ଅକ୍ଷୟ କୁମାରଙ୍କ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଲକ୍ଷ୍ମୀ’ ଅନେକ ଦିନ ଧରି ଚର୍ଚ୍ଚାରେ ରହିଥିଲା । ତାକୁ ନେଇ ଦର୍ଶକ ମଧ୍ୟ ବେଶ ଉତ୍ସାହିତ ଥିଲେ । ଏଥିରେ ଏକ ଭିନ୍ନ ଲୁକ୍ରେ ନଜର ଆସିଥିଲେ ଅକ୍ଷୟ । ଏହା ସହିତ ତାଙ୍କର ଜବରଦସ୍ତ ଡାନ୍ସ , ଯାହାକୁ ଦର୍ଶକ ଭୁରିଭୁରି ପ୍ରଶଂସା କରିଥିଲେ । କିନ୍ତୁ ଫିଲ୍ମର କାହାଣୀ ଦର୍ଶକଙ୍କୁ ହୁଏତ, ବେଶିକିଛି ଆକର୍ଷିତ କରିପାରି ନାହିଁ । କିନ୍ତୁ ଅକ୍ଷୟଙ୍କ ଫ୍ୟାନ୍ସମାନଙ୍କ ପାଇଁ ନିରାଶା ହେବା ଭଳି କୌଣସି କଥା ନାହିଁ । କାହିଁକି ନାଁ ତାଙ୍କର ଗୋଟେ ପରେ ଗୋଟେ ଫିଲ୍ମ ରିଲିଜ୍ ଅପେକ୍ଷାରେ ରହିଛି । ତେବେ ଆସନ୍ତୁ ଜାଣିବା ଖିଲାଡି ଅକ୍ଷୟ କୁମାରଙ୍କ କେତୋଟି ଅଗାମୀ ପ୍ରୋଜେକ୍ଟ ବିଷୟରେ ।
ସୂର୍ଯ୍ୟବଂଶୀ- ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ସେ ଖାକି ବର୍ଦିରେ ନଜର ଆସିବେ । ଏଥିରେ ଅକ୍ଷୟଙ୍କ ସହିତ କ୍ୟାଟ୍ରିନା କୈଫ୍ ମଧ୍ୟ ନଜର ଆସିବେ । ଏହା ସହିତ ସେଥିରେ ଅଭିନେତା ଅଜୟ ଦେବଗନ୍ ଓ ରଣବୀର ସିଂଙ୍କୁ ଦେଖିବାକୁ ମିଳିବ ।
ଅତରଙ୍ଗୀ ରେ - ଅତରଙ୍ଗୀ ଫିଲ୍ମକୁ ନେଇ ମଧ୍ୟ ଅକ୍ଷୟ କୁମାର୍ ବେଶ ଚର୍ଚ୍ଚାରେ ରହିଛନ୍ତି । ଏଥିିରେ ସେ ସାରା ଅଲ୍ଲୀ ଖାନ୍ ଓ ଧନୁଷଙ୍କ ସହିତ କାମ କରୁଥିବା ଦେଖିବାକୁ ମିଳିବ । ଫିଲ୍ମଟି ଆସନ୍ତା ବର୍ଷ ରିଲିଜ୍ ହେବାକୁ ସଜବାଜ ହେଉଛି ।
ବେଲ୍ ବଟମ୍- ଏହି ଫିଲ୍ମଟି ୨୦୨୧ରେ ରିଲିଜ୍ ହେବାକୁ ପ୍ରସ୍ତୁତ ହେଉଛି । ଏଥିରେ ଅକ୍ଷୟଙ୍କ ସହିତ, ଲାରା ଦତ୍ତ ବାଣୀ କପୁର୍, ହୁମା କ୍ୟୁରେସି ଭଳି କଳାକାର ନଜର ଆସିବେ ।