କଟକ: ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ କଲେଜ ଛାତ୍ର ନିଖୋଜ ଅଭିଯୋଗ। ଚୌଦ୍ବାର ୧୨ ନଂ ୱାର୍ଡର ପ୍ରଦୀପ କୁମାର ଦାସ ସାଇକେଲ ରଖି ନଦୀକୁ ଡେଇଁଛନ୍ତି । ଗତକାଲି ରାତିରୁ ସେ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ l ଜଗତପୁର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରିଛି l ପ୍ରଦୀପ ଚୌଦ୍ବାର କଲେଜର +3 ବାଣିଜ୍ୟ ଛାତ୍ର ।
ଅର୍ଗସ ବ୍ୟୁରୋ: ପାଣି ପାଇଁ ମେଳି। ରାତି ପାହିଲେ ଏଠି ପିଇବା ପାଣି ସଂଗ୍ରାହ ପାଇଁ ବାହାରି ପଡନ୍ତି ମହିଳା। ହାଣ୍ଡି ମାଠିଆ ଧରି ଯାଆନ୍ତି ପାଣି ସଂଗ୍ରହ ପାଇଁ। ସେ କଉ ନଳକୂପ କି ଟ୍ୟାପ ପାଖକୁ ନୁହେଁ ଗାଁ ମୁଣ୍ଡରେ ଥିବା ବିଲରୁ ପାଣି ଆଣି ବ୍ୟବହାର କରନ୍ତି ଗ୍ରାମବାସୀ। କୋରପୁଟ ବନ୍ଧୁଗାଁ ବ୍ଲକର ଡୁମାଡଙ୍ଗର ଗାଁ। ଗାଁରେ ବସବାସ କରୁଛନ୍ତି 500 ପରିବାର । ହେଲେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କହିଲେ କିଛି ନାହିଁ । ଫଳରେ ବର୍ଷ ତମାମ ବିଲ ଭିତରୁ ପାଣି ଆଣି ପିଇବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ।
5 ବର୍ଷ ପୂର୍ବରୁ ଗାଁରେ ବସୁଧା ଯୋଜନାରେ ପ୍ରକଳ୍ପ କାମ ଆରମ୍ଭ ହେଲା। ମାତ୍ର ଆଜି ଯାଏଁ ଲୋକେ ସେଥିରୁ ପାଣି ଟୋପାଏ ପାଇଲେନି। ଫଳରେ ବର୍ଷ ତମାମ ଗାଁ ମୁଣ୍ଡରେ ରହିଥି ଧାନ କିଆରୀରୁ ପାଣି ଆଣି ବ୍ୟାବହାର କରୁଛନ୍ତି ଗ୍ରାମବାସୀ। ତେବେ ବର୍ଷା ଦିନେ ବଢି ଯାଉଛି ପାଣି ସମସ୍ୟା। ବର୍ଷାରେ ପାଣି ଗୋଳିଆ ହୋଇ ଯାଉଥିବାରୁ ଏହାକୁ ବ୍ୟବହାର କରିବାରେ ଅସୁବିଧା ହେଉଛି। ଗାଁରେ ଏବେବି ଅନେକ ସରକାରୀ ଯୋଜନା ପହଞ୍ଚିନି। ପୂର୍ବରୁ ବିଜେଡି ବିଧାୟକ ପ୍ରଭୁଜାନି ଏବଂ ଏବେ କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତା ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଭୋଟ ସାଉଣ୍ଟିଛନ୍ତି ସିନା