#WATCH | Actor Akshay Kumar shows the indelible ink mark on his finger after casting his vote at a polling booth in Mumbai.
He says, "...I want my India to be developed and strong. I voted keeping that in mind. India should vote for what they deem is right...I think voter… pic.twitter.com/mN9C9dlvRD — ANI (@ANI) May 20, 2024
୨୦୨୩ ମସିହା ଅଗଷ୍ଟ ମାସରେ ଭାରତୀୟ ନାଗରିକତ୍ୱ ପାଇବା ପରେ ଅକ୍ଷୟ କୁମାର ପ୍ରଥମ ଥର ପାଇଁ ଭୋଟ୍ ଦେଇଛନ୍ତି। ସେହିପରି ଜାହ୍ନବୀ କପୁର ଏକ ଗୋଲାପୀ ରଙ୍ଗର ସାଲ୍ୱାର୍ ସୁଟ୍ ପିନ୍ଧି ମୁମ୍ବାଇର ଏକ ମତଦାନ ବୁଥରେ ଭୋଟ୍ ଦେବାକୁ ଆସିଥିବା ବେଳର ଫଟୋ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି।
ଅଭିନେତ୍ରୀ ସନୟା ମଲହୋତ୍ରା ମୁମ୍ବାଇରେ ଭୋଟ୍ ଦେବା ପରେ ଫଟୋଗ୍ରାଫର୍ଙ୍କ ପାଇଁ ପୋଜ୍ ଦେବାକୁ ଅଟକିଥିଲେ। ଅଭିନେତା ରାଜକୁମାର ରାଓ ମୁମ୍ବାଇରେ ଭୋଟ୍ ଦେବା ପରେ ତାଙ୍କ କାଳି ଲାଗିଥିବା ତାଙ୍କ ଆଙ୍ଗୁଠିକୁ ଫଟୋଗ୍ରାଫର୍ଙ୍କୁ ଦେଖାଇ ପୋଜ୍ ଦେଇଥିଲେ। ସେ କାଜୁଆଲିଟି ଟି-ସାର୍ଟ ସହ ଟୋପି ପିନ୍ଧିଥିଲେ। ସେହିପରି ମୁମ୍ବାଇରେ ଭୋଟ୍ ଦେବା ପାଇଁ ଆମୀର ଖାନଙ୍କ ଦୁଇ ପିଲା ଜୁନୈଦ ଏବଂ ଇରା ଖାନଙ୍କୁ ଏକାଠି ଦେଖିବାକୁ ମଳିଥିଲା।
ଏମାନଙ୍କ ବ୍ୟତୀତ ଚଳଚ୍ଚିତ୍ର ନିର୍ମାତା ଏବଂ ଭାଇ-ଭଉଣୀ ଯୋଡି, ଫରହାନ୍ ଅଖତର ଏବଂ ଜୋୟା ଅଖତର ସେମାନଙ୍କ ମା' ହନି ଇରାନୀଙ୍କ ସହ ଭୋଟ୍ ଦେଇଛନ୍ତି। ଟିଭି ଏବଂ ବଲିଉଡ ଅଭିନେତ୍ରୀ ଅନୀତା ରାଜ ତାଙ୍କ କାଳି ଲଗା ଆଙ୍ଗୁଠିକୁ ଦେଖାଇ ଥିବାର ଏକ ଫଟୋ ଭାଇରାଲ୍ ହୋଇଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ କୁନାଲ କୋହଲି ମଧ୍ୟ ନିଜର ମତଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର