ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କଂଗ୍ରେସ ବଦଳାଇଲା ପ୍ରାର୍ଥୀ। ଦିଗପହଣ୍ଡି ପ୍ରାର୍ଥୀ ବଦଳାଇଲା କଂଗ୍ରେସ। ପ୍ରଥମେ ଶ୍ରୀଧର ଦେବଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା। କଂଗ୍ରେସ ସୁଜିତ କୁାମରଙ୍କୁ କ୍ରାର୍ଥୀ କଲା। ତେବେ କଂଗ୍ରେସ ପ୍ରାର୍ଥୀ ଘୋଷଣାର ୧୧ ଦିନ ପରେ ପୁଣି ପ୍ରାର୍ଥୀ ବଦଳାଇଛି । ଶ୍ରୀଧର ଦେବଙ୍କ ସ୍ଥାନରେ ସାକା ସୁଜିତ କୁମାର ନୂଆ ପ୍ରାର୍ଥୀ ରୂପେ ଠିଆ ହୋଇଛନ୍ତି । ଏନେଇ ଏକ୍ସ ଜରିଆରେ ସୂଚନା ଦେଲା ରାଜ୍ୟ କଂଗ୍ରେସ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଆସନ ଏକ ଗୁରୁତ୍ୱପୂର୍ଣ୍ଣ ସିଟ୍ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଭୁବନେଶ୍ୱର: ରବିବାର ରାତିରେ ବିମାନବନ୍ଦରରେ ପହଞ୍ଚିବା ପରେ ବାହାରେ ମୋଦିଙ୍କ ଗୋଟିଏ ଝଲକ ପାଇବାକୁ ଜନତାଙ୍କ ଗହଳି ଦେଖିବାକୁ ମିଳିଥିଲା ।
ବିମାନବନ୍ଦରରୁ ରାଜଭବନ ଯାଏଁ ରାସ୍ତାର ଉଭୟପାର୍ଶ୍ବ ଜନ ସମୁଦ୍ର ପାଲଟିଥିଲା । ରବିବାର ରାତି ପ୍ରାୟ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରୁ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ । ତାଙ୍କୁ ସେଠାରେ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା ।
ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ବ ଲୋକାରଣ୍ୟ ହୋଇଥିଲା। ମୋଦି ହାତ ହଲାଇ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ।
ପ୍ରଧାନମନ୍ତ୍ରୀ କିଛି ଫଟୋକୁ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ "x" ରେ ପୋଷ୍ଟ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ମୁଁ ସ୍ପଷ୍ଟ ଭାବେ ଦେଖିପାରୁଛି ଯେ ଓଡିଶା ରାଜ୍ୟ ତଥା କେନ୍ଦ୍ରରେ ବିଜେପି ସପକ୍ଷରେ ଭୋଟ୍ ଦେବାକୁ ପ୍ରସ୍ତୁତ ଅଛି । ଲୋକମାନେ ଏକ ସରକାର ଚାହୁଁଛନ୍ତି ଯିଏ ଓଡିଶାର ବିକାଶ କରିପାରିବ ଏବଂ ସ୍ଥାନୀୟ ସଂସ୍କୃତିର ସୁରକ୍ଷା ମଧ୍ୟ କରିପାରିବ ।
After programmes in Uttar Pradesh, landed to a warm welcome in Bhubaneswar. I can clearly see Odisha is all set to vote BJP in the state and Centre. People want a Government that can develop Odisha and also protect the vibrant local culture. pic.twitter.com/OcbguQz24I — Narendra Modi (@narendramodi) May 5, 2024
ସୁବର୍ଣ୍ଣପୁର: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସୁବର୍ଣ୍ଣପୁର ଜିଲ୍ଲା ଖମ୍ବେଶ୍ୱରୀପାଲି ଠାରେ ସାଇରାଜ ନାମକ ଏକ ଘାରୋଇ ବସ ଦୁର୍ଘଣାଗ୍ରସ୍ତ । ଯାତ୍ରୀବାହୀ ବସ ଟି ଭୁବନେଶ୍ୱର ରୁ ବଲାଙ୍ଗୀର ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି । ଏହି ଯାତ୍ରୀ ବାହି ବସରେ ମୋଟ ୪୦ ଜଣ ଯାତ୍ରୀ ଥିବା ଜଣା ପଡ଼ିଛି ।
ତେବେ ଦୁର୍ଘଟଣାରେ ୭ ଜଣ ସାମାନ୍ୟ ଆହତ ହୋଇ ଥିବା ବେଳେ ୪ ଜଣ ଯାତ୍ରୀ ଗୁରୁତର ଅଛନ୍ତି । ସାମାନ୍ୟ ଆହତ ଯାତ୍ରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା ପରେ ଛାଡି ଦେଇ ଥିବା ବେଳେ ଗୁରୁତର ଙ୍କୁ ଚିକିତ୍ସା ଚାଲିଛି । ଘଟଣା ସ୍ତଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କରିଛି ।
ଆହୁରି ପଢନ୍ତୁ ଓଡିଶା ଖବର...