ଅଧିକ ପଢ଼ନ୍ତୁ: ୨୪ ଘଣ୍ଟାରେ ୭ ହଜାର ୧୭୮ଜଣ ନୂଆ ସଂକ୍ରମିତ ଚିହ୍ନଟ
ଦେଶରେ ଏବେସୁଦ୍ଧା ମୃତ୍ୟୁସଂଖ୍ୟା 5 ଲକ୍ଷ 31 ହଜାର 533 ରହିଛି। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି। ଯାହା ଚିନ୍ତାର କାରଣ ପାଲଟିଛି। ବାହାରକୁ ବାହାରିବା ଏକପ୍ରକାର ମୁସକିଲ ହୋଇପଡୁଛି।
ଅର୍ଗସ ବ୍ୟୁରୋ: ଦେଶରେ 5,874 କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି। ଏହାସହ 25 ମୃତ୍ୟୁବରଣ କରିଥିବା ସୂଚନା।ଦେଶରେ 24 ଘଣ୍ଟାରେ 5,874 କୋଭିଡ୍ ପଜିଟିଭ୍ ଚିହ୍ନଟ। କୋଭିଡ୍ ସଂକ୍ରମଣରୁ ସୁସ୍ଥ ହେଲେ 8 ହଜାର 148 ଜଣ ଆକ୍ରାନ୍ତ। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 50 ହଜାର ତଳକୁ ଖସିଲା। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ 49 ହଜାର 15।
ଅଧିକ ପଢ଼ନ୍ତୁ: ୨୪ ଘଣ୍ଟାରେ ୭ ହଜାର ୧୭୮ଜଣ ନୂଆ ସଂକ୍ରମିତ ଚିହ୍ନଟ
ଦେଶରେ ଏବେସୁଦ୍ଧା ମୃତ୍ୟୁସଂଖ୍ୟା 5 ଲକ୍ଷ 31 ହଜାର 533 ରହିଛି। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି। ଯାହା ଚିନ୍ତାର କାରଣ ପାଲଟିଛି। ବାହାରକୁ ବାହାରିବା ଏକପ୍ରକାର ମୁସକିଲ ହୋଇପଡୁଛି।
ରାୟଗଡା: ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଲା ଭାଇ। ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଆଉ ଜଣେ ଭାଇ । ଗାଁରେ କାମଧନ୍ଦା ନ ମିଳିବାରୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଅଞ୍ଚଳ ମୁକାପଦର ଗାଁର ଦୁଇ ଭାଇ ଦାଦନ ଖଟିବାକୁ ବିଶାଖାପାଟଣାର ପଲମାନ ପେଟା ଅଞ୍ଚଳକୁ ଯାଇଥିଲେ । ସେଠାରେ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ । ସେଠାରେ ମାଲିକ ଓ କଣ୍ଟ୍ରାକ୍ଟର ସେମାନଙ୍କୁ ଦରମା ନ ଦେବା ସହିତ ଖାଇବାକୁ ମଧ୍ୟ ଦେଉନଥିଲେ ।
ଫଳରେ ଦୁଇ ଭାଇଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସେମାନେ ରାୟଗଡ଼ା ଫେରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ଡାକ୍ତରଖାନାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଅଛନ୍ତି । ମୃତକ କୃଷ୍ଣ ମାଝୀଙ୍କ ପୁଅ ରଙ୍ଗା ମାଝୀ । ରଙ୍ଗାଙ୍କ ବଡ଼ବାପା ପୁଅ ମହେଶ୍ବର ମାଝୀ ଗୁରୁତର ଅବସ୍ଥାରେ ଅଛନ୍ତି । ପରିବାର ଲୋକଙ୍କ କହିବା କଥା, ଜିଲ୍ଲାରେ କଂପାନୀ ଥିଲେ ବି ପୁଅ ମାନଙ୍କୁ କାମ ମିଳୁନି । କଂପାନି ପାଇଁ ଜମି ବି ଯାଇଛି । ହେଲେ ପେଟ ପାଇଁ ଦାଦନ ଖଟିବାକୁ ଯାଉଛଛନ୍ତି ପିଲାଏ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳ ସଦର ଥାନା ନଟକଟା ଗ୍ରାମରେ ଅଘଟଣ ଘଟିଛି। କୂଅରେ ପଡ଼ି ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଭାଇ ହେଲେ ୫ ବର୍ଷୀୟ ସଞ୍ଜିତ ପ୍ରଧାନ ଓ ୪ ବର୍ଷୀୟ ରଞ୍ଜିତ ପ୍ରଧାନ। ଗତକାଲି ବାପା ମା ଓ ବଡ଼ ଭାଇ ଧାନ କାଟିବାକୁ ଯାଇଥିବା ବେଳେ ଦୁଇ ଭାଇ ଖେଳିବା ପାଇଁ ଯାଇଥିଲେ। ଘରକୁ ପିଲାମାନେ ଫେରି ନ ଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ।
ଆଜି ସକାଳୁ ଦୁଇ ଭାଇଙ୍କ ମୃତ ଦେହ କୂଅରେ ଭାସୁଥିବାର ଦେଖିବାକୁ ମିଳିଥିଲା। ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର