ସେପଟେ ବାଦ ପଡ଼ିଥିବା 2 ଲକ୍ଷ 67 ହଜାର ହିତାଧିକାରୀଙ୍କୁ କିଭଳି ସୁଭଦ୍ରା ଯୋଜନାରେ ସାମିଲ କରାଯିବ ଏଥିପାଇଁ ଆଜି ବସିଛି ଯାଉଛି ଗୁରୁତ୍ବପୂର୍ଣ୍ଣ ବୈଠକ । ପୂର୍ବରୁ ଆବେଦନ କରି ଟଙ୍କା ପାଇ ନଥିବା ମହିଳା ଙ୍କ କାରଣ ଖୋଜିବା ସହ ରିଜେକ୍ସନ ଲିଷ୍ଟ କୁ ବ୍ଲକ କୁ ପଠାଇଥିଲା ବିଭାଗ । ଏବେ ଏହି ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେବା ପାଇଁ ନୂଆ ନିଷ୍ପତି ନେଇ ପାରନ୍ତି ସରକାର। ସେପଟେ ବ୍ୟାଙ୍କ ସହ ଲିଙ୍କେଜ ନ ହୋଇଥିବା ଯୋଗୁ ଟଙ୍କା ପାଇନଥିବା ଆବେଦନକାରୀଙ୍କୁ ସିଙ୍ଗଲ ଆକାଉଣ୍ଟ ଦେବାକୁ ପୁଣି ଥରେ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଅନ୍ୟ ପଟେ ସୁଭଦ୍ରା ଟଙ୍କା କୁ ନେଇ ଗାଁ ଗାଁ ର ମହିଳା ଙ୍କ ଭିତରେ ଉତ୍ସାହ ବଢ଼ୁଥିବା ଦେଖିବାକୁ ମିଳିଛି ।
ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବା ସହ ଏକ କୋଟିରୁ ଉର୍ଦ୍ଧ୍ବ ମହିଳାଙ୍କୁ ଯୋଜନାରେ ସାମିଲ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ସିଧାସଳଖ ଆକାଉଣ୍ଟକୁ ଆସୁଥିବା ଏହି ଟଙ୍କା ରାଜ୍ୟର ମହିଳା ମାନଙ୍କୁ ନୂଆ ପରିଚୟ ଦେବା ସହ ଶସକ୍ତ କରିଛି ।