ଅର୍ଗସ ବ୍ୟୁରୋ: ଅର୍ଗସ ବ୍ୟୁରୋ: ଆସିଲା ଭୀଷଣ ବାତ୍ୟା ଦାନାର ବଡ ଅପଡେଟ । ଲ୍ୟାଣ୍ଡଫଲ ପରେ ରିକର୍ଭ କରିବ ଭୀଷଣ ବାତ୍ୟା । ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବ ଦାନା । ଉତ୍ତର ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ହେବ ବର୍ଷା । ଭୀଷଣ ବାତ୍ୟା ଏବେ ପାରାଦୀପ ଠାରୁ ୨୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ । ଧାମରା ବନ୍ଦର ଠାରୁ ୨୯୦ କିମି ଦକ୍ଷିଣ ପୂର୍ବରେ ରହିଛି ବାତ୍ୟା । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି ଦାନା । ଆଜି ମଧ୍ୟରାତ୍ରରେ ଭିତରକନିକା ଏବଂ ଧାମରା ମଧ୍ୟରେ କରିବ ଲ୍ୟାଣ୍ଡଫଲ । ଲ୍ୟାଣ୍ଡଫଲ ପରେ ଭଦ୍ରକରୁ ରିକର୍ଭ କରି ଦକ୍ଷିଣ ଓଡିଶା ମୁହାଁଇବ କୁ ମୁହିଁଇବ । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଦେଇ ଅତିକ୍ରମ କରିବ ସିଷ୍ଟମ । ଆଜି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର,ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା ରେ ଭୀଷଣ ବର୍ଷା । କାଲିଠୁ ଆଭ୍ୟନ୍ତରୀଣ ଓଡିଶା ର ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ନୟାଗଡ଼ ଦେଇ ଅତିକ୍ରମ କରିବ ବାତ୍ୟାର ଅଂଶ
ଅର୍ଗସ ବ୍ୟୁରୋ: ସମୁଦ୍ରରେ ବଳ ଗୋଟାଉଛି ବତ୍ୟା ଦାନା । ବଢିଲା ପବନ ବେଗର ପୂର୍ବାନୁମାନ । ପୂର୍ବାପେକ୍ଷା ଧୀର ହୋଇଛି ବାତ୍ୟାର ଗତି । ସମୁଦ୍ରରୁ ଭିତରେ ଏବେ ୧୨କିମି ବେଗରେ ଗତି କରୁଛି ବାତ୍ୟା । ଧୀରେ ଧୀରେ ଅଶାନ୍ତ ସମୁଦ୍ରରୁ ଉଠୁଛି ବଡ଼ ବଡ଼ ଢେଉ । ବହୁଛି ପବନ, ଲାଗି ରହିଛି ତୁହାକୁ ତୁହା ବର୍ଷା । ସମୁଦ୍ରରେ ବଡ ବଡ ଢେଉକୁ ଦେଖି ଲୋକେ ଛାନିଆ । ଯଦି ପାଣି ମାଡିଆସିବ ତେବେ ଏକର ଏକର ଚାଷ ଜମି ନଷ୍ଟ ହୋଇଯିବ ଭାବି ଚିନ୍ତାରେ ଚାଷୀ। ଧୀରେ ଧୀରେ ଅଶାନ୍ତ ସମୁଦ୍ରରୁ ଉଠୁଛି ବଡ଼ ବଡ଼ ଢେଉ । ବହୁଛି ପବନ ବଢୁଛି ବର୍ଷା । ତୁହାକୁ ତୁହା ବର୍ଷା ପବନ ସକାଳୁ ଲାଗି ରହିଛି । ସେପଟେ ସମୁଦ୍ରରେ ଉଠୁଛି ବଡ଼ ବଡ଼ ଢେଉ ଯାହାକୁ ଦେଖି ଲୋକେ ଛାନିଆ। ଯଦି ପାଣି ମାଡ଼ି ଗଲା ଶହ ଶହ ଏକର ଚାଷ ଜମି ନଷ୍ଟ ହୋଇଯିବ। ଆଶା ଆଶଙ୍କାରେ ରାଜନଗର ପେଣ୍ଠ ଆଉ ଆଖ ପାଖ ଅଞ୍ଚଳରେ ଗ୍ରାମବାସୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଅସରାଏ ବର୍ଷା ହେଲେ ଟ୍ଵିନସିଟିରେ କେମିତି ବର୍ଷା ପାଣି ଜମେ ତାହା ଆମେ ସମସ୍ତେ ଦେଖନ୍ତି । ଏହାରି ଭିତରେ ବାତ୍ୟା ଆସି କବାଟ ଠକ୍ ଠକ୍ କଲାଣି । ଆଉ ବର୍ଷାରେ ଟ୍ଵିନସିଟିର ଅବସ୍ଥା କଣ ଯେ ହେବ ତାହାକୁ ନେଇ ଚିନ୍ତାରେ ରାଜଧାନୀବାସୀ । କାରଣ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବା ସହିତ ପବନ ବି ବହିବ ।
ବାତ୍ୟାରେ ବର୍ଷା ହେଲେ ଭୁବନେଶ୍ଵର ସମେତ କଟକର ମେରିଆ ବଜାର, ରକ୍ସି ଲେନ୍, ପଟ୍ଟାପୋଲ,ମହାନଦୀ ବିହାର ସହ ଅଧା କଟକ ବୁଡିକି ରୁହେ । ଇଏ ତ ଗଲା କଟକର କଥା ଭୁବନେଶ୍ଵରର ଇସ୍କନ ମନ୍ଦିରଠୁ ଆରମ୍ଭ କରି ନୟାପଲ୍ଲୀ, ଆଚାର୍ଯ୍ୟ ବିହାର ଆଦି ଅଂଚଳରେ ଅଣ୍ଟାଏ ଲେଖାଏଁ ପାଣି ଜମେ । ତେଣୁ ବାତ୍ୟା ବେଳେ ସେଇଠି ସ୍ଥିତି କଣ ହେବ ତାହା ସ୍ପଷ୍ଟ ଅନୁମେୟ ।
୧୯୯୯ ମହାବାତ୍ୟା ପରେ କଟକ ଓ ଭୁବନେଶ୍ବର ସହରର ବହୁ ଅଂଚଳ ପ୍ରାୟ: ଏକ ସପ୍ତାହ ଧରି ବୁଡ଼ି ରହିଲା । ସେତେବେଳେ ସରକାର ଘୋଷଣା କଲେ ଯେ ଏହି ଦୁଇ ନଗରୀ ସମେତ ସବୁ ସହରର ଜଳ ନିଷ୍କାସନ ପଥକୁ ଅବରୋଧ ମୁକ୍ତ କରାଯିବ । ତେବେ ଏହା ସେହି ଘୋଷଣାରେ ରହିଗଲା ଓ ପରବର୍ତ୍ତୀ ବାତ୍ୟା ସବୁରେ ସମାନ ସ୍ଥିତିର ପୁନରାବୃତ୍ତି ହେଲା । ସହରକୁ କୃତ୍ରିମ ବନ୍ୟାରୁ ରକ୍ଷା କରିବାକୁ ରାଜନୀତିକ ଆକ୍ଷେପ ପ୍ରତିଆକ୍ଷେପ ଓ ମିଥ୍ୟା ପ୍ରତିଶ୍ରୁତିର ଅବସାନ ଘଟିବା ଆବଶ୍ୟକ। ଜଳ ନିଷ୍କାଷନ ପଥକୁ ଅଗ୍ରାଧିକାର ଭିତ୍ତିରେ ଅବରୋଧ ମୁକ୍ତ କରିବାକୁ ପଡ଼ିବ। ବିଭିନ୍ନ କାରଣରୁ ବିଗତ ସରକାର ଏହି କାମକୁ କରୁନାହାଁନ୍ତି। ଏହି ସରକାର ଏ ଦିଗରେ ତତ୍ପରତା ପ୍ରକାଶ କରୁ।
ଅବଶ୍ୟ ପ୍ରକୃତିକୁ ନିୟନ୍ତ୍ରଣ କରିବାର ସାମର୍ଥ୍ୟ ମଣିଷ ପାଖରେ ନାହିଁ, କିନ୍ତୁ ପରିସ୍ଥିତି ସହିତ ଖାପ ଖୁଆଇ ଚଳିବାର ଉପାୟ ବାହାର କରିବା ମନୁଷ୍ୟ ପାଇଁ ଅସାଧ୍ୟ ନୁହେଁ। ଏଥିପାଇଁ ମ୍ୟୁନିସିପାଲିଟିକୁ ଆବଶ୍ୟକ ଭିତ୍ତିଭୁମି ତିଆରି କରିବା ଉଚିତ। କେନ୍ଦ୍ର ସରକାର ଏଥିପାଇଁ ବିପୁଳ ଅର୍ଥ ଯୋଗାଣର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଓଡ଼ିଶାରେ ଏକ ବଡ଼ ବାତ୍ୟା ଆସୁଥିବାବେଳେ କିଛି ସହରରେ ଏବେ ନାଳନର୍ଦ୍ଦମା ସଫା ନହେବା ନିଶ୍ଚୟ ଏକ ବିଡମ୍ବନାର ବିଷୟ । ଯେଉଁ କାମ ଯଥେଷ୍ଟ ଆଗରୁ ହେବା କଥା ତାହା ବିଳମ୍ବିତ ହେଉଛି, ଏହା ଉଦାସୀନତାର ପରିଚୟ । ଆମ ସହର ସବୁ ଅସରାଏ ବର୍ଷାରେ ବେହାଲ ହେଉଥିବାବେଳେ ସାମୁଦ୍ରିକ ବାତ୍ୟା ଓ ଝଡ଼ର ମୁକାବିଲା କିପରି କରିବ?ରାଜ୍ୟ ସରକାର ଏ ବିଷୟରେ ଗୁରୁତର ସହ ଚିନ୍ତାଳ କରିବା ସହ ବାତ୍ୟା ପରର୍ବତ୍ତୀ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ବିଶେଷ ମହତ୍ବ ରଖେ। ରିଲିଫ ପ୍ରଦାନ, ବିଜୁଳି ଓ ଜଳ ଯୋଗାଣର ତୁରନ୍ତ ପୁନରୁଦ୍ଦାର ସହିତ ଜଳ ନିଷ୍କାଷନକୁ ସରକାର ଅଗ୍ରାଧିକାର ଭିତ୍ତିରେରେ କାଯ୍ୟକାରୀ କଲେ ବାତ୍ୟାଜନିତ ସମସ୍ୟା ଅନେକାଂଶରେ ଲାଘବ ହୋଇପାରିବ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିରରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ, ଦୁଇଦିନ ପାଇଁ ହବିଷ୍ୟାଳୀଙ୍କ ଦର୍ଶନ ବନ୍ଦ । ବାତ୍ୟା ଦାନାକୁ ନେଇ ହବିଷ୍ୟାଳୀ ରହଣୀ କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଓ ଆସନ୍ତାକାଲି ହବିଷ୍ୟାଳୀଙ୍କ ଦର୍ଶନ ବନ୍ଦ ରହିବ। ପ୍ରବଳ ବର୍ଷା ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ନ ଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯିବ। ଠାକୁରଙ୍କ ନୀତି କାନ୍ତିରେ ଯେଭଳି କୌଣସି ପ୍ରଭାବ ନପଡେ ସେନେଇ ସେବାୟତଙ୍କ ସହ ଆଲୋଚନା କରାଯାଇଥିବା ବେଳେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ହବିଷ୍ୟାଳି ମା ମାନେ ତୀର୍ଥ ପୁଷ୍କରିଣୀ, ମହାପ୍ରଭୁଙ୍କ ଦର୍ଶନ ପାଇଁ ବାରଣ କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: