ପୁଣି ଆଜି କଟକ କମିଶରେଟ ପୋଲିସ ପଞ୍ଝାରେ ଆଉ ଏକ ନକଲି ସିମେଣ୍ଟ କମ୍ପାନୀ ଧରପଡିଛି l ଜଗତପୁର ଖଇରା ସ୍ଥିତ ଇମମାନଗର ଅଞ୍ଚଳରେ ଏକ ନକଲି ସିମେଣ୍ଟ କମ୍ପାନୀ ଦୀର୍ଘ ୫ବର୍ଷ ହେବ ଘର ଭଡ଼ା ନେଇ ଚାଲୁଛି। ସୁକାନ୍ତ ରାଉତଙ୍କ ଠାରୁ କଟକ ବକ୍ସି ବଜ଼ାର ଅଞ୍ଚଳର ସଞ୍ଜୟ ଭୋଳ ନାମକ ଏକ ବ୍ୟକ୍ତି ଘର ଭଡ଼ାନେଇ ମାର୍କେଟରୁ ନଷ୍ଟ ହୋଇଯାଇଥିବା ସିମେଣ୍ଟ ଆଣି ତାକୁ ଗୁଣ୍ଡ କରି ଉକ୍ତ ସିମେଣ୍ଟରେ କିଛି ଭଲ ସିମେଣ୍ଟ ମିଶାଇ ବିଭିନ୍ନ ନାମିଦାମୀ ବ୍ରାଣ୍ଡ ଆମ୍ବୁଜା,ରାଶି କଂକ୍ରିଟୋ, କାମ୍ବୋ ଓ ଅଲ୍ଟ୍ରାଟେକ ଭଳି ବ୍ରାଣ୍ଡ ସିମେଣ୍ଟ ବସ୍ତାରେ କାହାଳି ମାଧ୍ୟମରେ ପ୍ୟାକିଙ୍ଗ କରି ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ପଠାଯାଉଥିଲେ। ଏନେଇ ଏସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତିl
କଟକରୁ ପୁଣି ନକଲି ସିମେଣ୍ଟ କମ୍ପାନୀ ଠାବ

କଟକ: କଟକ ଅଞ୍ଚଳ ନକଲି ସାମଗ୍ରୀର ଗନ୍ଥାଘର ପାଲଟି ଥିବାବେଳେ ବାରମ୍ବାର ନକଲି କମ୍ପାନୀ ଓ ଗୋଦାମ ଠାବ ହେବା ଦେଖିବାକୁ ମିଳୁଛି l କିଛିଦିନ ତଳେ କଟକ ଜିଲ୍ଲା ଜଗତପୁର ଅଞ୍ଚଳରୁ ନକଲି ସୋୟାବିନ ବଡି, ଜର୍ଦ୍ଦା, ଗୁଟୁକା,ସସ୍, ଘିଅ, ସିମେଣ୍ଟ ଆଦି ଠାବ ହେବା ସହ ଜବତ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଥିଲାl ପରେ କମିଶନରେଟ ପୋଲିସ ପକ୍ଷରୁ ଉକ୍ତ ସାମଗ୍ରୀକୁ ନଷ୍ଟ କକରାଯିବ ସହ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ପୋଲିସ କଡ଼ା କାର୍ଯ୍ୟନୁଷ୍ଠାନ ନେଇଥିଲା l
Download Argus News App
