ମିଳିତ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବାବେଳେ ଏନ୍କାଉଣ୍ଟରରେ ଜଣେ ନକ୍ସଲଙ୍କର ମୃତ୍ୟୁ ଘଟିଛି । ବହୁ ଆପତ୍ତିଜନକ ନକ୍ସଲ ସାମଗ୍ରୀ ଜବତ ହୋଇଛି । ଏହି ଏନକାଉଣ୍ଟର ଗରିଆବନ୍ଧ ଜିଲ୍ଲା ମୈନପୁରର ସୋଭା ଥାନା ଅନ୍ତର୍ଗତ ଗରେବା ଜଙ୍ଗଲରେ ଘଟିଥିବା କୁହାଯାଉଛି ।
ନବରଙ୍ଗପୁର: ନବରଙ୍ଗପୁର ପୋଲିସ ଏବଂ ଓଡ଼ିଶା ଏସଓଜି ଯବାନଙ୍କ ମିଳିତ ଅପରେସନ୍ ସମୟରେ ବଡ଼ ସଫଳତା ମିଳିଛି । ରାଇଘର ବ୍ଲକ ସୀମାନ୍ତଠାରୁ ମାତ୍ର ୨୫ କିଲୋମିଟର ଦୂରରେ ରହିଥିବା ଛତିଶଗଡ଼ର ଗରେବା ଜଙ୍ଗଲରେ ମିଳିତ ବାହିନୀ ନକ୍ସଲମାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି ।
ମିଳିତ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବାବେଳେ ଏନ୍କାଉଣ୍ଟରରେ ଜଣେ ନକ୍ସଲଙ୍କର ମୃତ୍ୟୁ ଘଟିଛି । ବହୁ ଆପତ୍ତିଜନକ ନକ୍ସଲ ସାମଗ୍ରୀ ଜବତ ହୋଇଛି । ଏହି ଏନକାଉଣ୍ଟର ଗରିଆବନ୍ଧ ଜିଲ୍ଲା ମୈନପୁରର ସୋଭା ଥାନା ଅନ୍ତର୍ଗତ ଗରେବା ଜଙ୍ଗଲରେ ଘଟିଥିବା କୁହାଯାଉଛି ।
ଅର୍ଗସ ବ୍ୟୁରୋ: ଦିଲ୍ଲୀ-ଏନସିଆର ସମେତ ପୁରା ଉତ୍ତର ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତିରେ ଲୋକମାନେ ସନ୍ତୁଳି ହେଉଛନ୍ତି । ଏହାରି ଭିତରେ ଦିଲ୍ଲୀର ତାପମାତ୍ରା ଆଜି ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରବିବାର ଦିନ ଦିଲ୍ଲୀର ନଜଫଗଡରେ ତାପମାତ୍ରା ୪୭.୮ ଡିଗ୍ରୀ ଛୁଇଁଛି । ରବିବାର ସାରା ଭାରତରେ ନଜଫଗଡ ସବୁଠାରୁ ଉତ୍ତପ୍ତ ସହର ଭାବେ ଚିହ୍ନଟ କରାଯାଇଛି। ଆଗାମୀ ୪ଦିନ ପର୍ଯ୍ୟନ୍ତ ଭୀଷଣ ଗରମ ସହ ଲୁ'କୁ ନେଇ ରେଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।
ଭାରତୀୟ ପାଣିପାଗର ବିଜ୍ଞାନର ବରିଷ୍ଠ ବୈଜ୍ଞାନିକ ସୋମ୍ ସେନ୍ ରାୟ କହିଛନ୍ତି କି, ରାଜସ୍ଥାନ, ପଞ୍ଜାବ, ହରିଆଣା ଓ ପାକିସ୍ତାନରେ ଶୁସ୍କ ବାୟୁ ପ୍ରବାହିତ ହେଉଛି । ଏହି ଶୁସ୍କବାୟୁ ଦିଲ୍ଲୀମୁହାଁ ହୋଇଥିବାରୁ ପୁରା ଦିଲ୍ଲୀର ତାପମାତ୍ରା ୪୫ ରୁ ୪୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।
ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଦିଲ୍ଲୀ ଏନସିଆରରେ ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ବୃଦ୍ଧି ପାଇବ । ହେଲେ କେବେ ପାଗର ପରିବର୍ତ୍ତନ ହେବ ସେନେଇ କୌଣସି ପୂର୍ବାନୁମାନ କରାଯାଇ ନାହିଁ।
-ପାଣିପାଗ ବିଭାଗ ଏନେଇ ସତର୍କ ସୂଚନା ଜାରି କରିବା ସହ ଦିନ ସାରା ଅଧିକରୁ ଅଧିକ ପାଣି ପିଇବାକୁ କୁହାଯାଇଛି। ହାଲୁକା ରଙ୍ଗର ସୂତା କପଡା ପରିଧାନ କରନ୍ତୁ। ଘରୁ ବାହାରିବା ସମୟରେ ଚଷମା, ଛତା ସହ ଟୋପି ପିନ୍ଧନ୍ତୁ।
-ଯଦି ଆପଣ ବାହାରେ କାମ କରୁଛନ୍ତି ହାତ, ଗୋଡ଼, ମୁହଁକୁ ଓଦା କପଡ଼ାରେ ଢାଙ୍କିକି ରଖନ୍ତୁ। କାମ ନ ଥିଲେ ବାହାରକୁ ବାହାରନ୍ତୁ ନାହିଁ।
-ଯଦି କାହାକୁ ଅଂଶୁ ଘାତ ହେଉଛି ପ୍ରଥମେ ଉକ୍ତ ବ୍ୟକ୍ତିଙ୍କୁ ଛାଇକୁ ନେଇ ଥଣ୍ଡା ଚିକିତ୍ସା କରନ୍ତୁ। ଏହାପରେ ତୁରନ୍ତ ହସ୍ପିଟାଲକୁ ନେଇଯାଆନ୍ତୁ।
-ବାହାରକୁ ଯିବା ସମୟରେ ସାଥୀରେ ପାଣି ବୋତଲ ରଖନ୍ତୁ। ଖାଇଲା ବେଳେ କଞ୍ଚା ପିଆଜ ଖାଦ୍ୟରେ ଆଡ କରନ୍ତୁ।
-ଖରାରୁ ଆସିବା ପରେ ଯଦି ଦୁର୍ବଳ ଲାଗୁଛି ତେବେ ଲସି, ଲେମ୍ବୁ ପାଣି, ଛାସ, ବତୁରା ଚାଉଳର ପାଣି ପିଅନ୍ତୁ ଶରୀରରେ ଜଳୀୟଅଂଶର ମାତ୍ରା କମିବ ନାହିଁ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ବ୍ୟସ୍ତବହୁଳତା ଜୀବନ ଭିତରେ ସମସ୍ତେ ଚାହାଁନ୍ତି କି ସମସ୍ତ କାମ ଜଲଦି । ସବଠୁ ବଡ କଥା ହେଉଛି କି ରୋଷେଇ କରିବା । ରୋଷେଇ କରିବା ସମୟରେ ମସଲାର ଆବଶ୍ୟକ ପଡିଲେ ତାକୁ ତିଆରି କରିବା ପାଇଁ ମଧ୍ୟ ସମୟ ନଷ୍ଟ ହୋଇଥାଏ । ତେବେ ଅନେକ ସମୟରେ ଘରେ ରହିଥିବା ଆଦା,ରସୁଣ ଶୁଖିଯାଇ ଖରାପ ହୋଇଯୋଏ। କିନ୍ତୁ ଏହି ପରି କିଛି ଉପାୟରେ ଆଦା ,ରସୁଣ ପେଷ୍ଟ କରନ୍ତୁ ଯାହାକି ମାସ ମାସ ପର୍ଯ୍ୟନ୍ତ ରହିବ ।
ସମସ୍ତ ରୋଷେଇ ଘରେ ଆଦା,ରସୁଣର ଆବଶ୍ୟକତା ରହିଛି । ଏହା ବିନା କୌଣସି ଜିନିଷର ସ୍ଵାଦ ଆଧୁରା ଭଳି ଲାଗିଥାଏ । ରୋଷେଇ ସମୟରେ ପେଷ୍ଟ କରିବା ପାଇଁ ଅଧିକ କଷ୍ଟ ଓ ସମୟ ମଧ୍ୟ ଲାଗିଥାଏ । ଏଥିରୁ କିଛି ସହଜ ଉପାୟରେ ପେଷ୍ଟ ବନେଇ ପାରିବେ ।
ଆଦା ଓ ରସୁଣ ପେଷ୍ଟରେ ଧଳା ସୋଢା ବ୍ୟବହାର କରନ୍ତୁ । ଏହି ପେଷ୍ଟକୁ ତିଆରି କରିବା ପାଇଁ ବରଫ ଖଣ୍ଡର ଆବଶ୍ୟକତା ରହିଛି । ସେହି ପେଷ୍ଟକୁ ଅଧିକ ଦିନ ରଖିହା ପାଇଁ ଏକ ପ୍ଲାଷ୍ଟିକ ଜରିରେ ରଖିପାରିବେ ।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର :
ଯୋଉଁ ଡବା ପୁରା ଟାଇଡ ଥିବ ସେଥିରେ ଆପଣ ଏହାକୁ ଷ୍ଟୋର କରି ରଖିପାରିବେ । ବହୁ ଦିନ ପଯ୍ୟନ୍ତ ରହିପାରିବ । ଏହି ପେଷ୍ଟକୁ ଅଧିକ ସମୟ ଫ୍ରେସ ରଖିବା ପାଇଁ ବଟର ପେପରର ବ୍ୟବହାର କରନ୍ତୁ ।
ମୟୂରଭଞ୍ଜ: ପାଣି ପାଇଁ ହା ହା କାର । ୫୦ପରିବାର ପାଇଁ ଗୋଟିଏ ନଳକୂପ, ସେ ବି ଖରା ଦିନେ ଦେଉଛି ଧୋକା । ଫେଲ୍ ମାରିଛି ବସୁଧା ଯୋଜନା । ପାଣି ପାଇଁ ଡହଳବିକଳ ହେଉଛନ୍ତି ଦୁର୍ଗମବାସୀ। । ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଡାକଟା ପଞ୍ଚାୟତର ଅସନା ହୁଡ଼ିସାହିର ଅଞ୍ଚଳରେ ଦେଖିବାକୁ ମିଳିଛି ପାଣି ସମସ୍ୟା । ଗାଁର ପାଣି ସମସ୍ୟା ଯୋଗୁଁ ଅତିଷ୍ଠ ଗ୍ରାମବାସୀ। ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ସେଭଳି କିଛି ବ୍ୟବସ୍ଥା ନାହିଁ । ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ ।
ଗାଁରେ ରହୁଥିବା ୫୦ ପରିବାର ପାଇଁ ଗୋଟିଏ ନଳକୂପ ଅଛି । ମାତ୍ର ଖରାଦିନ ଆସିଲା ମାତ୍ରେ ଏଥିରେ ପାଣି ସମସ୍ୟା ଦେଖାଦିଏ । ଘଣ୍ଟାଘଣ୍ଟା ଅପେକ୍ଷା କଲେ ମିଳେ ମୁନ୍ଦାଏ ଗୋଳିଆ ପାଣି । ମାତ୍ର ପାନୀୟ ଜଳ ଯୋଗାଣର ସୁବିଧା ନଥିବାରୁ ଏହି ପାଣିକୁ ବାଧ୍ୟ ହୋଇ ଲୋକେ ବ୍ୟବହାର କରନ୍ତି ।
ବିଧାୟକ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳି ଅଧିନରେ ଆସେ ଏହି ଗାଁ। ମାତ୍ର ବିଧାୟକ ଗଗାଁର ପାନୀୟ ଜଳ ସମସ୍ୟାର ସମାଧଆନ ପାଇଁ କିଛି ବ୍ୟବସ୍ଥା କରିନାହାନ୍ତି। ବାରମ୍ବାର ପାଣଇ ଯୋଗାଇବା ପାଇଁ ଦାବି ହୋଇ ଆସୁଥିବା ବେଳେ ମିଳୁଛି ଖାଲି ମିଛ ପ୍ରତିଶୃତି। ଶେଷରେ ନିରାସ ଗ୍ରାମବାସୀ ସରକାରଙ୍କ ଉପରୁ ଆସ୍ଥା ହରାଇ ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଆହୁରି ପଢନ୍ତୁ ଓଡିଶା ଖବର...