ଅଧିକ ପଢନ୍ତୁ ପାଣିପାଗ ଖବର...
ଅର୍ଗସ ବ୍ୟୁରୋ: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୨୩ ତାରିଖ ସୁଦ୍ଧା ଲଘୁଚାପ ନେବା ସମ୍ଭାବନା । ପ୍ରଭାବରେ ରାଜ୍ୟରେ କାଲିଠୁ ବର୍ଷା ସମ୍ଭାବନା । ଆଗାମୀ ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ, ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହି ଜିଲ୍ଲା ଗୁଡ଼ିକ ହେଲା- ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିକି, କୋରାପୁଟ, ରାୟଗଡା, କନ୍ଧମାଳ, କଟକ , ଜଗତସିଂହପୁର ଓ କେନ୍ଦ୍ରାପଡା । ଆସନ୍ତା ୨୬ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଅଧିକ ପଢନ୍ତୁ ପାଣିପାଗ ଖବର...
ଅର୍ଗସ ବ୍ୟୁରୋ: ବର୍ତ୍ତମାନର ବ୍ୟସ୍ତବହୁଳତା ଜୀବନରେ କଳାଦାଗର ସମସ୍ୟା ସାଧାରଣ ହୋଇଗଲାଣି । ଏହା ଆମର ପୁରା ଚେହେରାର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ । ପୁରୁଷ ହୁଅନ୍ତୁ କିମ୍ବା ମହିଳା ଏହି କଳାଦାଗଗୁଡିକ ସମସ୍ତିଙ୍କ ପାଖରେ ଦେଖାଗଲାଣି । ଆଖି ଆମ ଚେହେରାର ସନ୍ଦର୍ଯ୍ୟ ବଢେଇଥାଏ । କିନ୍ତୁ ଯେତେବେଳେ ସେହି ସୁନ୍ଦର ଆଖି ତଳେ କଳା ଦାଗ ଦେଖାଯାଏ , ସେତେବେଳେ କ'ଣ ହୁଏ? ଏହା ପୁରା ଆମ ଚେହେରାର ସନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ ।
କଳାଦାଗର କାରଣ :-
କଳାଦାଗ ପଛରେ ଅନେକ କାରଣ ଥାଇପାରେ । ଅତ୍ୟଧିକ ଚାପ ଯୋଗୁଁ ଆଖି ତଳେ କଳାଦାଗ ହେଖାଯାଏ। ଏହା ବ୍ୟତୀତ, କମ୍ ନିଦ ,ଡିହାଇଡ୍ରେସନ୍ , ବୟସ ବଢିବା ଏବଂ ଖରାପ ଜୀବନଶୈଳୀ ଯୋଗୁଁ ଆଖି ତଳେ କଳାଦାଗ ପଡିଯିବାର ଦେଖାଯାଇଥାଏ। ଏହା ଛଡା ପ୍ରତିଦିନ ରାତିରେ ୭-୮ ଘଣ୍ଟା ଭଲ ନିଦରେ ଶୁଅନ୍ତୁ। ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ବହୁ ପରିମାଣର ପାଣି ପିଅନ୍ତୁ। ସୂର୍ଯ୍ୟକରିଣକୁ ଯିବା ପୂର୍ବରୁ ଆପଣଙ୍କ ମୁହଁରେ ସନସିନ୍ କ୍ରିମ ଲଗାନ୍ତୁ।
ଏହି ଘରୋଇ ଉପଚାର ଗ୍ରହଣ କରି କଳାଦାଗଗୁଡିକ ଦୂରେଇଦିଅନ୍ତୁ
କଞ୍ଚା ଆଳୁ:- କଞ୍ଚା ଆଳୁ ସାହାଯ୍ୟରେ କଳାଦାଗଗୁଡିକ ସହଜରେ ବାହାର କରାଯାଇପାରିବ। ଏଥିପାଇଁ ପ୍ରଥମେ କଞ୍ଚା ଆଳୁର ରସ ବାହାର କରନ୍ତୁ। ଏହି ଆଳୁର ରସକୁ ଅଳ୍ପ ବୁନ୍ଦା ଲେମ୍ବୁ ସହିତ ମିଶାନ୍ତୁ ।ତା'ପରେ ତୁଳା ସାହାଯ୍ୟରେ ଏହାକୁ ଆଖି ତଳେ ଲଗାଇଲେ ଆଖି ତଳେ ଥିବା କଳା ଦାଗ ଛାଡି ଯିବ।
ଚା-ବ୍ୟାଗ:- ଚା-ବ୍ୟାଗ ମଧ୍ୟ ଶୀଘ୍ର କଳାଦାଗକୁ ଦୂରେଇଥାଏ। ଏଥିପାଇଁ ଚା ବ୍ୟାଗକୁ କିଛି ସମୟ ପାଣିରେ ଭିଜାଇ ଦିଅନ୍ତୁ। ଏହା ପରେ ଏହାକୁ ରେଫ୍ରିଜରେଟରରେ ଥଣ୍ଡା କରନ୍ତୁ । କିଛି ସମୟ ପରେ, ଏହାକୁ ବାହାର କରି ଆଖିରେ ରଖି ଶୋଇପଡନ୍ତୁ । ଏହା ଆଖିକୁ ଥଣ୍ଡା ରଖିବ ଏବଂ କଳାଦାଗକୁ ବାହାର କରିଦବ।
କାକୁଡି:- କଳାଦାଗକୁ ହଟାଇବା ପାଇଁ କାକୁଡି ଏକ ଭଲ ପ୍ରତିକାର। ଏଥିପାଇଁ କାକୁଡିକୁ କିଛି ସମୟ ଫ୍ରିଜରେ ରଖନ୍ତୁ। ତା'ପରେ ଏହାକୁ ଖଣ୍ଡ ଖଣ୍ଡ କରି ଆଖି ତଳେ ଥିବା କଳାଦାଗ ଉପରେ ୧୦-୧୫ ମିନିଟ ରଖି ବିଶ୍ରାମ କରିବା ପରେ କାକୁଡି ଖଣ୍ଡଗୁଡିକୁ ବାହାର କରନ୍ତୁ । ଏହା କରିବା ଦ୍ବାରା ଆପଣ ଖୁବ୍ ଶୀଘ୍ର କଳାଦାଗରୁ ମୁକ୍ତି ପାଇପାରିବେ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...
ଅର୍ଗସ ବ୍ୟୁରୋ: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଜମିଜମା ଘଟଣାକୁ ନେଇ ଚନ୍ଦ୍ରପୁର ବ୍ଲକ ଅଫିସରେ ତାଲା ପଡ଼ିଛି। ତାଲା ପଡିଥିବା ଯୋଗୁଁ ସରକାରୀ ଜନ ଅଭିଯୋଗ ଶୁଣାଣି ବାତିଲ ହେବାସହ ବ୍ଲକ କାର୍ଯ୍ୟ ବନ୍ଦ ରହିଛି। ବ୍ଲକ କାର୍ଯ୍ୟାଳୟ ଅଫିସ ଭିତରକୁ ଯାଇ ପାରୁ ନାହାନ୍ତି ବିଡିଓ ଏବଂ ବ୍ଲକ କର୍ମଚାରୀ ।
ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ସରକାରୀ କ୍ଲଷ୍ଟର ହାଉସ ଜମିକୁ ନିଜ ହକ୍ ଜମି ବୋଲି ସରକାରୀ ପଟ୍ଟା ସହ 2005 ମସିହାରୁ ଦାବିକରି ଆସୁଛନ୍ତି ସ୍ଥାନୀୟ କୁମଦିନି ଦୋରା। ଆଜି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ସମସ୍ତ ପରିବାର । ପ୍ରଶାସନ କ୍ଷତିପୂରଣ ଦେବାସହ ସମସ୍ୟାର ସମାଧାନ ନ କରିବା ପର୍ଯ୍ୟନ୍ତ ଅହରହ ଧାରଣା ଦେବାପାଇଁ କୁମଦିନି ଦୋରାଙ୍କ ପରିବାର ପକ୍ଷରୁ ଚେତାବନୀ ଦିଆଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର