ସୁପର-8 ଷ୍ଟେଜ୍ ଜୁନ-19ରୁ ଆରମ୍ଭ ହେବ। 4ଟି ଲେଖାଏଁ ଟିମକୁ ନେଇ 2ଟି ଗ୍ରୁପ୍ କରାଯାଇଛି। ଭାରତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ବାଂଲାଦେଶ ଗ୍ରୁପ୍ 1ରେ ଥିବା ବେଳେ ଗ୍ରୁପ୍ 2ରେ ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ଓ ଆମେରିକା ରହିଛନ୍ତି। ଏହି ରାଉଣ୍ଡର ସମସ୍ତ ମ୍ୟାଚ ଓ୍ବେଷ୍ଟଇଣ୍ଡିଜର 4ଟି ଗ୍ରାଉଣ୍ଡରେ ଖେଳାଯିବ। ଆଣ୍ଟିଗୁଆରେ 4ଟି, ସେଣ୍ଟ ଭିନସେଣ୍ଟରେ 2ଟି ଏବଂ ସେଣ୍ଟ ଲୁସିଆ ଏବଂ ବାର୍ବାଡୋସରେ 3ଟି ଲେଖାଏଁ ମ୍ୟାଚ୍ ଖେଳାଯିବ।
ଜୁନ19ରେ ଆମେରିକା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ରାଉଣ୍ଡର ପ୍ରଥମ ମୁକାବିଲା ହେବ। ଭାରତ ଜୁନ 20ରେ ଆଫଗାନିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ଏହାପରେ ଜୁନ 22ରେ ଭାରତ ବାଂଲାଦେଶ ବିପକ୍ଷରେ ଦ୍ବିତୀୟ ମୁକାବିଲା ଖେଳିବ। ଶେଷରେ ଜୁନ 24ରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବା ଲାଗି ରୋହିତ ବାହିନୀ ପଡିଆକୁ ଓହ୍ଲାଇବେ। ସୁପର-8ରେ ପ୍ରତି ଗ୍ରୁପର ଦୁଇ ଶ୍ରେଷ୍ଠ ଟିମ ସେମି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ଜୁନ 26ରେ ପ୍ରଥମ ଏବଂ ଜୁନ 27ରେ ଦ୍ବିତୀୟ ସେମି ପାଇନାଲ ଖେଳାଯିବ। ଜୁନ 29ରେ ବାର୍ବାଡୋସରେ ପାଇନାଲ ମୁକାବିଲା ଅନୁଷ୍ଠିତ ହେବ।
ଅଧିକ ପଢ଼ନ୍ତୁ ଖେଳ ଖବର: