ଆହୁରି ପଢନ୍ତୁ ପାଣିପାଗ ଖବର...
ଅର୍ଗସ ବ୍ୟୁରୋ: ରାଜ୍ୟ ଉପରେ ବର୍ତ୍ତମାନ କୌଣସି ପାଣିପାଗର ନିୟାମକ ସକ୍ରିୟ ନାହିଁ। ଫଳରେ ଆଗାମୀ ୭ ଦିନ ଯାଏ ରାଜ୍ୟରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଟୁଇନ ସିଟି ସମେତ ମାଲକାନଗିରି, କୋରାପୁଟ, ରାୟଗଡା,ଗଜପତି, ଗଂଜାମ, କନ୍ଧମାଳ, ନୟାଗଡ, ପୁରୀ, ଜଗତସିଂହପୁର, ଯାଜପୁର, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଓ କେନ୍ଦ୍ରାପଡା ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଗୋଟିଏ ଦୁଇଟି ଅଂଚଳରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।...ଏହାସହ ମୌସୁମୀ ଅପସାରଣ ବିଳମ୍ବ ହେଉଥିବାରୁ ଆଦ୍ରତାର ପରିମାଣ ବଢ଼ିବାରେ ଲାଗିଛି। ଫଳରେ ପ୍ରବଳ ଗରମ ସହ ଗୁଳୁଗୁଳି ଅନୁଭୂତି ହେଉଛି। ସମ୍ପୂର୍ଣ ମୌସୁମୀ ପ୍ରତ୍ୟାବର୍ତନ ପରେ ହିଁ ରାଜ୍ୟରେ ଗୁଳୁଗୁଳି କମିବା ଵୋଲି ବିଭାଗ ଆକଳନ କରିଛି।
ଆହୁରି ପଢନ୍ତୁ ପାଣିପାଗ ଖବର...
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ୍ ନର୍ସରୀ ଫରେଷ୍ଟର୍ ସଞ୍ଜୟ ନାୟକ । ଏହି ମାମଲାର ଅଭିଯୁକ୍ତ ଡିଏଫଓ ଦେବେନ୍ଦ୍ର ବେହେରା ନିଲମ୍ବିତ ହୋଇଛି। ତେବେ ଦେବେନ୍ଦ୍ରଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ମୃତ ଫରେଷ୍ଟରଙ୍କ ପରିବାର। ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ଦୋଷୀକୁ ଛଡ଼ାଯିବନାହିଁ। ପୁଣି ଅଫିସରଙ୍କୁ କଡ଼ା ଚେତାବନୀ ଦେଇ ମନ୍ତ୍ରୀ କହିଛନ୍ତି, ତଳ କର୍ମଚାରୀଙ୍କ ଉପରେ ଚାପ ପକାଇଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ଜାରିଂ ନର୍ସରୀରେ ଚାରା ଦୁର୍ନୀତି ଓ ପିସି କାରବାର ନେଇ ସଞ୍ଜୟଙ୍କୁ ବାରମ୍ବାର ପିସି ମାଗିବା ସହ ମାନସିକ ନିର୍ଯାତନା ଦେଇ ଆସୁଥିଲେ ଡିଏଫଓ । ଯାହାର ଏକ ହାତ ଲେଖା ସୁଇସାଇଡ଼୍ ନୋଟ୍ ଛାଡି ଯାଇଥିଲେ ସଞ୍ଜୟ । ଭବାନୀପାଟଣା ସ୍ଥିତ ସରକାରୀ ବାସଭବନରେ ଛାନଭିନ୍ ପରେ ଆକ୍ସନ୍ ନେଇଛି ବିଭାଗ । ସେପଟେ ଘଟଣାରେ ପ୍ରତିକ୍ରିୟା ରଖି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ମାମଲା ଏବେ ବିଚାରାଧୀନ । ବିଭାଗ ତଦନ୍ତ କରୁଛି । ଦୋଷୀ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।. ୟେ ଘଟଣା ଜ୍ବଳନ୍ତ ଉଦାହରଣ ହେବ । ଯେଉଁମାନେ ଏହିଭଳି ଅସାମାଜିକ କାମ କିମ୍ବା ଦୁର୍ନୀତିରେ ଲିପ୍ତ ରହି ତଳ କର୍ମଚାରୀଙ୍କୁ ଚାପ ପକାଉଛନ୍ତି ।. ତାଙ୍କ ଉପରେ ଭବିଷ୍ୟତରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ମନ୍ତ୍ରୀ ।
ଫରେଷ୍ଟର ସଞ୍ଜୟ ନାୟକଙ୍କ ମୃତ୍ୟୁକୁ ୧୯ ଦିନ ପୁରିଥିବାବେଳେ ନ୍ୟାୟ ଅପେକ୍ଷାରେ ପରିବାର । ମା, ବାପା ଏବଂ ବଡ଼ ଭାଇଙ୍କ ଆଖିରୁ ଶୁଖୁନି ଲୁହ । ସଞ୍ଜୟଙ୍କ ପତ୍ନୀ ଦୁଇ ଛୁଆଙ୍କୁ ଧରି ବାପଘରକୁ ପଳାଇ ଥିବାବେଳେ 60 ବର୍ଷୀୟ ରୋଗୀଣା ବୁଢା ବାପା ହୋଟେଲରେ କାମ କରି ପରିବାର ଚଳାଉଛନ୍ତି । ସଞ୍ଜୟଙ୍କ ସୁଇସାଇଡ଼ ନୋଟ୍ ଯାଞ୍ଚ ଏବଂ କ୍ରସ୍ ମ୍ୟାଚିଂ କରିବାକୁ ଦାବି କରିଛନ୍ତି । କେବଳ ନିଲମ୍ବନ ନୁହେଁ ଡିଏଫଓଙ୍କୁ ଗିରଫ କଲେ ହିଁ ସଞ୍ଜୟଙ୍କ ଆତ୍ମା ଶାନ୍ତି ପାଇବ କହିଛନ୍ତି ପରିବାର ଲୋକେ । ବିଜେଡି ଶାସନରେ ସୁପର ପାୱାର ପାଇଥିବା ଡିଏଫଓ ଦେବେନ୍ଦ୍ର ବେହେରା ସଞ୍ଜୟଙ୍କୁ ମାଗିଥିଲେ ପିସି । ପିସି ନଦେଲେ ବଦଳି ସହ ସସପେଣ୍ଡ କରିବା ନେଇ ଦେଉଥିଲେ ଧମକ । ସଞ୍ଜୟ ପ୍ରାୟ ୧୦ ଲକ୍ଷ ଟଙ୍କା ପିସି ଦେବା ସହ ରାୟଗଡ଼ା ଡିଏଫଓଙ୍କ ଘରେ ଏସି ଓ ବୋରୱେଲ ଖୋଳାଇ ଥିଲେ । ଏପରିକି ମନ୍ଦିର ବାବଦକୁ ୪୦ ହଜାର ଟଙ୍କା ଚାନ୍ଦା ମଧ୍ୟ ଦେଇଥିଲେ । ଏଭଳି ସାଘାଂତିକ ଅଭିଯୋଗ ଥିବା ଡିଏଫଓ କେବେ ଗିରଫ ହେବେ ତାହାକୁ ନେଇ ଉଠିଛି ପ୍ରଶ୍ନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବାରିପଦାରେ ଅକ୍ଟୋବର ୯ ତାରିଖରେ ଦିଆଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ସୁଭଦ୍ରା କ୍ଷେତ୍ରରୁ ଦଶହରା ଭେଟି ଭାବେ ସୁଭଦ୍ରା ଅର୍ଥ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୪୦ ଲକ୍ଷରୁ ଉର୍ଦ୍ଧ୍ଵ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଅକ୍ଟୋବର ୭ ତାରିଖ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଆବେଦନର ଶେଷ ତାରିଖ । ଆସନ୍ତାକାଲି ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ୯ ତାରିଖ ମିଳିବ ସୁଭଦ୍ରା ସହାୟତା । ଯେଉଁଥିପାଇଁ ଆବେଦନ ଲାଗି ସବୁଠି ଲାଗୁଛି ଭିଡ । ଶନିବାର ସୁଦ୍ଧା ୯୯ ଲକ୍ଷ ୪୦ ହଜାର ଆବେଦନ ହୋଇ ସାରିଥିବା ବେଳେ ୭ ତାରିଖ ସୁଦ୍ଧା ସଂଖ୍ୟା ୧ କୋଟି ଛୁଇଁବାର ସମ୍ଭାବନା ଅଛି । ବାରିପଦାରେ ଯୋଜନାର ପ୍ରଥମ ହିତାଧିକାରୀ ଏବଂ ୧ କୋଟି ତମ ହିତାଧିକାରୀଙ୍କୁ ସମ୍ମାନିତ କରାଯିବ ।
ସୁଭଦ୍ରା ଯୋଜନା ଚାରି 'ସ' ପୂରଣ ପାଇଁ କାମ କରୁଛି । ସୁଭଦ୍ରାର ଅର୍ଥ ମହିଳାଙ୍କ ସଶକ୍ତିକରଣ, ସମ୍ମାନ, ସ୍ୱାଭିମାନ ଏବଂ ସମୃଦ୍ଧି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ମାର୍ଚ୍ଚ ୮ ପୂର୍ବରୁ କୋଟିଏରୁ ଉର୍ଦ୍ଧ୍ଵ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା । ସେପଟେ ୯ ତାରିଖର ଭବ୍ୟ ଆୟୋଜନ ପାଇଁ ମା ସୁଭଦ୍ରାଙ୍କ କ୍ଷେତ୍ର ବାରିପଦାରେ ଚାଲିଛି ପ୍ରସ୍ତୁତି । ସୁଭଦ୍ରା ସମ୍ମିଳନୀ ପାଇଁ ଛଉ ପଡିଆ ଓ କଲେଜ ପଡିଆରେ ଉତ୍ସବର ପରିବେଶ । ମଞ୍ଚ ସଜଡା ଠାରୁ ଆରମ୍ଭ କରି ଟେଣ୍ଟ ବାନ୍ଧିବାରେ ଲାଗି ପଡିଛନ୍ତି କାରିଗର । ଦାୟିତ୍ଵ ନେବା ପରେ ମୟୁରଭଞ୍ଜ ଜିଲ୍ଲାକୁ ପ୍ରଥମ ଥର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେଣୁ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଟଙ୍କା ଦେବା ପାଇଁ ବାରିପଦା ଆସିବା ଜାଣି ମହିଳାଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।
ସୁଭଦ୍ରା ଓଡ଼ିଶା ଇତିହାସର ସବୁଠୁ ବଡ଼ ଯୋଜନା । ଯେଉଁଥିରେ ୧ କୋଟିରୁ ଉର୍ଦ୍ଧ୍ଵ ମହିଳା ସାମିଲ ହୋଇ ସ୍ଵାବଲମ୍ବୀ ହେବାର ରାହା ପାଇବେ । ୨୪ ନିର୍ବାଚନରେ ଗେମ୍ ଚେଞ୍ଜର୍ ଥିଲା ସୁଭଦ୍ରା ଯୋଜନାର ପ୍ରତିଶ୍ରୁତି । ସୁଭଦ୍ରା ଯୋଜନା ଭାଙ୍ଗି ଦେଲା ବିଜେଡ଼ିର ମହିଳା ଭୋଟ ବ୍ୟାଙ୍କ୍ ବଳ । ରାଜ୍ୟ ରାଜନୀତିର ସମୀକରଣକୁ ବଦଳାଇ ୨୪ ବର୍ଷର ସରକାରକୁ ଗାଦିଚ୍ୟୁତ କରିବାରେ ବଡ଼ ସହାୟକ ହୋଇଥିଲା ବିଜେପିର ଏହି ଘୋଷଣା । ତେବେ ସେପ୍ଟେମ୍ବର ୧୭ରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ସେଦିନ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସହାୟତା ରାଶି ମିଳିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଅକ୍ଟୋବର ୯ ଦିନ ୪୦ ଲକ୍ଷ ମହିଳାଙ୍କୁ ମିଳିବାକୁ ଯାଉଛି ପ୍ରଥମ କିସ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର...