କୋଭିଡ ଯୋଦ୍ଧାଙ୍କୁ ଠକିଦେଲେ ସରକାର । ୩ ମାସ ଚାକିରୀ ପରେ ସିସିଏଚ ଏଏନଏମମାନଙ୍କୁ ଉଚ୍ଛେଦ କଲେ । ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏଏନଏମ । କରୋନାକୁ ନିୟନ୍ତ୍ରଣରେ ଆଣିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଗ୍ରାମ ପାଂଚାୟତରେ ୧୦୯ ଜଣ ତାଲିମ ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟ କର୍ମିଙ୍କୁ ନିଯୁକ୍ତି ଦେଇଥିଲା ଜିଲ୍ଲା ପ୍ରଶାସନ । ଜିଲ୍ଲା ସମ୍ପୁର୍ଣ୍ଣଭାବେ କୋଭିଡ ମୁକ୍ତ ହୋଇ ନଥିଲେ ହେଁ ସମସ୍ତ କର୍ମିଙ୍କୁ ଛଟେଇ କରିଦେଲେ ସରକାର। କେବଳ ତିନି ମାସ ପାଇଁ ସରକାର କାହିଁକି ଚାକିରି ଦେଇ ପୁଣି ଛଟେଇ କଲେ ବୋଲି ପ୍ରଶ୍ନ କରିଛନ୍ତି ସ୍ୱାସ୍ଥ୍ୟକର୍ମୀମାନେ ।
#ArgusNews #Odisha #Subarnapur #Snatched #Job #ANM #CCH