କିନ୍ତୁ ଲୋକଙ୍କ ସମସ୍ୟାର ସମାଧାନ କରି ନାହାନ୍ତି। ଫଳରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବାସହିନ ଦେହୁରୀ ପରିବାର। ଗରିବ ଆବାସ ହିତାଧିକାରୀ । ବିଧବା ବୁଦୁନି ଦେହୁରୀର ପରିବାର ରହୁଛନ୍ତି କାରାମବେଡା ସାହିରେ। ଏଠାକୁ ଯିବାକୁ ହେଲେ ଦେଢ କିଲୋମିଟର ଜଙ୍ଗଲ ମଧ୍ୟ ଦେଇ ଚାଲିଚାଲି ଯିବାକୁ ପଡ଼ିବ। ଯେଉଁଠିକି ଯିବାକୁ ରାସ୍ତା କହିଲେ ଜଙ୍ଗଲ ମଧ୍ୟରେ ଏହି ପାଦଚଲା ରାସ୍ତା। ଯେଉଁଠି ପାଦେପାଦେ ରହିଛି ବିପଦ। ମାତ୍ର ରହିବାକୁ ଜଗା ନଥିବାରୁ ଏହି ଜଙ୍ଗଲ ମଧ୍ୟରେ ଘର କରି ରହି ଆସୁଛନ୍ତି ବୁଦୁନି। ରୋଜଗାର କହିଲେ ମୂଲ ମଜୁରୀ । ନହେଲେ ଚୁଲି ଜଳେନି।
ଜଙ୍ଗଲ ଭିତରେ ଦେହୁରୀ ପରିବାରଙ୍କ ଆବାସ। ଭଙ୍ଗା କାଠଘେରା ଉପରେ ନଡ଼ା ଛପର। ତା ଉପେର ଘାସ ଉଠିଗଲାଣି। ଘର ପଲସ୍ତରା ହୋଇ ନଥିବାରୁ ସଵୁ ସମୟରେ ଲାଗି ରହେ ଯିବଯନ୍ତୁଙ୍କ ଡର। ଏମିତିକି ଏଇ ଘରେ ସୋଇଥିବା ଅବସ୍ଥାରେ ଶୁରୁ ଦେହୁରୀଙ୍କ ୧୨ ବର୍ଷୀୟା ପୁଅର ମୃତ୍ୟୁ ମଧ୍ୟ ହୋଇଛି। ମାତ୍ର ଆଶ୍ଚର୍ଯ୍ୟର କଥା ଏକଥା ପ୍ରଶାସନ ଯାଣି ମଧ୍ୟ ଏଯାଏଁ ସହାୟତା ଯୋଗାଇ ନେଇନି।
ଗରିବା ଖଡିଆ ପରିବାର ପାଖରେ ଆଜିବା ଆବାସ ଯୋଜନା ବହୁ ଦୁରରେ। ସରକାରୀ ବାସଗୃହ ଖଣ୍ଡେ ପାଇବାକୁ ସ୍ଥାନୀୟ ଜନପ୍ରତିନିଧି ଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପାଖକୁ ବାରମ୍ବାର ଦୋଉଡ଼ିଛନ୍ତି। ଶେଷରେ ମିଳୁଛି ଖାଲି ପ୍ରତିଶ୍ରୁତି କିନ୍ତୁ ଏଯାଏଁ ମିଳୁନି ଘର। ଖଡ଼ିଆ ଜନଜାତି ଙ୍କ ଉନ୍ନତି ସକାଶେ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଜଙ୍ଗଲରେ ବସବାସ କରୁଥିବା ଏହି ଖଡ଼ିଆ ଜନଜାତିଙ୍କ ପାଖରେ ଯୋଜନା ଅପହଞ୍ଚ। ଖଡିଆ ଜନଜାତି ଙ୍କ ବିକାଶ ପାଇଁ ସରକାରୀ,ବେସରକାରୀ ବହୁ ସଂସ୍ଥା କାର୍ଯ୍ୟ କରୁଥିଲେ ମଧ୍ୟ ଏମାନେ ଆଜି ବି ଅବହେଳିତ। ତେବେ ନୂଆ ସରକାର ଏଥି ପ୍ରତି ଦୃଷ୍ଟି ଦେଲେ ଏହି ଗରିବ ପରିବାର ମୌଳିକ ସୁବିଧା ସୁଯୋଗ ପାଇ ପାରିବେ ବୋଲି ଆଶା ବାନ୍ଧି ବସିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆବାସରୁ ବଞ୍ଚିତ ସିରାଗୁଡା। ଗାଁରେ ନାହିଁ ଗୋଟିଏ ବି ଆବାସ ଘର। ମାଳମାଳ ଚାଳଛପରଘରେ ରହି ଆଜିବି ଆବାସ ଅପେକ୍ଷାରେ ଯୋଗ୍ୟ ହିତାଧିକାରୀ। ନବରଙ୍ଗପୁର କୋଷାଗୁମୁଡା ବ୍ଲକ ସନ୍ତସପୁର ପଞ୍ଚାୟତ ଅନ୍ତର୍ଗତ ସିରାଗୁଡା l ଏ ହେଉଛନ୍ତି ଗାଁର ଦୟାରମ ଭତ୍ରାଙ୍କ ଘର। ଘର ତ ନୁହେଁ କଚ୍ଚା ଘର ଉପରେ ପଲିଥିନ ଘୋଡା ହୋଇଥିବା ଘର ଦି ବଖରା। ଏଠାରେ ରୁହନ୍ତି ଦୟାରମଙ୍କ ୬ ପ୍ରାଣୀ କୁଟୁମ୍ବ l କିଛିଦିନ ତଳେ ମାଟି ଘର ଭାଙ୍ଗି ଯିବାରୁ ସ୍ଥାନୀୟ ପିଇଓ ପଲିଥିନ ଗୋଟିଏ ଦେଇଥିଲେ l ତାପରେ ଆଉ ବାବୁଙ୍କର ଦେଖା ନାହିଁ l
ସେଭଳି ଏ ହେଉଛନ୍ତି ଶୁକମତି ହରିଜନ l ବାଉଁଶ ବାଡ଼ ଉପରେ ପଲିଥିନ ଘୋଡାଯାଇଛି। ଆଉ ଏହାରି ଭିତରେ ରହୁଛନ୍ତି ୬ ପ୍ରାଣୀ କୁଟୁମ୍ବ । ଘର ଏମିତି ଯେଉଁଠି ପ୍ରତିକ୍ଷଣରେ ରହିଛି ଭୟ। ବର୍ଷା ହେଲେ ମୁଣ୍ଡ ଗୁଞ୍ଜିବା ପାଇଁ ବାର ଦ୍ବାର ଶୁଣ୍ଢୀ ପିଣ୍ଡା ହେବାକୁ ପଡୁଛି। ତଥାପି ଏହି ପରିବାର ଉପରେ ପ୍ରଶାସନର ନଜର ପଡିନି। ଗାଁର ଯମୁନା ଭତ୍ରାଙ୍କ ପରିବାରର ବି ସମାନ ଅବସ୍ଥା। ଘର ନଥିବାରୁ ଭଙ୍ଗା ଘେର ରହୁଛନ୍ତି ଜମୁନାଙ୍କ ପରିବାର।
ଖାଲି ଏମାନେ ନୁହନ୍ତି ଗାଁର ସମସ୍ତେ ଆବାସ ପାଇବା ପାଇଁ ଯୋଗ୍ୟ ହୋଇଥିବା ବେଳେ ପୂର୍ବ ସରକାରଙ୍କ ପାତରଅନ୍ତର ନୀତି ପାଇଁ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି। ଏ ଚିତ୍ର ଦେଖିଲେ ସ୍ପଷ୍ଟ ଅନୁମାନ ହେଉଛି ବିଜେଡି ସରକାର ଏହି ଉପାନ୍ତ ଦୁର୍ଗମ ବାସୀଙ୍କୁ କେତେ ପ୍ରତାରଣା କରିଛି l ଫଳରେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି l ତତକାଳୀନ ବିଜେଡି ସରକାର ତ ଏମାନଙ୍କ ଦୁଃଖ ବୁଝିଲା ନାହିଁ ବର୍ତମାନ କିନ୍ତୁ ଗ୍ରାମବାସୀ ଆଶା ବାନ୍ଧିଛନ୍ତି ନୂତନ ସରକାର ଉପରେ l
ଅଧିକ ପଢ଼ନ୍ତୁ ଓଡିଶା ଖବର: