ପାଳିରେ ୫ ୱିକେଟ ନେଇ ଇତିହାସ ରଚିଛନ୍ତି ଜସପ୍ରୀତ ବୁମ୍ରା। ଏହାସହିତ ସେ କପିଲ ଦେବଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ବୁମ୍ରା ପଞ୍ଚମ ଭାରତୀୟ ଅଧିନାୟକ ଭାବରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଏକ ୫ ୱିକେଟ ସଫଳତା ହାସଲ କରିବାରେ ସଫଳ ହୋଇଛନ୍ତି। ଏହା ପୂର୍ବରୁ ଭିନୋ ମଙ୍କଡ, ବିଶାନ ସିଂହ ବେଦୀ, କପିଲ ଦେବ ଓ ଅନୀଲ କୁମ୍ବଲେଙ୍କ ନାଁ ଏହି ତାଲିକାରେ ରହିଛି। ତେବେ ସେନା ଦେଶରେ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏପର୍ଯ୍ୟନ୍ତ ୨୭ ଟେଷ୍ଟ ମ୍ୟାଚ୍ ଖେଳି ୧୧୮ ୱିକେଟ୍ ହାସଲ କରିଛନ୍ତି।
ଅଧିକ ପଢ଼ନ୍ତୁ ଖେଳ ଖବର: