ଅଧିକ ପଢ଼ନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଜୋର ହେଉଛି ମାଓ ବିରୋଧୀ ଅଭିଯାନ । କେନ୍ଦ୍ର ଗୃହ ଅମିତ ଶାହ ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏହି ବୈଠକରେ ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକୁ ବିକାଶ ସହାୟତା ଯୋଗାଇଦେବା ସହ ଜଡ଼ିତ ୫ ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ଯୋଗଦେବେ। ଜାତୀୟ ସୁରକ୍ଷାର ଉପ ପରାମର୍ଶଦାତା ଏବଂ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ସମସ୍ୟାର ଉଚ୍ଛେଦ କରିବାକୁ ପ୍ରତିଶ୍ରୁତିବଦ୍ଧ । ଗତକାଲି ଛତିଶଗଡ଼ରେ ୩୧ ମାଓବାଦୀଙ୍କ ମୃତଦେହ ଜବତ ହୋଇଥିଲା । ଏହାସହ ବହୁ ମାରଣାସ୍ତ୍ର ବି ଜବତ କରିଥିଲେ ସୁରକ୍ଷା ବାହିନୀ । ଦିନକୁ ଦିନ ମାଓ ବିରୋଧୀ ଅପରେସନକୁ ଜୋରଦାର କରୁଛନ୍ତି ସୁରକ୍ଷା ବଳ ।
ଅଧିକ ପଢ଼ନ୍ତୁ ଓଡିଶା ଖବର...
ମୟୂରଭଞ୍ଜ: ସ୍ବାଧୀନତାର ସାତ ଦଶନ୍ଧି ଓ ସ୍ଥାୟୀ ବିଜେଡି ସରକାରଙ୍କ ଚବିଶ ବର୍ଷ ଶାସନ ପରେ ମଧ୍ୟ ସୀମାନ୍ତ ବାସୀଙ୍କୁ ବିକାଶ ଧକା। ଜଙ୍ଗଲ ମଧ୍ୟରେ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ ବିଦ୍ୟୁତ୍ ସୁବିଧା ।ବ୍ଲକ ପ୍ରଶାସନ ରୁ ଜିଲ୍ଲାପାଳ ଓ ଭୈରବ ପାଣ୍ଡିଆନ୍ ଙ୍କୁ ସାଧାରଣ ସଭାରେ ବାରମ୍ୱାର ଅଭିଯୋଗ ପରେ ମଧ୍ୟ ଆଦିବାସୀଙ୍କୁ ଅଣଦେଖା। ଆଜିଭି ଡିବିରି ବୋତିରେ ଚାଲିଛି ଆଦିବାସୀଙ୍କ ଭବିଷ୍ୟତ ଗୋଢ଼ା।କେତେ ସହିବେ ଆଦିବାସି ସ୍ଥାନୀୟ ପ୍ରଶାସନର ପ୍ରତାରଣା?କେବେ ମିଳିବ ସୀମାନ୍ତ ବାସୀଙ୍କୁ ବିଦ୍ୟୁତ୍? ୫-ଜି ଯୁଗର ଅପହଞ୍ଚ ଗାଁ ରାଲିବେଡା। ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ତୋଳାପାତି ଗ୍ରାମ ପଞ୍ଚାୟତର ରାଲିବେଡା । ରାତି ହେଲେ ଅନ୍ଧାରରେ ବୁଡି ଯାଏ ପୁରା ଗାଁ। ଗାଁରେ ବିଦ୍ୟୁତ ସଂଯୋଗ ହୋଇ ନଥିବାରୁ ପୁରା ଗାଁ ହୋଇଯାଏ ଅନ୍ଧକାରମୟ। ରାତିର ଅନ୍ଧାରରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୁଅନ୍ଥି ଅଞ୍ଚଳବାସୀ। ସଂଧ୍ୟା ହେବାକ୍ଷଣି ଲୋକେ ତାଟିକବାଟ ଆଉଜି ବସନ୍ତି। ଦିନ ଥାଉଥାଉ ସଵୁ କାମ ସାରିଦିଅନ୍ତି ନହଲେ ଡିବିରି ଆଲୁଅରେ କଟେ ରାତି।
ପାହାଡ ଜଙ୍ଗଲ ଘେରା ଏହି ଗାଁରେ ରୁହନ୍ତି ପ୍ରାୟ ୨୫୦ ଆଦିାବସୀ ପରିବାର। ମାତ୍ର ଏ ଯାଏଁ ଗାଁକୁ ହୋଇ ପାରିନି ବିଦ୍ୟୁତ ସଂଯୋଗ। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ। ଦିର୍ଘ ଦିନର ଦାବି ପରେ ଦିର୍ଘ ବର୍ଷ ପୂର୍ବେ ଗାଁର କିଛି ଲୋକଙ୍କୁ ସୋଲାର ଲାଇଟ୍ ଦିଆ ଯାଇଥିଲା । ତେବେ ତାହା ନିମ୍ନମାନର ହୋଇଥିବାରୁ ଅଧିକାଂଶ ଖରାପ ହୋଇଯାଇଥିବା ଅଭିଯୋଗ ହୋଇଛି। ୫-ଜି ଯୁଗରେ ହାତ ପାହାନ୍ତାରେ ସବୁ ସୁବିଧାରେ ମିଳୁଥିବା ବେଳେ ଆଜି ବି ମୌଳିକ ସୁବଧାରୁ ବଞ୍ଚିତ ଏହି ଗାଁ। ରାସ୍ତା ପାଣି ସମସ୍ୟା ଗାଁର ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ବିଦ୍ୟୁତ ସମସ୍ୟା ଏହି ଅଞ୍ଚଳବାସୀଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ୫-ଜି ଯୁଗର ଅପହଞ୍ଚ ଗାଁ ରାଲିବେଡା। ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ତୋଳାପାତି ଗ୍ରାମ ପଞ୍ଚାୟତର ରାଲିବେଡା । ରାତି ହେଲେ ଅନ୍ଧାରରେ ବୁଡି ଯାଏ ପୁରା ଗାଁ। ଗାଁରେ ବିଦ୍ୟୁତ ସଂଯୋଗ ହୋଇ ନଥିବାରୁ ପୁରା ଗାଁ ହୋଇଯାଏ ଅନ୍ଧକାରମୟ। ରାତିର ଅନ୍ଧାରରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୁଅନ୍ଥି ଅଞ୍ଚଳବାସୀ। ସଂଧ୍ୟା ହେବାକ୍ଷଣି ଲୋକେ ତାଟିକବାଟ ଆଉଜି ବସନ୍ତି। ଦିନ ଥାଉଥାଉ ସଵୁ କାମ ସାରିଦିଅନ୍ତି ନହଲେ ଡିବିରି ଆଲୁଅରେ କଟେ ରାତି।
ପାହାଡ ଜଙ୍ଗଲ ଘେରା ଏହି ଗାଁରେ ରୁହନ୍ତି ପ୍ରାୟ ୨୫୦ ଆଦିାବସୀ ପରିବାର। ମାତ୍ର ଏ ଯାଏଁ ଗାଁକୁ ହୋଇ ପାରିନି ବିଦ୍ୟୁତ ସଂଯୋଗ। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ। ଦିର୍ଘ ଦିନର ଦାବି ପରେ ଦିର୍ଘ ବର୍ଷ ପୂର୍ବେ ଗାଁର କିଛି ଲୋକଙ୍କୁ ସୋଲାର ଲାଇଟ୍ ଦିଆ ଯାଇଥିଲା । ତେବେ ତାହା ନିମ୍ନମାନର ହୋଇଥିବାରୁ ଅଧିକାଂଶ ଖରାପ ହୋଇଯାଇଥିବା ଅଭିଯୋଗ ହୋଇଛି।
୫-ଜି ଯୁଗରେ ହାତ ପାହାନ୍ତାରେ ସବୁ ସୁବିଧାରେ ମିଳୁଥିବା ବେଳେ ଆଜି ବି ମୌଳିକ ସୁବଧାରୁ ବଞ୍ଚିତ ଏହି ଗାଁ। ରାସ୍ତା ପାଣି ସମସ୍ୟା ଗାଁର ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ବିଦ୍ୟୁତ ସମସ୍ୟା ଏହି ଅଞ୍ଚଳବାସୀଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ ।
ଅଧିକ ପଢ଼ନ୍ତୁ ଓଡିଶା ଖବର...